କଣିହାଁ – ଅନୁଗୁଳ ଜିଲ୍ଲା କଣିହାଁ ଏନଟିପିସି ପ୍ଲାଣ୍ଟ ଦ୍ୱାରା କ୍ଷତିଗ୍ରସ୍ତ ତଥା ଏସ.ଏ.ପି ଲିଷ୍ଟରେ ସାମିଲ ଥିବା ଯୁବକ ଯୁବତୀମାନଙ୍କୁ ନିଯୁକ୍ତି ଦାବିରେ ଆଜି ସକାଳୁ ଏନଟିପିସି ପ୍ଲାଣ୍ଟର ମୁଖ୍ୟଦ୍ୱାର ସମ୍ମୁଖରେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ ଆମରଣ ଅନଶନରେ ବସିଥିଲେ । କ୍ଷତିଗ୍ରସ୍ତ ଯୁବକ ଯୁବତୀମାନଙ୍କ ସହ ତାଳଚେର ବିଧାୟକ ଅନଶନରେ ବସିବା ସହ ଦାବି ପୂରଣ ନ ହେବା ଯାଏ ବସିବେ ବୋଲି କହିଥିଲେ । କଣିହାଁ ଅଞ୍ଚଳର ଲୋକଙ୍କ ଜମି ଏନଟିପିସି ପ୍ଲାଣ୍ଟ ସମେତ ଏନଟିପିସିର ରେଳଲାଇନ ଓ ଏନଟିପିସି ପାଉଁଶପୋଖରୀ ନିର୍ମାଣ କାର୍ଯ୍ୟ କରାଗଲା, ଅଥଚ ଏସଏପି ଲିଷ୍ଟରେ ସାମିଲଥିବା ଯୁବକ ଯୁବତୀ ମାନଙ୍କୁ ଆଜି ପର୍ଯ୍ୟନ୍ତ ଏନଟିପିସି କର୍ତ୍ତୃପକ୍ଷ ନିଯୁକ୍ତି ଦେଲା ନାହିଁ । ନିଯୁକ୍ତି ଦେବାରେ ଏନଟିପିସି କର୍ତ୍ତୃପକ୍ଷ ନିଯୁକ୍ତି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ବିଧାୟକ ବ୍ରଜକିଶୋର ପ୍ରଧାନ କହିଛନ୍ତି । ଏଠାରେ ଏନଟିପିସି କର୍ତ୍ତୃପକ୍ଷ ଲୋକମାନଙ୍କୁ ପ୍ରତାରଣା ମଧ୍ୟ କରାଯାଉଛି । ଲୋକଙ୍କୁ ନିଯୁକ୍ତି ଦେବା ନାଁରେ ଏନଟିପିସି କର୍ତ୍ତୃପକ୍ଷ ବର୍ଷ ବର୍ଷ ଧରି ସମୟ ଗଡେଇ ଚାଲିଛନ୍ତି ଅଥଚ ନିଯୁକ୍ତି ଦେବାରେ ନାଁ ଗନ୍ଧ ଧରା ଯାଉନି । ଗତ ଏକ ମାସ ପୂର୍ବରୁ ବିଧାୟକ ଏନଟିପିସି କର୍ତ୍ତୁପକ୍ଷଙ୍କୁ ଚିଠି ଲେଖି ଏ ସମସ୍ୟା ସମ୍ପର୍କରେ ଅବଗତ କାରାଇଥିଲେ । ପତ୍ରର ପ୍ରତ୍ୟୁତ୍ତରରେ ଏନଟିପିସି କର୍ତ୍ତୃପକ୍ଷ ଜିଲ୍ଲାପାଳଙ୍କ ମାଧ୍ୟମରେ ଏକ ମାସ ମଧ୍ୟରେ ସମସ୍ୟାର ସମାଧାନ ନିମନ୍ତେ ଲିଖିତ ଭାବେ ଜଣାଇ ଥିଲେ । ହେଲେ ଅଦ୍ୟାବଧି କୌଣସି କାର୍ଯ୍ୟ ନହେବାରୁ ଆଜିଠାରୁ କଣିହାଁ ଏନଟିପିସି ପ୍ରକଳ୍ପ ଦ୍ଵାରା କ୍ଷତିଗ୍ରସ୍ତ ପ୍ରଜାମାନଙ୍କ ନିଯୁକ୍ତି ଓ ବିଭିନ୍ନ ସମସ୍ୟା ସମାଧାନ ପାଇଁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନରେ ବସିଥିଲେ । ଯେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ଲୋକଙ୍କୁ ସମସ୍ୟା ତଥା ସେମାନଙ୍କୁ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ ସେମାନେ ଆନ୍ଦୋଳନରୁ ଓହରିବେ ନାହିଁ ବୋଲି କ୍ଷତିଗ୍ରସ୍ତ ପ୍ରଜା କହିଥିଲେ । ଅପରାହ୍ନରେ ପୁଲିସ , ପ୍ରଶାସନ ଓ ଏନଟିପିସିର ବରିଷ୍ଠ ଅଧିକାରୀ ମାନେ ଧାରଣାସ୍ଥଳକୁ ଆସି ଆଲୋଚନା କରିବା ପରେ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସମସ୍ୟାର ସମାଧାନ ପ୍ରତିଶ୍ରୁତି ଦେବା ପରେ ଆମରଣ ଅନାଶନକୁ ସ୍ଥଗିତ ରଖା ଯାଇଥିଲା ।
What’s your Reaction?
+1
1
+1
+1
+1
+1
10
+1
+1