ମୁଖ୍ୟ ଖବର ମୋବାଇଲ ଫୋନ ପାଇଁ ନାବାଳିକାଙ୍କ ଆତ୍ମହତ୍ୟା Angul OnlineAugust 6, 2021August 6, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋ କୋଲୋନୀ ପରିସରରେ ମୋବାଇଲ ଫୋନକୁ ନେଇ ଜଣେ ନାବାଳିକା ଆତ୍ମହତ୍ୟା କରିଥିବା ଜଣା ପଡିଛି । ସୂଚନା ଅନୁସାରେ ବି-୪୯୦ରେ ରହୁଥିବା ସ୍ମେଲଟର ପ୍ଲାଣ୍ଟରେ କାର୍ଯ୍ୟରତ ଆସିଷ୍ଟାଣ୍ଡ ମ୍ୟାନେଜର ଗୌରାଙ୍ଗ ଚରଣ ପାତ୍ରଙ୍କ ୧୫ବର୍ଷର ସାନ ଝିଅ ଘର ଭିତରେ ଫ୍ୟାନରେ ନିଜ ଓଢଣା ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ ପକ୍ଷରୁ ସୂଚନା ମିଳିଛି । ସୂଚନା ଅନୁସାରେ ନାବାଳିକା ଜଣଙ୍କ ଆଜି ଖାଇ ସାରିବା ପରେ ଘର ଭିତରେ ଥିଲେ । ପରିବାର ଲୋକ ଯେତେ ଡାକିଲେ ସେ ନ ଶୁଣିବାରୁ ନାଲକୋ ସୁରକ୍ଷାକର୍ମୀଙ୍କୁ ସୂଚନା ଦେଇଥିଲେ । ସୁରକ୍ଷାକର୍ମୀ ଆସିବା ପରେ କବାଟ ଭାଙ୍ଗି ଘର ଭିତରକୁ ଯିବା ପରେ ନାବାଳିକା ଜଣଙ୍କ ନିଜ ଓଢଣି ସାହାଯ୍ୟରେ ଫ୍ୟାନରେ ଝୁଲି ପଡ଼ିଥିବା ଦେଖା ଯାଇଥିଲା । ତାଙ୍କୁ ସେଠାରୁ ଉଦ୍ଧାର କରି ନାଲକୋ ଡାକ୍ତରଖାନାରେ ଭର୍ତ୍ତି କରି ଥିଲେ । ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ନାଲକୋ ଥାନା ପୁଲିସ ଡାକ୍ତରଖାନା ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି । ମୋବାଇଲ ଫୋନକୁ ନେଇ ଭାଇ ଭଉଣୀଙ୍କ ମଧ୍ୟରେ ଝଗଡା ହୋଇଥିଲା । ପରେ ମା ଆସି ଉଭୟଙ୍କୁ ଗାଳି କରିଥିଲେ । ହେଲେ ନାବାଳିକା ଜଣଙ୍କ ଭାଇର ପକ୍ଷ ରଖୁଛୁ ବୋଲି ମାଙ୍କୁ ଅଭିଯୋଗ କରିଥିଲେ । ପରେ ଝିଅ ଘର ଭିତରକୁ ଯାଇ କବାଟ ବନ୍ଦ କରି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । Advertisement
ଟ୍ରଲର ଧକ୍କାରେ ଦୁଇ ମୃତ ପାଲଲହଡା – ପରିବାର ଲୋକଙ୍କ ଗହଣରେ ଆସନ୍ତାକାଲି ପାଳିଥାନ୍ତେ ଆଲୋକର ପର୍ବ ଦୀପାବଳି । କିନ୍ତୁ ତା’ ପୂର୍ବରୁ ଘରକୁ ଅନ୍ଧାର କରି ଚାଲିଗଲେ ସେମାନେ ।…
ଜାତୀୟ ରାଜପଥରେ ଲାଗୁ ହେଲା ନୋ ଏଣ୍ଟ୍ରି ଅନୁଗୁଳ – ଅନୁଗୁଳ ଜିଲ୍ଲା ରନ୍ତଲେଇ ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ୫୫ର ୧୭ କିଲୋମିଟର ରାସ୍ତା ମରାମତି କାମ ଚାଲିଛି । ଏହି ମରାମତି…
ଏନଟିପିସି ଟିଟିପିଏସର ସମସ୍ତ ୟୁନିଟ ବନ୍ଦ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରସ୍ଥିତ ଏନଟିପିସି ଟିଟିପିଏସର ଆଜିଠାରୁ ବିଦ୍ୟୁତ ଉତ୍ପାଦନ ବନ୍ଦ ହୋଇ ଯାଇଛି । ଯେଉଁଠାରୁ ସାରା ରାଜ୍ୟକୁ ବିଦ୍ୟୁତ ସଞ୍ଚରି ଯାଉଥିଲା…