ମୁଖ୍ୟ ଖବର ରେଙ୍ଗାଳି ଡ୍ୟାମରୁ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ-ଖୋଲିଲା ଗୋଟିଏ ଗେଟ Angul OnlineAugust 4, 2021August 4, 2021 କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ଡ୍ୟାମର ଗୋଟିଏ ଗେଟ ଖୋଲାଯାଇ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରାଯାଇଛି । ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ରେଙ୍ଗାଳି ଡ୍ୟାମଠାରେ ବ୍ରାହ୍ମଣୀ ନଦୀର ଜଳସ୍ତର କ୍ରମଶଃ ବୃଦ୍ଧି ପାଇବାରେ ଲାଗିଛି । ଡ୍ୟାମର ଅଧୀକ୍ଷଣ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁଯାୟୀ ରେଙ୍ଗାଳି ଡ୍ୟାମର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର । ଆଜି ଦିନ ୧୧ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୨ ମିଟର ପହଁଚି ଥିଲା । ରେଙ୍ଗାଳି ଡ୍ୟାମର ଜଳଧାରଣ ସାରଣୀ ଅନୁଯାୟୀ ଆଜି ଡ୍ୟାମର ଜଳସ୍ତର ୧୧୬.୭୫ ମିଟର ରହିବା କଥା । ଫଳରେ ଆଜି ଦିନ ୧୧ଟା୧୦ ମିନିଟରେ ଡ୍ୟାମ କର୍ତୃପକ୍ଷ ଡ୍ୟାମର ଗୋଟିଏ ଗେଟ (ଗେଟ ନଂ-୭) ଖୋଲି ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସନ କରିଛନ୍ତି । ଅପରାହ୍ନ ୪ଟା ସୁଦ୍ଧା ଡ୍ୟାମର ଜଳସ୍ତର ୧୧୯.୮୪ ମିଟର ରହିଛି । ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ ୧୦୪୫.୧୩ ଘନମିଟର ଜଳ ପ୍ରବେଶ କରୁଥିବାବେଳେ ପାୱାର ଚ୍ୟାନେଲ ଦେଇ ୫୧୪.୭୫ ଘନମିଟର ଓ ଖୋଲାଥିବା ଗୋଟିଏ ଗେଟରେ ୯୬୬ ଘନମିଟର ମୋଟ ୧୪୮୦.୭୫ ଘନମିଟର ବନ୍ୟା ଜଳ ନିଷ୍କାସିତ ହେଉଛି । ପ୍ରତି ଘଣ୍ଟାରେ ୧୬୭.୪୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହେଉଛି ।ଡ୍ୟାମ ଗେଟ ଖୋଲିବା ସମୟରେ ମୁଖ୍ୟଯନ୍ତ୍ରୀ ପ୍ରଭାକର ବେହେରା, ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ସନ୍ତୋଷ କୁମାର ମହାପାତ୍ର, ଉପଖଣ୍ଡ ଅଧିକାରୀ ଶଙ୍କରାନନ୍ଦ ରଣା,ସହକାରୀ ଯନ୍ତ୍ରୀ ସୂର୍ଯ୍ୟକାନ୍ତ ବେହେରା, ଜ୍ୟୋତିରଞ୍ଜନ ସିଂ, କନିଷ୍ଠ ଯନ୍ତ୍ରୀ ଲକ୍ଷ୍ମଣ ମୂର୍ମୁ ପ୍ରମୁଖ ଉପସ୍ଥିତ ଥିଲେ । Advertisement
ଟୀକା ପାଇଁ ମୃତ୍ୟୁ ଅଭିଯୋଗ କରି ଡାକ୍ତରଖାନାରେ ପ୍ରତିବାଦ ନାଲକୋନଗର – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ଅନ୍ତର୍ଗତ ନାଲକୋ ଡାକ୍ତରଖାନାରେ ଆଜି ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ମୃତଦେହ ରଖି ପରିବାର ଲୋକ ପ୍ରତିବାଦ କରିଥିଲେ…
ଟାମଡ଼ା ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କଲେ ଅବନୀ ଅନୁଗୁଳ – ଅକ୍ଟୋବର ମାସ ୯ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଳଚେର-ଅନୁଗୁଳ-ମେରାମଣ୍ଡଳୀ (ଟାମଡା) ଅଧ୍ୟକ୍ଷ ଭାବେ ଅବନୀକାନ୍ତ ସାହୁଙ୍କ ନାଁ ଘୋଷଣା କରିଥିଲେ । ତେବେ…
ସାପ କାମୁଡାରେ ଯୁବକ ମୃତ (ଭିଡିଓ) ଅନୁଗୁଳ – ଅନୁଗୁଳ ଜିଲ୍ଲା ବଇଣ୍ଡା ଅଞ୍ଚଳରେ ଆଜି ସାପ କାମୁଡାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ମରୁତ ଯୁବ,କ ଜଣଙ୍କ ସେହି ଅଞ୍ଚଳର ୧୮…