ଠକେଇ ଅଭିଯୋଗରେ ଗିରଫ ପରେ ଛାତ୍ରନେତାଙ୍କୁ ସାଙ୍ଗଠନିକ ପଦବୀରୁ ଅବ୍ୟାହତି

ଠକେଇ ଅଭିଯୋଗରେ ଗିରଫ ପରେ ଛାତ୍ରନେତାଙ୍କୁ ସାଙ୍ଗଠନିକ ପଦବୀରୁ ଅବ୍ୟାହତି

ଅନୁଗୁଳ – ଅନୁଗୁଳ ଜିଲ୍ଲା ଯୁବ ନେତାଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ପରେ ଦଳ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ଯାଇଛି । ଯୁବ ନେତା ଜଣଙ୍କୁ ଗଲା କିଛି ଦିନ ତଳେ ମିଳିଥିବା ଛାତ୍ର ସଙ୍ଗଠନର ରାଜ୍ୟ ସାଧାରଣ ସମ୍ପାଦକ ପଦରୁ ବର୍ତ୍ତମାନ ପାଇଁ ଅବ୍ଯାହତି ଦିଆ ଯାଇଛି  । ଏହା ସହ ଏକ ତିନିଜନିଆ କମିଟି ଅନୁଗୁଳ ଆସି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବାକୁ ରାଜ୍ୟ ସଭାପତି ନିର୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ ଅନୁଗୁଳ ଶିମିଳିପଡାର ପ୍ରଦ୍ୟୁମ୍ନ ସାହୁ କିଛି ଦିନ ତଳେ ତାଳଚେରର ସୁବ୍ରତ କୁମାର ସାହୁ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ଅମୂଲ କମ୍ପାନୀର ଡିଷ୍ଟ୍ରିବ୍ୟୁଟରସିପ କରାଇଦେବା ପାଇଁ ପ୍ରାୟ ଏକ ଲକ୍ଷ ଟଙ୍କା ନେଇଥିଲେ । ତେବେ କିଛି ଜାଲ କାଗଜପତ୍ର ଦେଇ ପ୍ରଦ୍ୟୁମ୍ନ ସୁବ୍ରତଙ୍କୁ ଡିଷ୍ଟ୍ରିବ୍ୟୁଟରସିପ ଦେଇ ପାରି ନଥିଲେ  ଏ ନେଇ ସୁବ୍ରତ ଟ୍ଵିଟରରେ ଅମୁଲ କମ୍ପାନୀର ଦୃଷ୍ଟି ଆକର୍ଷଣ କରିବା ପରେ କମ୍ପାନୀ ପକ୍ଷରୁ ଘଟଣାର ଯାଞ୍ଚ କରାଯାଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରା ଯାଇଥିଲା । କମ୍ପାନୀ ପକ୍ଷରୁ ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ପ୍ରଦ୍ୟୁମ୍ନକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ପ୍ରଦ୍ୟୁମ୍ନ କଂଗ୍ରେସ ଦଳ ପାଇଁ କାର୍ଯ୍ୟ କରୁଥିବା ବେଳେ ଗତ କିଛି ଦିନ ତଳେ ତାଙ୍କୁ ଛାତ୍ର ସଙ୍ଗଠନର ରାଜ୍ୟ ସାଧାରଣ ସମ୍ପାଦକ ପଦବୀ ମିଳିଥିଲା । ତେବେ ଏହି ଘଟଣା ପରେ ରାଜ୍ୟ ଛାତ୍ର କଂଗ୍ରେସ ପ୍ରଭାରୀ ଅନୁଲେଖା ବୋସାଙ୍କ ନିର୍ଦ୍ଦେଶ କ୍ରମେ ଓଡିଶା ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଭାପତି ୟାସିର ନୱାଜ ପ୍ରଦ୍ୟୁମ୍ନଙ୍କୁ ଦଳର ସମସ୍ତ କାର୍ଯ୍ୟରୁ ଅବ୍ୟାହତି ରହିବାକୁ ନିର୍ଦେଶ ଦେଇଛନ୍ତି । ଏହା ସହ  ଏକ ତିନି ଜଣିଆ କମିଟି ଗଠନ କରି ଘଟଣାର ତଦନ୍ତ ପାଇଁ ପଠାଇଛନ୍ତି ସେହି କମିଟିରେ ରାଜ୍ୟ ଛାତ୍ର କଂଗ୍ରେସର ଉପ ସଭାପତି ସୁନିଲ ମାଟିଆ ଓ ଦିପ୍ତି ରଂଜନ ପରିଡା, ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସଂପାଦକ ଅଭିରାମ ଗୌଡ ଅଛନ୍ତି । ସେମାନେ ଯଥାଶୀଘ୍ର ଅନୁଗୁଳ ଯାଇ ଘଟଣାର ପୁଙ୍ଖାନୁପୁଙ୍ଖ ଅନୁଧ୍ୟାନ କରି ଜଣାଇବାକୁ ରାଜ୍ୟ ସଭାପତି ୟାସିର ନୱାଜ କହିଛନ୍ତି।

What’s your Reaction?
+1
0
+1
0
+1
0
+1
0
+1
0
+1
0
+1
0

Leave a Reply