ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୧ ମୃତ ୪ ଆହତ

ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା – ୧ ମୃତ ୪ ଆହତ

ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ମହୀଧରପୁର ତଳମୂଳ ରାସ୍ତାର କାଦୁଛକ ନିକଟ ଆଜି ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଚାରିଜଣ ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ ମହୀଧରପୁର ଆଡୁ ନୂଆହତା ଆଡକୁ ଯାଉଥିବା ଏକ ମୋଟରସାଇକେଲରେ ନୂଆହତା ଗ୍ରାମର ସିପୁନ ଧୀର ଓ ସୁବାସ ସାହୁ ଯାଉଥିବା ବେଳେ ତଳମୂଳ ଗ୍ରାମର ଲୁଲୁ କିଶୋର ବେହେରା, ଭାବଗ୍ରାହୀ ବେହେରା, ଉମାଶାଙ୍କର ବେହେରା ତଳମୂଳ ପଟରୁ ମହୀଧରପୁରକୁ ମୋଟରସାଇକେଲରେ ଯାଉଥିଲେ । ତେବେ କାଦୁଚ୍ଛକ ନିଆକତରେ ଉଭୟ ମୋଟରସାଇକେଲ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣା ସ୍ଥଳରେ ଲୁଲୁ କିଶୋର ବେହେରାଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଚାରି ଜଣ ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକ ମୃତାହତ ମାନଙ୍କୁ ଘଟଣା ସ୍ଥଳରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ ତେବେ ଦୁର୍ଘଟଣା ପରେ ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ପ୍ରାୟ ଏକ ଘଣ୍ଟା ଧରି ତଳମୂଳ ମହୀଧରପୁର ରାସ୍ତା ଗାଡ଼ି ଚଳାଚଳ ବନ୍ଦ ରହିଥିଲା । ଘଟଣା ସ୍ଥଳରେ ମହୀଧରପୁର ଫାଣ୍ଡି ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବା ପରେ ଗାଡି ଚଳାଚଳ ସ୍ଵଭାବିକ ହୋଇଥିଲା

What’s your Reaction?
+1
0
+1
1
+1
0
+1
1
+1
3
+1
6
+1
26

Leave a Reply