ମୁଖ୍ୟ ଖବର ପାଣିରେ ବୁଡି ଗ୍ରାମରକ୍ଷୀଙ୍କ ମୃତ୍ୟୁ Angul OnlineJuly 24, 2021July 24, 2021 ପାଲଲହଡ଼ା – ଅନୁଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ସିବିଡା ଗ୍ରାମର ଏକ ନାଳରେ ବୁଡି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ପାଲଲହଡ଼ା ଥାନାରେ କାର୍ଯ୍ୟ କରୁଥିବା ଗ୍ରାମରକ୍ଷୀ ସୁନା ଠାକୁର ବୋଲି ଜଣା ପଡିଛି । ସୂଚନା ଅନୁସାରେ ସୁନା ଗତ କାଲି ଠାରୁ ଗାଧୋଇବାକୁ ଯାଇ ଆଉ ଫେରି ନଥିଲେ । ପରିବାର ଲୋକ ଖୋଜାଖୋଜି କରିବା ପରେ ତାଙ୍କ ମୃତ ଦେହ ଗାଁ ନିକଟସ୍ଥ ନାଳରେ ଭାସୁ ଥିବାର ଦେଖା ଯାଇଥିଲା । ପରିବାର ଲୋକ ତାକୁ ଉଦ୍ଧାର କରି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଆଇରନ ବଟିକା ଖାଇ ଛାତ୍ରଛାତ୍ରୀ ଅସୁସ୍ଥ ଅଭିଯୋଗ ଅନୁଗୁଳ – ଆଇରନ ବଟିକା ଖାଇ ୯ ରୁ ଅଧିକ ଶିଶୁ ଅସୁସ୍ଥ ହୋଇଥିବା ଅଭିଯୋଗ ଆସିଛି । ସୂଚନା ଅନୁସାରେ ଛେଳିଆପଡା ପଞ୍ଚାୟତ ନୂଆଁଗାଁ ପ୍ରାଥମିକ…
ସ୍କୁଲରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଛାତ୍ରୀ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣାରେ ଜଣେ ସ୍କୁଲ ଫେରନ୍ତା ଛାତ୍ରୀଙ୍କର ମୃତ୍ଯୁ ହୋଇଛି । ମୃତ ଛାତ୍ରୀ…
ବିପୁଳ ପରିମାଣର ବେଆଇନ ବାଣ ଜବତ – ଦୁଇ ଅଟକ ବେଆଇନ ବାଣ କାରଖାନା ଉପରେ ପୁଲିସର ଚଢାଉ । କାରଖାନାର ଲାଇସେନ୍ସ ନ ଥିବା ଜଣାପଡିଛି । ଜବତ ସାମଗ୍ରୀର ମୂଲ୍ୟ ଲକ୍ଷାଧିକ ଟଙ୍କା । ଛେଣ୍ଡିପଦା –…