ଆଞ୍ଚଳିକ ମାଳତୀ ଦେବୀ ଥିଲେ ଜଣେ ସାଲିସ ବିହୀନ ସମାଜସେବୀ Angul OnlineJuly 27, 2021July 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଡି କଲୋନୀ ନିକଟସ୍ଥ ମାଳତୀ ଦେବୀଙ୍କ ପ୍ରତିମୂର୍ତ୍ତି ପାଖରେ ନବ-ମାଳତୀ ଚୌଧୁରୀ ସ୍ମୃତୀ କମିଟି ପକ୍ଷରୁ ୧୧୭ ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । ଯେଉଁଥିରେ ଅତିଥି ରୂପେ ଶିକ୍ଷକ କ୍ଷୀରୋଦ ଚନ୍ଦ୍ର ଦେହୁରୀ , ପ୍ରଧ୍ୟାପକ ବିଶ୍ଵରଞ୍ଜନ ପ୍ରଧାନ , ସମାଜସେବୀ କଲ୍ୟାଣ କିଶୋର ମହାନ୍ତି , ବିଦ୍ୟାଧର ନାୟକ ସୁଦୀପ ଗଡ଼ନାୟକ , ଡିଲେଶ୍ଵର ପ୍ରଧାନ , ଯୋଗ ଦେଇଥିଲେ । ମାଳତୀ ଦେବୀ ଗୁରୁ ରବୀନ୍ଦ୍ର ନାଥ ଟାଗୋର ଓ ମହାତ୍ମା ଗାନ୍ଧିଜୀଙ୍କ ଦ୍ୱାରା ପ୍ରଭାବିତ ହୋଇ ସ୍ଵାଧୀନତା ଆନ୍ଦୋଳନରେ ଯୋଗ ଦେଇଥିଲେ । ମାଳତୀ ଦେବୀ ସ୍ଵାଧୀନତା ଆନ୍ଦୋଳନ କରି ବନ୍ଦୀ ଥିଲା ବେଳେ ଶିକ୍ଷା ଓ ନାରୀ ଶକ୍ତିକୁ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ସେ ସେହି ସମୟ ବନ୍ଦୀ ମହିଳା କର୍ମୀମାନଙ୍କୁ କାରାଗାରରେ ଶିକ୍ଷା , ସିଲେଇ ଓ ଗୀତ ଶିଖାଊଥିଲେ । ପରବର୍ତ୍ତି ସମୟରେ ସେମାନଙ୍କ ପାଇଁ ବୀର ବାଜି ରାଉତ ନାମରେ ଏକ ଛାତ୍ରାବାସ ଘଠନ କରିଥିଲେ । ସେ ସଦା ସର୍ବଦା ନାରୀ ଜାତିର ଉନ୍ନତି ପାଇଁ କାର୍ଯ୍ୟ କରୁଥିଲେ । ଜୀବନର ଶେଷ ମୁହୂର୍ତ ଯାଏ ଆଦିବାସୀ ପିଲାଙ୍କ ସହିତ ଜୀବନ ଅତିବାହିତ କରିଥିଲେ । କିନ୍ତୁ ବିପ୍ଲବର ଚେତନା ବୋଧ ହରାଇ ନଥିଲେ । ଭଗବାନ ଯଦି ପୁଣି ଥରେ ବଳ ଦିଅନ୍ତି ମୁଁ କୋରାପୁଟ , କଳାହାଣ୍ଡି ଅଞ୍ଚଳ ଯାଇ ଆଦିବାସୀ ମାନଙ୍କର ସେବା କରନ୍ତି ବୋଲି ସେ କହୁଥିଲେ । ଆଜିର ଏହି ଜନ୍ମ ଜୟନ୍ତୀ ସଭାରେ ସ୍ମୃତୀ କମିଟିର ଆବାହକ ଅଦ୍ୟାଶ୍ଲୋକ ମିଶ୍ର , ସାଥି ବିଭୁତି କିଷାନ , ଛୋଟରାୟ ମାଝୀ , ଆଦିତ୍ୟ ପ୍ରସାଦ ପଣ୍ଡା , ଦିବ୍ୟଜ୍ୟୋତି ନାୟକ , ନିରୋଦ କୁମାର ସାହୁ , ସିତୁ ନାୟକ ଆଦି ଉପସ୍ଥିତ ଥିଲେ । ସଭା ଶେଷରେ ସାଥି ପର୍ଶୁରାମ ଦାସ ଧନ୍ୟବାଦ ଦେଇଥିଲେ । Advertisement
ହାତୀ ଆକ୍ରମଣରେ ବୃଦ୍ଧ ମୃତ, ପ୍ରତିବାଦରେ ରାସ୍ତାରୋକ ଅନୁଗୁଳ – ଅନୁଗୁଳ ବ୍ଲକ ବସଲା ଗ୍ରାମର ଜଣେ ବ୍ୟକ୍ତି ବୁଧବାର ସକାଳୁ ଶୌଚ ହେବାକୁ ଯାଇଥିବା ବେଳେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ଏହାର…
ଆଇସିୟୁ ଆମ୍ବୁଲାନ୍ସ ଅନୁମୋଦନ ପାଇଁ ଜିଲ୍ଲାପାଳଙ୍କୁ ଚିଠି ଅନୁଗୁଳ – ଅନୁଗୁଳ ଜିଲ୍ଲାରେ କରୋନା କାୟା ବିସ୍ତାର କରି ଚାଲିଥିବା ବେଳେ ରୋଗୀଙ୍କୁ ସ୍ଥାନାନ୍ତର ଏବଂ ମୃତଦେହ ସତ୍କାର କରି ନେବାପାଇଁ ବାଧକ ସାଜିଛି ଆମ୍ବୁଲାନ୍ସ…
କଲେଜ ଡେମନଷ୍ଟ୍ରେଟରଙ୍କ ପରଲୋକ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ ଛେଣ୍ଡିପଦା ସ୍ଥିତ ବାପୁଜୀ ମହାବିଦ୍ୟାଳୟରେ ଡେମନଷ୍ଟ୍ରେଟର ରାମଚନ୍ଦ୍ର ସାହୁଙ୍କର ରବିବାର ସକାଳେ କଟକ ଠାରେ ଏକ ଘରୋଇ…