ଅପରାଧ ଡିକି ଭାଙ୍ଗି ଲୁଟି ନେଲେ ଟଙ୍କା Angul OnlineAugust 13, 2021August 13, 2021 ଛେଣ୍ଡିପଦା -(AO) – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପରିସରରୁ ଡିକି ଭାଙ୍ଗି ଟଙ୍କା ଲୁଟ । ଡିକି ଭାଙ୍ଗି ୬୦ ହଜାର ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ । ସୂଚନା ଅନୁସାରେ ବାହାଳସାହିର ସରତ ସାହୁ ସକାଳ ପ୍ରାୟ ସାଢେ ୧୦ ଟା ବେଳେ ଆଇସିଆଇସିଆଇ ବ୍ୟାଙ୍କରୁ ୬୦ ହଜାର ଟଙ୍କା ଉଠାଇ ନିଜ ମୋଟର ସାଇକେଲ ଡିକିରେ ରଖିଥିଲେ । ସେଠାରୁ ସେ ବ୍ଲକ ପରିସରରେ ଗାଡି ରଖି ବ୍ଲକ ଭିତରକୁ କୌଣସି କାମରେ ଯାଇଥିଲେ । ତେବେ ବ୍ଲକ ଭିତରୁ ଆସିବା ପରେ ତାଙ୍କ ଡିକି ଭଙ୍ଗା ଯାଇଥିବା ଆଉ ସେଥିରେ ଟଙ୍କା ନଥିବା ଦେଖିଥିଲେ । କୌଣସି ଦୁର୍ବୃତ୍ତ ତାଙ୍କୁ ପିଛା କରି ତାଙ୍କ ଟଙ୍କା ଲୁଟି ନେଇଥିବା ଜାଣି ସେ ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ କରୁଛି । Advertisement
ଭିଜିଲାନ୍ସ ଜାଲରେ ଆର ଆଇ ଅନୁଗୁଳ – ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଜଣେ ଆରଆଇ ବାବୁ ଧରା ପଡିଛନ୍ତି । ବାବୁ ଜଣଙ୍କ ହେଲେ ଅନୁଗୁଳ ତହସିଲ ଅନ୍ତର୍ଗତ ବନ୍ତଳା…
ସମ୍ପତ୍ତି ପାଇଁ ଭାଇକୁ ମରଣାନ୍ତକ ଆକ୍ରମଣ ଅନୁଗୁଳ – ସମ୍ପତ୍ତି ବିବାଦକୁ ନେଇ ମରଣାନ୍ତକ ଆକ୍ରମଣ । ଜଣେ ଭାଇର ଆକ୍ରମଣରେ ଆଉ ଜଣେ ଭାଇ ଗୁରୁତର ଥିବା ବେଳେ ଅବସ୍ଥା ଗୁରୁତର ହେବାରୁ…
ଚାକିରି ନାଁରେ ଠକେଇ ମାମଲା – ମାଷ୍ଟରମାଇଣ୍ଡ ବାପ ସହ ପୁଅ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଚାକିରି ଦେବା ନାଁରେ ୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗରେ ପୁଲିସ ଚାଇଁପାଳ ଗାଁର ପରମାନନ୍ଦ ବେହେରା…