ଅପରାଧ ଚୋରି ମୋଟରସାଇକେଲ ଉଦ୍ଧାର – ଦୁଇ ଗିରଫ Angul OnlineAugust 27, 2021August 27, 2021 ଅନୁଗୁଳ -(AO) ଅନୁଗୁଳ ଗୁରୁବାର ହାଟରୁ ଗତକାଲି ଏକ ମୋଟରସାଇକେଲ ଚୋରି ହୋଇଥିବା ବେଳେ ଆଜି ଅନୁଗୁଳ ପୁଲିସ ମୋଟରସାଇକେଲ ଚୋରକୁ ଧରିବା ସହ ଚୋରି ମୋଟରସାଇକେଲ ଉଦ୍ଧାର କରିଛି । ଏହା ସହ ଚୋରା ମୋଟରସାଇକେଲ କିଣିବା ଅଭିଯୋଗରେ ଅନ୍ୟ ଜଣଙ୍କୁ ମଧ୍ୟ ଗିରଫ କରିଛି । ସୂଚନା ଅନୁସାରେ ଗତକାଲି ଅନୁଗୁଳ ଗୁରୁବାର ହାଟରୁ ଜଣେ ବ୍ୟକ୍ତିଙ୍କର ମୋଟରସାଇକେଲ ଚୋରି ହୋଇଥିବା ଅନୁଗୁଳ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ଅନୁଗୁଳ ପୁଲିସ ସବ ଇନ୍ସପେକ୍ଟର ଅବଦୁଲ ୱାସୀମ ଖାନ ଘଟଣାର ତଦନ୍ତ କରି ବଲାସିଂହା ଗ୍ରାମର ଉପେନ୍ଦ୍ର ପ୍ରଧାନ ନାମକ ଜଣେ ବ୍ୟକ୍ତି ଏହି ମୋଟରସାଇକେଲ ଚୋରି କରିଥିବା ଜାଣିବାକୁ ପାଇଥିଲେ । ଉପେନ୍ଦ୍ରଙ୍କୁ ପୁଲିସ ଆଣି ପଚରାଉଚରା କରିବା ବେଳେ ସେ ମୋଟରସାଇକେଲ ଚୋରି କରିଥିବା ମାନି ଯାଇଥିବା ବେଳେ ବନ୍ତଳା ବଜାରରେ ସ୍କ୍ରାପ ଦୋକାନ ଦେଇଥିବା ଦୁଷ୍ମନ୍ତ ସାହୁକୁ ମୋଟରସାଇକେଲ ବିକ୍ରି କରିଥିବା କହିଥିଲା । ପୁଲିସ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତର ଦୋକାନରେ ଚଢ଼ାଉ କରି ଚୋରି ମୋଟରସାଇକେଲ ଉଦ୍ଧାର କରିବା ସହ ଗତ ଜୁଲାଇ ମାସ ୮ ତାରିଖରେ ଚୋରି ଅଭିଯୋଗ ହୋଇଥିବା ଆଉ ଏକ ମୋଟରସାଇକେଲର ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଥିଲା । ଏହି ଘଟଣାରେ ପୁଲିସ ଦଫା ୩୭୯ ରେ ଚୋର ଉପେନ୍ଦ୍ର ଓ ଚୋରି ସାମଗ୍ରୀ କିଣିଥିବା ଦୁଷ୍ମନ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । Advertisement
୮୫ ପେଟି ମଦ ଜବତ – ଜଣେ ଗିରଫ ଅନୁଗୁଳ – ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ନୂଆହତା ପଞ୍ଚାୟତ ସ୍ଥିତ ପୁରୁଣା ମଦ କାଉଣ୍ଟର ନିକଟରୁ ୮୫ ପେଟି ବିଦେଶୀ ମଦ ଜବତ କରିଛି ବଅଁରପାଳ…
ଦୀର୍ଘ ୧୦ ବର୍ଷ ହେଲା ଚାଲିଥିଲା ସେକ୍ସ ରାକେଟ – ଚଢାଉ କଲା ସ୍ପେସିଆଲ ସ୍କ୍ବାର୍ଡ ଅନୁଗୁଳ – ଅନୁଗୁଳ ଜିଲ୍ଲା ନାଲକୋନଗର ଥାନା ସିପିପି ସ୍ଥିତ ଅସ୍ଥାୟୀ ବସଲା ହଟିଂ ନିକଟରୁ ସେକ୍ସ ରାକେଟ ଠାବ କରିଛି ଅନୁଗୁଳ ସ୍ପେସିଆଲ ସ୍କ୍ବାର୍ଡ ।…
ଗଛରେ ଝୁଲୁଛି ବୃଦ୍ଧଙ୍କ ମୃତଦେହ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା କଲେଇପଦା ଗ୍ରାମରେ ଝୁଲନ୍ତା ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ଗଛରେ ଆଜି ଦେଖିବାକୁ ମିଳିଛି । ଏହା ହତ୍ୟା ନା…