ଅପରାଧ ମୋବାଇଲ ଚୋରି ଅଭିଯୋଗରେ କକା-ପୁତୁରା ଗିରଫ Angul OnlineAugust 1, 2021August 1, 2021 ଅନୁଗୁଳ – ଅନୁଗୁଳ ସାପ୍ତାହିକ ହାତରୁ ମୋବାଇଲ ଚୋରି କରିବା ଅଭିଯୋଗରେ ଅନୁଗୁଳ ପୁଲିସ ଆଜି ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ହେଲେ ପଶ୍ଚିମବଙ୍ଗ ଜିଜୁଦାରୁ ଗାଁର ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରା ବୋଲି ଜଣା ପଡିଛି । ସେମାନଙ୍କ ନିକଟରୁ ଚାରୋଟି ମୋବାଇଲ ଜବତ କରା ଯାଇଛି । ସୂଚନା ଅନୁସାରେ ଘୁଞ୍ଚାପାଳ ଗାଁ ର ବିଷ୍ଣୁ ନାଏକ ନାମକ ଜଣେ ବ୍ୟକ୍ତି ହାଟ କରିବାକୁ ଯାଇଥିବା ବେଳେ ତାଙ୍କ ମୋବାଇଲ ଚୋରି ହୋଇ ଯାଇଥିବା ସେ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ଏ ନେଇ ତଦନ୍ତ କରିବା ପରେ ଗୁହୀରାମ ଚୌଧୁରୀ ଓ ତାଙ୍କର ଜଣେ ସମ୍ପର୍କୀୟ ନାବାଳକ ପୁତୁରାକୁ ଧରିବାରେ ସଫଳ ହେବା ସହ ୪ ଟି ଚୋରା ମୋବାଇଲ ଜବତ କରିଥିଲା । Advertisement
ଗଞ୍ଜେଇ ଚାଷ ନଷ୍ଟ ବେଳେ ମିଳିଲା ବନ୍ଧୁକ ଓ ଗୁଳି ଅନୁଗୁଳ – ବେଆଇନ ଗଞ୍ଜେଇ ଚାଷ ଉପରେ ପୁଲିସ , ବନ ବିଭାଗ ଓ ଅବକାରୀ ବିଭାଗ ପକ୍ଷରୁ ମିଳିତ ଚଢ଼ାଉ କର ଯାଇଛି । ଚଢାଉ…
ଶୀତଲ ପ୍ଲାଜାରେ ଦୋକାନୀକୁ ଆକ୍ରମଣ କରିଥିବା ଯୁବକ ଗିରଫ ଅନୁଗୁଳ – ଅନୁଗୁଳ ସହର ଶୀତଲ ପ୍ଲାଜାରେ ଗତକାଲି ଦୋକାନରେ କାଣ୍ଟିନ ଧଳ ନାମକ ଜଣେ ଯୁବକ ବସିଥିବା ବେଳେ ପିଣ୍ଟୁ କୁମାର ସାହୁ ନାମକ ଜଣେ…
ଡକାୟତି ଯୋଜନା କରୁଥିବା ବେଳେ ୪ ଡକାୟତ ଗିରଫ ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଞ୍ଚଳରେ ଡକାୟତି ଯୋଜନା କରୁଥିବା ବେଳେ ଖବର ପାଇ ବଅଁରପାଳ ପୁଲିସ ଚଢାଉ କରି ୪ ଡକାୟତଙ୍କୁ ଗିରଫ…