ରାଜନୀତି ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ସଭାପତି ଭାବେ ରାକେଶ ମନୋନୀତ Angul OnlineAugust 27, 2021August 27, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା କଂଗ୍ରେସ ଦଳର ଛାତ୍ର ନେତା ରୁପେ ପରିଚିତ ରାକେଶ ଦେହୁରୀଙ୍କୁ ଅନୁଗୁଳ ଜିଲ୍ଲା ରାଜୀବ ଗାନ୍ଧୀ ଛାତ୍ର ସଂଗଠନର ନୁତନ ସଭାପତି ପଦ ପାଇଁ ମନୋନୀତ କରାଯାଇଅଛି । ସେ ଛାତ୍ର କଂଗ୍ରେସର ଜଣେ ସୁସଂଗଠକ ଭାବେ ଜଣାଶୁଣା । ଅନୁଗୁଳ ବ୍ଲକ ବନ୍ତଳା ଅଞ୍ଚଳର ପାତେଳୀ ଗ୍ରାମର ବାସୀନ୍ଦା ରାକେଶଙ୍କ ଏହି ନିଯୁକ୍ତି ପରେ ଅନୁଗୁଳ ଜିଲ୍ଲା ଛାତ୍ର କଂଗ୍ରେସ କର୍ମୀ ମାନଙ୍କ ମନରେ ଖୁସୀର ଲହରୀ ଖେଳି ଯାଇଛି । ପୁର୍ବରୁ ସେ ବନ୍ତଳା ମହାବିଦ୍ୟାଳୟର ପ୍ରଚାର ଓ ନିର୍ବାଚନ କମିଟିର ଅଧକ୍ଷ ରୁପେ ସୁଚାରୁ ରୁପେ ଦାଇତ୍ୱ ତୁଲାଇଛନ୍ତି । ଏହି ଦାଇତ୍ୱ ପାଇବା ପରେ ଛାତ୍ର ନେତା ରାକେଶ ଦେହୁରୀ ରାଜ୍ୟ ରାଜୀବ ଗାନ୍ଧୀ ଛାତ୍ର ସଂଗଠନ ସଭାପତି ସତ୍ୟବ୍ରତ ନାୟକ , ଅନୁଗୁଳ ଜିଲ୍ଲା କଂଗ୍ରେସ ସଭାପତି ବିପ୍ଲବ ଜେନା , ଅନୁଗୁଳ ନଗର କଂଗ୍ରେସ ସଭାପତି ସୁଦୀପ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ରାଜ୍ୟ ସଭାପତିଙ୍କ ନିର୍ଦ୍ଧେଶ କ୍ରମେ ଆଗାମୀ ଏକ ମାସ ଭିତରେ ଜିଲ୍ଲାରେ ବ୍ଲକ କମିଟି , ମହାବିଦ୍ୟାଳୟ କମିଟି ଓ ଜିଲ୍ଲା କମିଟି ଗଠନ କରି ଭାରତ ରତ୍ନ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ଚିନ୍ତା ଧାରା ଛାତ୍ର ସମାଜ ଭିତରେ ପ୍ରଚାର ପ୍ରସାର କରିବା ସହିତ ଛାତ୍ର ଛାତ୍ରୀ ସମାଜ ଓ ମହାବିଦ୍ୟାଳୟର ଅଧିକାର ପାଇଁ ନିଃସ୍ୱାର୍ଥପର ଭାବେ ଲଢେଇ କରିବେ ବୋଲି ରାକେଶ ଏକ ପ୍ରେସ ବିଜ୍ଞପ୍ତି ଦ୍ୱାରା ଜଣାଇଛନ୍ତି । Advertisement
ମିଛ ଫଟୋ ଦେଇ ଟ୍ରୋଲ ହେଲେ ବିଧାୟକ ଅନୁଗୁଳ – ସାମାଜିକ ଗଣମାଧ୍ୟମର ଚାହିଦାକୁ ଦେଖି ନେତା ମାନେ ନିଜ ପ୍ରଚାର ପ୍ରସାର କରିବାର ସୁଯୋଗକୁ ହାତଛଡା କରୁ ନାହାନ୍ତି । ନିଜ ଅଞ୍ଚଳର ପ୍ରତ୍ଯେକ…
ପୁଣି ଜଣେ ସରପଞ୍ଚଙ୍କ ବିରୁଦ୍ଧରେ ଅନାସ୍ତା ପ୍ରସ୍ତାବ ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ଅନ୍ତର୍ଗତ କୁଶକିଳା ଗ୍ରାମ ପଞ୍ଚାୟତରେ ବିଭିନ୍ନ ଦୁର୍ନୀତି ଓ ସରପଞ୍ଚଙ୍କ ମନମୁଖି କାର୍ଯ୍ୟକୁ ନେଇ ଶୁକ୍ରବାର ଅନୁଗୁଳ ଉପଜିଲ୍ଲାପାଳଙ୍କ…
ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ – ବିଜେଡିର ୨୬ ତମ ପ୍ରତିଷ୍ଠା ଦିବସ ଅନୁଗୋଳ ଠାରେ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି । ଅନୁଗୋଳ ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ…