ସ୍ୱାସ୍ଥ୍ୟ କରୋନା ଟିକା – ଗାଁରେ ଅଧିକ ଆଗ୍ରହ Angul OnlineJuly 27, 2021July 27, 2021 ଅନୁଗୁଳ – ଆବଶ୍ୟକତା ଠାରୁ କମ୍ ପରିମାଣରେ ଯୋଗାଣ ଯୋଗୁ ଅନୁଗୁଳ ଜିଲ୍ଲାରେ କରୋନା ଟିକାକରଣ କ୍ଷୀପ୍ର ଗତିରେ ହୋଇପାରୁ ନାହିଁ । ମଙ୍ଗଳବାର ଜିଲାରେ ୨ ହଜାର ୯୦୮ ଟି ଡୋଜ୍ ଟିକା ଦିଆଯାଇଛି । ଏଥି ସହିତ ଜିଲାରେ ମୋଟ ୩ ଲକ୍ଷ ୬୯ହଜାର ୧୨୫ଟି ଟିକା ଦିଆଗଲାଣି । ଏଥିରେ ୨ ଲକ୍ଷ ୯୯ ହଜାର ୩୩୨ଟି ପ୍ରଥମ ଡୋଜ୍ ରହିଥିବା ବେଳେ ୬୯ହଜାର ୭୯୩ ଟି ଦ୍ବିତୀୟ ଡୋଜ୍ ରହିଛି । ତେବେ ଏହି ଜିଲ୍ଲାରେ ଭିନ୍ନ ଏକ ଟ୍ରେଣ୍ଡ ଦେଖିବାକୁ ମିଳୁଛି । ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ଟିକା ପ୍ରତି ଅଧିକ ଆଗ୍ରହ ଦେଖାଦେଇଛି । ଗତ କିଛି ଦିନର ତଥ୍ୟକୁ ଦେଖିଲେ ଜଣାପଡ଼ୁଛି ଯେ, ସହରବାସୀଙ୍କ ତୁଳନାରେ ଗାଁ ବାସି ଟିକା ପ୍ରତି ଆଗ୍ରହ ପ୍ରକାଶ କରୁଛନ୍ତି । ସୋମବାର ଜିଲ୍ଲାର ସହରାଞ୍ଚଳରେ ୧୪୩୦ ଜଣ ଟିକା ନେଇଥିବା ବେଳେ ଗ୍ରାମାଞ୍ଚଳରେ ୧୭୬୨ ଜଣ ଟିକା ନେଇଛନ୍ତି । ଶନିବାର ସହରାଞ୍ଚଳରେ ୧୨୩୩ ଜଣ ଏବଂ ଗ୍ରାମାଞ୍ଚଳରେ ୨୦୩୨ ଜଣ ଟିକା ନେଇଥିବା ବେଳେ ଶୁକ୍ରବାର ସହରାଞ୍ଚଳରେ ୧୨୮୮ ଏବଂ ଗ୍ରାମାଞ୍ଚଳରେ ୨୦୭୨ଜଣ ଟିକା ନେଇଛନ୍ତି । ସେହିଭଳି ଗୁରୁବାର ସହରାଞ୍ଚଳରେ ୧୦୨୯ଜଣ ଟିକା ନେଇଥିବା ବେଳେ ସହରାଞ୍ଚଳରେ ୨୪୧୨ଜଣ ଟିକା ନେଇଛନ୍ତି । ଜିଲ୍ଲାରେ ଗତ କିଛି ଦିନ ହେଲା ଏହି ଧାରା ଜାରି ରହିଛି । ଗତ ୨୧ ତାରିଖରେ ସହରାଞ୍ଚଳରେ ୧୪୧୮ଜଣ ଟିକା ନେଇଥିବା ବେଳେ ଗ୍ରାମାଞ୍ଚଳରେ ଟିକା ନେଇଛନ୍ତି ୧୭୭୪ଜଣ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ, ଗ୍ରାମାଞ୍ଚଳରେ ଲୋକମାନଙ୍କ ମଧ୍ୟରେ ଟିକା ପ୍ରତି ଆଗ୍ରହ ରହିଛି । ଏପରିକି ଗ୍ରାମାଞ୍ଚଳରେ ସ୍ଲଟ ବୁକ କରି ଟିକା ନେବାକୁ ଯୁବ ଗୋଷ୍ଠୀ ବେଶ ଆଗ୍ରହ ପ୍ରକାଶ କରୁଛନ୍ତି । Advertisement
ସଂକ୍ରମିତ ଶବଦାହର ବିଳମ୍ବକୁ ନେଇ କଂଗ୍ରେସ ଜିଲ୍ଲା ସଭାପତି ଉଦବେଗ – ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ପାଖରେ ନିବେଦନ ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ବିପ୍ଲବ ଜେନା କରୋନା ସଂକ୍ରମଣରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତିଙ୍କ ଶବ ସତ୍କାରର ବିଳମ୍ବ ନେଇ ଗଭୀର…
ପ୍ରଥମେ ଡିଇସି ବଟିକା ଖାଇଲେ ଜିଲ୍ଲାପାଳ – ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ କଲେ ଉଦଘାଟନ ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତାଲିମ ଗୃହରେ ଚଳିତ ମାସ୨୫ ତାରିଖରେ ଆରମ୍ଭ ହେବାକୁ ଯାଉଥିବା ବାତଜ୍ୱର ନିରାକରଣ ନିମନ୍ତେ ସାମୂହିକ ଔଷଧ ସେବନ…
ପୋକତୁଙ୍ଗା ସ୍ୱାସ୍ଥ୍ୟ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଜାତୀୟ ଗୁଣବତ୍ତା ମାନକ ପ୍ରମାଣ ପତ୍ର ଅନୁଗୁଳ – ଅନୁଗୁଳ ବ୍ଲକ ପୋକତୁଙ୍ଗା ସ୍ୱାସ୍ଥ୍ୟ ଓ ଆରୋଗ୍ୟ ଉପକେନ୍ଦ୍ରକୁ ମିଳିଲା ଗୁଣବତ୍ତା ନିଶ୍ଚିତତା ମାନକ ପ୍ରମାଣ ପତ୍ର । ଜନସ୍ୱାସ୍ଥ୍ୟ ସେବାରେ ଗୁଣାତ୍ମକ…