ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଶବକୁ ଝଡାଫୁଙ୍କା କଲା ଗୁଣିଆ । ସାପ କାମୁଡିଥିବା ଜଣେ ମହିଳାଙ୍କ ମୃତ୍ୟୁ ହେବା ପରେ ଗୁଣିଆ ପହଞ୍ଛି ଭଲ କରିଦେବା ପ୍ରତିଶ୍ରୁତି ଦେଇ ଶବ ସଂରକ୍ଷଣ ଗୃହରେ ଝଡାଫୁଙ୍କା କରୁଥିବା ଦେଖିବାକୁ ମିଳିଛି । ସୂଚନା ଅନୁସାରେ , ବନ୍ତଳା ଥାନା ଅନ୍ତର୍ଗତ ଖିଣ୍ଡା ଗାଁର ୪୫ ବର୍ଷୀୟ ନେତ୍ରମଣି ରାଉଳ ଶନିବାର ରାତିରେ ଶୋଇଥିବା ବେଳେ ତାଙ୍କୁ ଏକ ସାପ କାମୁଡ଼ିଥିଲା । ତାଙ୍କୁ ଗୁରୁତର ଅବସ୍ଥାରେ ଅନଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରା ଯାଇଥିଲା । ତେବେ ସେଠାରେ ନେତ୍ରମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଏହାପରେ ବ୍ୟବଛେଦ ପାଇଁ ତାଙ୍କ ମୃତଦେହକୁ ଶବ ସଂରକ୍ଷଣ ଗୃହକୁ ନିଆଯାଇଥିଲା । ତେବେ ସେଠାରେ ପରିବାର ଲୋକ ତୁବେ ଗାର ଜଣେ ଗୁଣିଆ ଡାକି ଝଡାଫୁଙ୍କା କରାଇଥିଲେ । ପ୍ରାୟ ଅଧଘଣ୍ଟା ଧରି ଗୁଣିଆ ଝଡାଫୁଙ୍କା କରିଥିଲା । ତେବେ ପରେ ପୁଲିସ ମୃତକଙ୍କ ପରିବାରକୁ ବୁଝାସୁଝା କରାଇ ଶବ ବ୍ୟବଛେଦ କରାଇଥିଲା । ତେବେ ଏଭଳି ଘଟଣା ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ନୂଆଁ ନୁହେଁ । ଆଗରୁ ମଧ୍ୟ ଅନେକ ଥର ଏଭଳି ଝଡାଫୁଙ୍କା ଚିକିତ୍ସାଳୟରେ ହୋଇଛି । କିନ୍ତୁ ଏ ଦିଗରେ ପ୍ରଶାସନ କିମ୍ବା ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବା ଯୋଗୁଁ ବାରମ୍ବାର ଏଭଳି ଘଟଣା ଘଟୁଛି ବୋଲି ଅଭିଯୋଗ ହୋଇଛି ।
What’s your Reaction?
+1
2
+1
+1
3
+1
3
+1
3
+1
3
+1
8