ଅପରାଧ ଗାଁ ରାସ୍ତା ରେ ସମ୍ପର୍କୀୟ ଭାଣିଜୀ କୁ ହାଣିଲା ମାମୁଁ – ଭାଣିଜୀ ଗୁରୁତର Angul OnlineJuly 31, 2021July 31, 2021 ପାଲଲହଡ଼ା – ଅନଗୁଳ ଜିଲ୍ଲା ପାଲଲହଡ଼ା ଥାନା ଅନ୍ତର୍ଗତ ଶିଗଡ ଗ୍ରାମରେ ମାତାଲ ସମ୍ପର୍କୀୟ ମାମୁଁର ଛୁରା ମାଡରେ ଭାଣିଜୀ ଗୁରୁତର ହୋଇଥିବା ଜଣା ପଡିଛି । ଗୁରୁତର ଭାଣିଜୀ ଜଣଙ୍କ ସେହି ଗ୍ରାମର ମୋତି ନାୟକଙ୍କୁ ଗୁରୁତର ଅବସ୍ଥାରେ ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଛି । ସୂଚନା ଅନୁସାରେ ଶିଗଡ ଗ୍ରାମର ରଞ୍ଜନ ନାଏକ ନାମକ ଯୁବକ ନିଶାସକ୍ତ ଅବସ୍ଥାରେ ଗାଁ ଦାଣ୍ଡରେ ପାଟିତୁଣ୍ଡ କରୁଥିଲେ । ରଞ୍ଜନଙ୍କ ସମ୍ପର୍କୀୟ ଭାଣିଜୀ ମୋତି ନାଏକ ଏହାର ପ୍ରତିବାଦ କରିବାରୁ ଏଥିରେ ଉତକ୍ଷୀପ୍ତ ହୋଇ ପାଖରେ ରଖିଥିବା ଏକ ଛୁରାରେ ମୋତିଙ୍କ ଶରୀରକୁ ଅନେକ ଥର ପ୍ରହାର କରି କ୍ଷତାକ୍ତ କରିଦେଇଥିଲେ । ଗାଁ ଦାଣ୍ଡରେ ଏପରି ବିଭତ୍ସ ଦୃଶ୍ୟ ଦେଖି ଗ୍ରାମବାସୀ ଭୟଭୀତ ହୋଇ ପୁଲିସକୁ ସୂଚନା ଦେଇଥିଲେ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଗୁରୁତର ମୋତିଙ୍କୁ ଉଦ୍ଧାର କରି ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିବା ସହିତ ରଞ୍ଜନକୁ ଥାନାରେ ଅଟକ ରଖିଛି । Advertisement
ବନ୍ଦେ ଭାରତକୁ ପଥର ମାରି ଦୁଇ ଗିରଫ ଅନୁଗୁଳ – ଢେଙ୍କାନାଳ ଜିଲ୍ଲା ବୁଢ଼ାପଙ୍କ-ମେରାମଣ୍ଡଳୀ ରେଳ ଷ୍ଟେସନ୍ ମଝିରେ ଗତ ୨୬ ତାରିଖ ସନ୍ଧ୍ୟାରେ ବନ୍ଦେ ଭାରତ ଏକ୍ସପ୍ରେସ୍କୁ ପଥର ମାଡ଼ କରିବା ଅଭିଯୋଗରେ ରେଳବାଇ…
ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ,…
ଡିଜେଲ ଚୋରକୁ ବାନ୍ଧି ନିର୍ଧୂମ ଛେଚିଲେ ଲୋକ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଖଣି ଅଞ୍ଚଳରେ ଛିଡା ହେଉଥିବା ଟ୍ରକ ଗୁଡିକରୁ ବାରମ୍ବାର ଡିଜେଲ , ବ୍ୟାଟେରୀ , କିମ୍ବା ଅନ୍ୟ ଯନ୍ତ୍ରାଂଶ ଅନେକ…