ରାଜନୀତି ବିଜେପିର ପଞ୍ଚାୟତ ନିର୍ବାଚନ ପାଇଁ ସଜବାଜ Angul OnlineAugust 4, 2021August 4, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ଠାରେ ବୁଧବାର ବିଜେପିର ପରିବର୍ଦ୍ଧିତ କାର୍ଯ୍ୟକରିଣୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସଭାପତି ଡିଲେଶ୍ୱର ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ଜିଲ୍ଲାର ସମସ୍ତ ମଣ୍ଡଳର ସଭାପତି ଏବଂ ମଣ୍ଡଳ ପ୍ରଭାରୀ ଏବଂ ସମସ୍ତ ମୋର୍ଚ୍ଚା ଏବଂ ସେଲର ପ୍ରମୂଖ ମାନେ ଉପସ୍ଥିତ ଥିଲେ । ଜିଲ୍ଲା ପ୍ରଭାରୀ ତଥା ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ ଯୋଗ ଦେଇ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ସାଙ୍ଗଠନିକ ରୂପରେଖ ଉପରେ ଆଲୋଚନା କରିଥିଲେ । ବରିଷ୍ଠ ନେତା ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ଅଶୋକ ମହାନ୍ତି ପ୍ରଧାନମନ୍ତ୍ରୀଙ୍କ ସମସ୍ତ ଯୋଜନାକୁ ଘରେ ଘରେ ପହଞ୍ଚାଇବା ଏବଂ ରାଜ୍ୟ ସରକାର କେନ୍ଦ୍ର ଯୋଜନାକୁ ହଡ଼ପ କରିବା ଏବଂ ପ୍ରକୃତ ହିତାଧିକାରୀ କିଭଳି ଉପକୃତ ହୋଇପାରିବେ ସେ ବିଷୟରେ କାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନ ଏବଂ ଅଗସ୍ତି ବେହେରା ପୌର ଏବଂ ପଞ୍ଚାୟତ ନିର୍ବାଚନ ଉପରେ କାର୍ଯ୍ୟକର୍ତାଙ୍କୁ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ବୈଠକରେ ଯୁବମୋର୍ଚା ଜିଲ୍ଲା ପ୍ରଭାରୀ ଭକ୍ତ ବତ୍ସଳ ବସ୍ତିଆ , ରାଜ୍ୟ କାର୍ଯ୍ୟକରିଣୀ ସଦସ୍ୟା ପ୍ରତିମା ମିଶ୍ର , ଜିଲ୍ଲା ଉପସଭାପତି ଲିଙ୍ଗରାଜ ଦାସ , ନୃସିଂହ ବରାଳ, ଚୌଧୁରୀ ପ୍ରଧାନ, ଜିଲ୍ଲା ସମ୍ପାଦକ ପ୍ରକାଶ ମହାରଣା, ସୁଦୀପ ଗଡ଼ନାୟକ, ତାଳଚେର ବ୍ଲକ ଅଧ୍ୟକ୍ଷ ବୃନ୍ଦାବନ ବେହେରା, କଣିହାଁ ବ୍ଲକ ଅଧ୍ୟକ୍ଷା ନମିତା ସାହୁ, ବ୍ଲକ ଉପାଧ୍ୟକ୍ଷ ତ୍ରିପୁରାରୀ ପ୍ରଧାନ ଏବଂ ସୁବର୍ଣା ସାହୁ, ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ମହିଳା ମୋର୍ଚ୍ଚା ଜିଲ୍ଲା ସଭାନେତ୍ରୀ ବସନ୍ତ ମଞ୍ଜରୀ ପ୍ରଧାନ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ସୁଦୀପ୍ତ ସ୍ୱାଇଁ, ମିଡ଼ିଆ ସେଲ ଅଧ୍ୟକ୍ଷ ପର୍ଶୁରାମ୍ ବାରିକ ,ସମୀର ପରିଡା, ରୋଜାଲୀନ ଦାସ, ନମିତା ଦଳ ବେହେରାଙ୍କ ସମେତ ଶତାଧିକ କାର୍ଯ୍ୟକର୍ତା ସାମିଲ ହୋଇଥିଲେ । Advertisement
ମୃଦୁଳା ଠାକୁରଙ୍କ ମା’ବାୟାଣୀ ଦର୍ଶନ ଛେଣ୍ଡିପଦା, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ପାତ୍ରପdaaର ଅଧିଷ୍ଠାତ୍ରୀ ଦେବୀ ମା’ବାୟାଣୀଙ୍କର ବାର୍ଷିକ ପୂଜାରେ ସମ୍ବଲପୁର ସାଂସଦ praarthii ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହଧର୍ମିଣୀ ,…
ରାଜ୍ୟ ସରକାର ସମ୍ପୂର୍ଣ୍ଣ ଓବିସି ବିରୋଧି – ସୁରଥ ବିଶ୍ବାଳ ଅନୁଗୁଳ – ବିଜେପି ଓବିସି ମୋର୍ଚ୍ଚା ରାଜ୍ୟ ସଭାପତି ସୁରଥ ବିଶ୍ବାଳ ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ସରକାର ଓବିସି ବିରୋଧୀ…
ବାହାଘରରେ ମିଳିଲା କି ଟିକଟ ଉପହାର ଅନୁଗୋଳ – ଅନୁଗୋଳ ଜିଲ୍ଲା ପାଲଲହଡାର ବିଧାୟକ ମୁକେଶ ପାଲ ଗତ ୧୨ ତାରିଖରେ ବଣିଆବାହାଳ ନିବାସୀ ମଧୁସୂଦନ ପଟ୍ଟନାୟକଙ୍କ ଝିଅ ଅବଲିସାଙ୍କୁ ବିବାହ କରିଥିଲେ ।…