ମୁଖ୍ୟ ଖବର ଅଜଣା ଗାଡି ଧକ୍କାରେ ଦୁଇ ମୃତ Angul OnlineAugust 6, 2021August 6, 2021 ପାଲଲହଡା – ଅନୁଗୋଳ ଜିଲ୍ଲା ପାଲଲହଡା ଠାରେ ଏକ ସଡ଼କ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ୨ଜଣ ତାଳଚେର ବ୍ଲକ୍ ଅନ୍ତର୍ଗତ ଚାଳଗଡ ଗ୍ରାମର ଶୁଭମ୍ ରାଉତ ବୟସ ଏବଂ ପିପୁନ୍ ସାମଲ ବୟସ ବୋଲି ଜଣା ପଡିଛି । ଉଭୟ କୌଣସି କାମରେ କେନ୍ଦୁଝର ଯାଇ ଫେରୁଥିବା ବେଳେ ଏକ ଅଜଣା ଟ୍ରକ ତାଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣା ସ୍ଥଳରେ ଉଭୟ ଶୁଭମ୍ ଓ ପିପୂନ୍ ଙ୍କର ମୃତ୍ୟୁ ହୋଇଥିଲା । ଖବର ପାଇ ପୁଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲ (ଓଡ଼ି ୩୫ ଡି ୫୧୧୯) କୁ ଜବତ କରିବା ସହ ଉଭୟ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ଅଧିକ ତଦନ୍ତ ଜାରି ରଖିଛି । ଅପର ପକ୍ଷରେ ଶୁଭମ୍ ଓ ପିପୁନଙ୍କ ମୃତ୍ୟୁରେ ଚାଳଗଡ ଗ୍ରାମରେ ଶୋକ ଖେଳି ଯାଇଛି । Advertisement
୫.୭୮ କୋଟିରେ ହେବ ସହର ଭିତର ରାଜପଥ ଉନ୍ନତିକରଣ ଅନୁଗୁଳ – ଅନୁଗୁଳ ସହର ଦେଇ ଯାଇଥିବା ଜାତୀୟ ରାଜପଥର ଉନ୍ନତିକରଣ ଦିଗରେ ଏକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନିଆଯାଇଛି । ବିବରଣୀରୁ ପ୍ରକାଶ ଯେ, ଅନୁଗୁଳ ସହର…
ଗୁଟଖା ବିକୁଥିବା ଦୋକାନ ୫ ହଜାର ଟଙ୍କା ଜୋରିମାନା ଅନୁଗୁଳ – ଅନୁଗୁଳ ଜିଲ୍ଲା ଜନ ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସହରର ବିଭିନ୍ନ ଦୋକାନରେ ଚଢାଉ କରା ଯାଇଥିଲା । ଅନୁଗୁଳ ବସଷ୍ଟାଣ୍ଡଠାରୁ ଆରମ୍ଭ କରି…
ଗାଁରେ ଅଜଣା ଜନ୍ତୁ ଆତଙ୍କ – ୧୦ ରୁ ଅଧିକ ଛେଳି ମାରି ଖାଇଦେଲା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ବନଖଣ୍ଡ ହିଡ଼ସିଂହ ଗାଁରେ ଅଜଣା ଜନ୍ତୁ ଆତଙ୍କ । ଆଜି(ଶନିବାର) ସନ୍ଧ୍ୟାରେ ଗାଁର ୨ ଟି ଛେଳିଙ୍କର ଅଜଣା ଜନ୍ତୁ…