ମୁଖ୍ୟ ଖବର ଅନୁଗୁଳର ଦେବାଶିଷଙ୍କୁ ମିଳିବ ଶୌର୍ଯ୍ୟ ଚକ୍ର ସମ୍ମାନ Angul OnlineAugust 14, 2021August 14, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାର ବୀର ସହିଦ ଦେବାଶିଷ ସେଠୀଙ୍କୁ ମିଳିବ ବୀର ଶୌର୍ଯ୍ୟ ଚକ୍ର ସମ୍ମାନ । ୨୦୨୦ ମସିହା ସେପ୍ଟେମ୍ବର ୧୦ ତାରିଖ ଦିନ କଳାହାଣ୍ଡି-କନ୍ଧମାଳ ସୀମାନ୍ତ ସିର୍କି ଜଙ୍ଗଲରେ କଳାହାଣ୍ଡି ପୁଲିସ ଦ୍ୱାରା କରାଯାଇଥିବା ଡିଭିଏଫ ଓ ଓଏସଓଜି ମିଳିତ କମ୍ବିଂ ଅପରେସନରେ ୫ ମାଓବାଦୀ ନିହତ ହେବା ସହ ୨ ଜଣ ଏସଓଜି ଯବାନ ସହିଦ ହୋଇଥିଲେ । ସହିଦ ଯବାନଙ୍କ ନାଁ ସୁଧୀର କୁମାର ଟୁଡୁ (୨୮) ଓ ଦେବାଶିଷ ସେଠୀ(୨୭) । ସୁଧୀର ମୟୁରଭଞ୍ଜ ଜିଲ୍ଲା ସୁଲିଆପଡ଼ା ଥାନା ଅନ୍ତର୍ଗତ ସାନଭଦୁଆ ଗାଁର ହୋଇଥିବା ବେଳେ ଦେବାଶିଷ ଅନୁଗୁଳ ଜିଲ୍ଲା ରାଜକିଶୋରନଗର ଅଙ୍ଗପଡା ଗାଁର । ଦେବାଶିଷ ୬ ବର୍ଷ ହେଲା ଏସଓଜି ଜବାନ ଭାବେ କାମ କରିଥିଲେ । ତେବେ ମାଓବାଦୀଙ୍କ ସହ କମ୍ବିଂ ଅପରେସନ ବେଳେ ସେ ସହିଦ ହୋଇଥିଲେ । ତେବେ ସେ ସାହସର ସହ ମାଓବାଦୀଙ୍କ ସହ ଲଢେଇ କରିବା ସହ ମାଓବାଦୀଙ୍କ ଦୁର୍ଗ ଭାଙ୍ଗିବାକୁ ସଫଳ ହୋଇଥିଲେ । ଭାରତର ଶାନ୍ତି ସମୟରେ ବୀରତା ତଥା ସାହସିକତାର ସମ୍ମାନ ହେଉଛି ଶୌର୍ଯ୍ୟ ଚକ୍ର । ତାଙ୍କୁ ଏଭଳି ସମ୍ମାନ ଦିଆଯିବ ବୋଲି ପୁଲିସ ଡ଼ିଜି ଟ୍ବିଟ କରି ସୂଚନା ଦେଇଛନ୍ତି । Advertisement
ପିକଅପ ଭ୍ୟାନ ଦୁର୍ଘଟଣାଗ୍ରସ୍ତ – ୨ ମୃତ , ୫ ରୁ ଅଧିକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଠାକୁରଗଡ ଥାନା ସାନହୁଲା ନିକଟରେ ସଡକ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ହୋଇଛି । ବଇଣ୍ଡାରୁ ଆଠମଲ୍ଲିକ ଆଡକୁ ଆସୁଥିବା ଏକ…
ପେଟ୍ରୋଲରେ ଅପମିଶ୍ରଣ ଅଭିଯୋଗ ଅନୁଗୁଳ -(AO)- ଅନୁଗୁଳ ଜିଲ୍ଲା ସଦରମହକୁମାର ଏକ ପେଟ୍ରୋଲ ପମ୍ପର ପେଟ୍ରୋଲରେ ଅପମିଶ୍ରଣ ହେଉଥିବା ଅଭିଯୋଗ ହେବା ସହ କିଛି ସମୟ ପାଇଁ ଉତ୍ତେଜନା ପରିସ୍ଥିତି ଦେଖା…
ମଣ୍ଡପ ଉପରେ ବିଭତ୍ସ ହତ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ମଣ୍ଡପରୁ ଏକ ରକ୍ତ ଜୁଡୁବୁଡୁ ମୃତ୍ୟୁ ଦେହ ଉଦ୍ଧାର । ମୃତକ ଜଣକ…