ଅପରାଧ ଶାଶୁଘରେ ସ୍ତ୍ରୀକୁ ମାରି ସ୍ୱାମୀ ଫେରାର୍ Angul OnlineAugust 2, 2021August 2, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ରେଙ୍ଗାଳି ପ୍ରକଳ୍ପ ଅଞ୍ଚଳରେ ଶଶୁର ଘରେ ସ୍ତ୍ରୀକୁ ହତ୍ୟା କରି ସ୍ଵାମୀ ଫେରାର ହୋଇ ଯାଇଥିବା ଜଣା ପଡିଛି । ସୂଚନା ଅନୁସାରେ କେନ୍ଦୁଝର ଚମ୍ପୁଆ ଥାନା ଦେଓଗାମ୍ ଗ୍ରାମର ସତୁରୀ ବର୍ଷିୟା ସୋମବାରୀ ହାଁସଦା ସ୍ୱାମୀଙ୍କ ମୃତ୍ୟୁ ପରେ ଗତ ତିନି ଚାରି ମାସ ହେବ ଅନୁଗୁଳ ଜିଲ୍ଲା ରେଙ୍ଗାଳି ଡ୍ୟାମ ଟାଙ୍କି ହାଟିଂ ଅଞ୍ଚଳରେ ରହି ଆସୁଥିଲେ । ସେଠାରେ ତାଙ୍କର ଝିଅ ଜେମା ହାଁସଦା ଓ କେନ୍ଦୁଝର ଶୁଆକାଟି ଥାନା ଭରୁମୁଣ୍ତା ଗ୍ରାମର ଜ୍ବାଇଁ ରଞ୍ଜନ ଭୂୟାଁ ମଧ୍ୟ ରହୁଥିଲେ । ଗତକାଲି ବିଳମ୍ବିତ ରାତିରେ ଝିଅ ଜେମା ହାଁସଦା ଓ ଜ୍ବାଇଁ ରଞ୍ଜନ ଭୂୟାଁଙ୍କ ମଧ୍ଯରେ ଘରୋଇ କଥାକୁ ନେଇ ଝଗଡା ଓ ମାଡପିଟ୍ ହୋଇଥିଲେ । ଶାଶୁ ସୋମବାରୀ ହାଁସଦା ଝିଅ ଜ୍ବାଇଁଙ୍କୁ ଛଡାଇବା ସମୟରେ ତାଙ୍କୁ ଜୀବନରୁ ମାରିଦେବାକୁ ଜ୍ବାଇଁ ଧମକ ଦେବାରୁ ସେ ସେଠାରୁ ପଳେଇ ଆସିଥିଲେ । ତେବେ ଆଜି ସକାଳେ ସୋମବାରୀ ହାଁସଦା ଦେଖିଲା ବେଳକୁ ଝିଅର ମୃତଦେହ ପଡି ରହି ଥିବା ବେଳେ ଜ୍ବାଇଁ ଘରେ ନଥିଲେ । ଏହା ଦେଖି ସୋମବାରୀ ରେଙ୍ଗାଳି ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଖବର ପାଇ ରେଙ୍ଗାଳି ପୁଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ କରୁଛି । Advertisement
ଲଭ , ସେକ୍ସ , ଧୋକା – ଯୁବକ ଗିରଫ ଅନୁଗୁଳ – ଯୁବତୀଙ୍କୁ ପ୍ରେମ ପରେ ଶାରୀରିକ ସଂପର୍କ । ବିବାହ ପ୍ରତିଶ୍ରୁତି ଦେଇ ୨ ବର୍ଷ ଏକାଠି ରହିବା ପରେ ଯୁବତୀଙ୍କୁ ଧୋକା ଦେଇଛି ପ୍ରେମିକ…
ଅଭିନବ ଢଙ୍ଗରେ ଗାଁ ସଭାପତିଙ୍କୁ ହତ୍ୟା ଅଭିଯୋଗ ଅନୁଗୋଳ – ଅନୁଗୋଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଆମ୍ବପାଳ ଗାଁରେ ଗାଁ ସଭାପତିଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରାଯାଇଛି । ଗାଁର ସଭାପତି ବାଳକୃଷ୍ଣ ନାୟକ…
ଜିଲ୍ଲାରେ ବଢୁଛି ଲୁଟପାଟ୍ – ପୁଲିସ ପାଇଁ କଡା ଚ୍ୟାଲେଞ୍ଜ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୮/୦୯ – ଅନୁଗୁଳ ଜିଲ୍ଲା ଏବେ ଏକ ପ୍ରକାର ଅସୁରକ୍ଷିତ ହୋଇ ପଡ଼ିଛି । ପୁଲିସ୍ ନିଷ୍କ୍ରିୟତା ଯୋଗୁଁ ଜିଲ୍ଲାରେ…