ମୁଖ୍ୟ ଚିକିତ୍ସାଳୟ ୩ ମହଲା କୋଠା ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ – ଉଦ୍ଧାର କଳା ଅଗ୍ନିଶମ ବିଭାଗ(ଭିଡିଓ)

ମୁଖ୍ୟ ଚିକିତ୍ସାଳୟ ୩ ମହଲା କୋଠା ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ – ଉଦ୍ଧାର କଳା ଅଗ୍ନିଶମ ବିଭାଗ(ଭିଡିଓ)

ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ତୃତୀୟ ମହଲା ଝରକା ତାଜା କୁ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ । ଅଗ୍ନିଶମ ବିଭଗ ଓ ଡାକ୍ତରଖାନା କର୍ମଚାରୀ ତାଙ୍କୁ ଉଦ୍ଧାର କରିବାକୁ ଯାଇ ନକେଦାମ । ଶେଷରେ ପ୍ରାୟ ଦେଢ଼ ଘଣ୍ଟା ପରିଶ୍ରମ ପରେ ଯୁବକକୁ ଉଦ୍ଧାର କରା ଯାଇ ପାରିଲା । ଆଜି ସକାଳ ପ୍ରାୟ ୧୦ ଟା ବେଳେ ହଠାତ ଜଣେ ଯୁବକ ପ୍ରସ୍ତାବିତ ୧୦୦ ଶଯ୍ୟା ବିଶିଷ୍ଟ ଆଇସିୟୁ ବିଲିଡ଼ିଂ ର ୩ ମହଲା ଉପରେ ଚଢ଼ି ସେଠାରେ ଥିବା ଝରକା ତାଜା ଉପରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯାହାକୁ ନେଇ ସମସ୍ତେ ଆଚମ୍ବିତ ହୋଇ ପଡ଼ିଥିବା ବେଳେ , ତୁରନ୍ତ ଚିକିତ୍ସାଳୟ କୃତପକ୍ଷ ଅଗ୍ନିଶମ ବାହିନୀ କୁ ସୂଚନା ଦେଇଥିଲା। ପରେ ଆରମ୍ବ ହୋଇଥିଲା ରେଶକ୍ୟୁ ଅପରେସନ । ଦୀର୍ଘ ଦେଢ଼ ଘଣ୍ଟା ଧରି ଚାଲିଥିଲା ଏହି ରେଶକ୍ୟୁ ଅପରେସନ । ତଳେ ଏକ ଜାଲ ବିଛାଯିବା ସହ ଉପରକୁ ସିଡ଼ି ପକାଇ ଉଧାର କାର୍ଯ୍ୟ ଆରମ୍ବ ହୋଇଥିଲା । ଅନ୍ୟ ଏକ ଟିମ ସମ୍ପୃକ୍ତ ଯୁବକଙ୍କୁ ବୁଝା ସୁଝା ଉଦ୍ୟମ କରିଥିଲେ । ଶେଷରେ ଏକ ରସି ସାହାଯ୍ୟରେ ସମ୍ପୃକ୍ତ ଯୁବକଙ୍କୁ ଉଦ୍ଧାର କରାଯାଇଥିଲା । ଏଭଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳର ଭଜମନ ଗୋଛୟତ । ସେ ଦୁଇ ବର୍ଷ ପୂର୍ବେ ମୁଖ୍ୟ ଚିକିତ୍ସାଳୟରେ ସଫେଇ କର୍ମଚାରୀ ଭାବେ କାର୍ଯ୍ୟରତ ଥିଲେ । ଏବେ ସେ ମାନସିକ ବିକାରଗ୍ରସ୍ତ ଥିବା ବେଳେ ଦୁଇଦିନ ହେଲା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲେ । ଆଜି ବାଥରୁମ ଝରକା ଦେଇ ସେ ଝରକା ତାଜାକୁ ଯାଇ ଏଭଳି ଉଦ୍ୟମ କରିଥିଲେ । ଶେଷରେ ତାଙ୍କୁ ଉଦ୍ଧାର ପରେ ପୁଣି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ତେବେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଥିବା କର୍ମଚାରୀ ସୁରକ୍ଷାକର୍ମୀ କିଭଳି ଜାଣି ପାରିଲେ ନାହିଁ ଆଉ ସେ ଏଭଳି ଝ୍ରାକାକୁ ଯାଇ ଆତ୍ମହତ୍ୟା ଉଦ୍ୟମ କଲେ ତାକୁ ନେଇ ପ୍ରାଶ୍ନବାଚୀ ସୃଷ୍ଟି ହୋଇଛି ।

What’s your Reaction?
+1
4
+1
0
+1
0
+1
0
+1
9
+1
2
+1
3

Leave a Reply