ଅପରାଧ ସିସି ଟିଭିରେ କଏଦ ହେଲା ଚୋରି ବେଳର ଦୃଶ୍ୟ Angul OnlineAugust 25, 2021August 25, 2021 ତାଳଚେର – ଦୋକାନ ଘର ଉପରେ ଚଢି ଏସିର ପାଇପ ଚୋରି କଲା ଚୋର । ଗୋଟିଏ କି ଦୁଇଟି ଏସିର ନୁହଁ , ପାଞ୍ଚଟି ଦୋକାନର ଏସି ପାଇପ ଓ ତାର କାଟି ଚୋରି କରିନେଲା । ଆଉ ଏହି ଚୋରି ବେଳର ଦୃଶ୍ୟ ସିସି ଟିଭିରେ କଏଦ ହେବା ସହ ଏବେ ଭାଇରାଲ ହେବାର ଲାଗିଛି । ସୂଚନା ଅନୁସାରେ ଅନୁଗୁଳ ଜିଲ୍ଲା ତାଳଚେର ତାମ୍ରିତ ମାର୍କେଟରେ ଥିବା ମନସୁନ , ସୀମା ଟେଲର , ଅଭୀପ୍ସା ବିଉଟି ପାର୍ଲର , ବାସନ୍ତୀ ଇଲେକ୍ଟ୍ରୋନିକ୍ସ , ଆକାଶ ଡ୍ରେସ ଓ ଆସିଆନ ଫେସନ ଦୋକାନର ମାଲିକ ମାନେ ଆଜି ଦୋକାନ ଖୋଲିବା ପରେ ଯେତେବେଳେ ଏସି ଚଳେଇବା ବେଳେ ଏସି ଆଉ ଚାଲି ନଥିଲା । କଣ ହେଇଛି ବୋଲି ଦେଖିବା ବେଳକୁ ଛାତ ଉପରୁ ଏସିର ତାର ଆଉ ପାଇପ କେହି ଚୋରି କରି ନେଇଥିବା ଦେଖିବାକୁ ମିଳିଥିଲା । କିଏ ଓ କାହିଁକି ଏଭଳି କରିଛି ଚିନ୍ତା କରି ସିସି ଟିଭି ଜାଞ୍ଚ କରିବା ବେଳେ ରାତି ୨.୩୦ ରୁ ୨.୪୫ ସମୟରେ ଜଣେ ବ୍ୟକ୍ତି ଆସି ଛାତ ଉପରକୁ ଚଢି ଏହି ୫ ଟି ଦୋକାନରେ ଲାଗିଥିବା ଏସିର ତାର ଆଉ ପାଇପ କାଟି ନେଇ ଯାଇଥିବା ଦେଖିବାକୁ ମିଳିଥିଲା । ତେବେ ସମ୍ପୃକ୍ତ ଚୋର ଏଭଳି ଏସିର ପାଇପ ଆଉ ତାର କାହିଁକି ଚୋରି କରିଲା ତାହା ଜଣା ପଡି ନାହିଁ । ଏହାକୁ ଚୋରି କରି କବାଡିରେ ବିକ୍ରି କରିବା ପରେ ମଦ ପିଇବାକୁ ଏଭଳି କରି ଥାଇ ପାରେ ବୋଲି ସନ୍ଦେହ କରା ଯାଉଛି । https://angulonline.com/wp-content/uploads/2021/08/WhatsApp-Video-2021-08-25-at-18.46.58.mp4 Advertisement
ଏକତରଫା ପ୍ରେମ ପାଇଁ କାଟିଦେଲେ ଗୁପ୍ତାଙ୍ଗ !!! ଅନୁଗୁଳ – ଅନୁଗୁଳ ଆଠମଲ୍ଲିକ ବ୍ଲକ ଜାମୁଡୋଲୀ ଗ୍ରାମପଞ୍ଚାୟତ ତାଳବିଜପୁରୁ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟୋଇ ଯାଇଛି । ଏକ ତରଫା ପ୍ରେମରୁ ଜଣେ ଯୁବକଙ୍କର…
ପଥରରେ ଛେଚି ଯୁବକଙ୍କୁ ହତ୍ୟା ଉଦ୍ୟମ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ପିପଳବାହାଳ ଗ୍ରାମର ଜଣେ ଯୁବକ ଦୋଳମଣ୍ଡପ ପଡିଆ ନିକଟସ୍ଥ କୋଠଘରେ ଶୋଇଥିବା ବେଳେ ତାଙ୍କୁ ପଥରରେ ଛେଚି ହତ୍ୟା…
ଦୁଷ୍କର୍ମ ଉଦ୍ୟେଶରେ କଲେଜ ଛାତ୍ରୀଙ୍କୁ ହତ୍ୟା – ୨ ନାବାଳକ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗିରିଧିବାସିଆ ନାଳ ନିକଟରେ ଶନିବାର ହୋଇଥିବା ଲୋମଟାଙ୍କୁରା ହତ୍ୟା ଘଟଣାରେ ପୁଲିସ ଦୁଇଜଣଙ୍କୁ ଗିରଫ କରିଛି । ଗିରଫ ଦୁଇଜଣ ଗିରିଧିବାସିଆ…