ଅପରାଧ ପାରିବାରିକ କଳହ ଯୋଗୁଁ ନିଜକୁ ଲଗାଇ ଦେଲେ ନିଆଁ Angul OnlineJuly 28, 2021July 28, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଶାକସିହାଁ ଗାଁରେ ଆଜି ପାରିବାରିକ କଳହରୁ ଆଜି ଜଣେ ମହିଳା ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ଗାଁର ତପସ୍ଵିନୀ ବେହେରା ନାମକ ଜଣେ ମହିଳା ପାରିବାରିବା କଳହରୁ ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ପରିବାର ଲୋକ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ମହିଳାଙ୍କ ଶରୀରର ୭୦ ପ୍ରତିଶତ ପୋଡି ଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ଅନୁଗୁଳ ପୁଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଛି । Advertisement
ଭିନ୍ନକ୍ଷମ ବୃଦ୍ଧ ଜୀବନ୍ତ ଦଗ୍ଧ ବନ୍ତଳା – ଅନୁଗୁଳ ବ୍ଲକ ଶଙ୍ଖପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ନିଆଁ ଲାଗି ଜଣେ ଭିନ୍ନକ୍ଷମ ବୃଦ୍ଧ ଜଳିଯାଇଛନ୍ତି । ପ୍ରାପ୍ତ ସୂଚନା…
ଏକ କୋଟି ୮୫ ଲକ୍ଷ ଟଙ୍କାର ହିସାବ ନାହିଁ – ଥାନାରେ ଅଭିଯୋଗ ଅନୁଗୋଳ – ଆଇସିଆଇ ବ୍ୟାଙ୍କରୁ ୧ କୋଟି ୮୫ଲକ୍ଷ ଟଙ୍କା ହଡପ ନେଇ ଥାନାରେ ଅଭିଯୋଗ । ଜଣେ ଅଟକ । ଅନୁଗୋଳ ଜିଲା ଛେଣ୍ଡିପଦା ରେ…
୧୩୫ ଗ୍ରାମ ବ୍ରାଉନସୁଗାର ଜବତ – ବାପ ପୁଅ ସମେତ ତିନି ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର କୋଲିୟରୀ ଥାନା ଅନ୍ତର୍ଗତ ସାଉଥବଲଣ୍ଡା ରେସକ୍ୟୁ କଲୋନୀ ଓ ବାଘୁଆବୋଲ ଅଞ୍ଚଳରୁ ୧୩୫ ଗ୍ରାମ ବ୍ରାଉନ୍ସୁଗାର ଜବତ କରିବା ସହ…