ଅପରାଧ ଦୁଇ ଏଟିଏମ ଲୁଟ ଉଦ୍ୟମ ବିଫଳ Angul OnlineSeptember 2, 2021September 2, 2021 ଅନୁଗୁଳ – ଅନୁଗୁଳ ସହର ଉପରେ ଥିବା ଦୁଇଟି ଏଟିଏମ ଭାଙ୍ଗି ଦୁର୍ବୃତ୍ତ ମାନେ ଟଙ୍କା ଲୁଟ ଉଦ୍ୟମ କରିଥିବା ବେଳେ ଏଥିରେ ବିଫଳ ହୋଇଛନ୍ତି । ତେବେ ପୂର୍ବରୁ ଜିଲ୍ଲାର ସଦର ମହକୁମାର ଦୁଇଟି ବଡ ବଡ ବ୍ଯାଙ୍କ ଲୁଟ ଓ ଗତ ବର୍ଷ ଦୁଇଟି ଏଟିଏମ ଲୁଟ ହୋଇଥିବା ବେଳେ ଦୀର୍ଘଦିନ ବ୍ୟବଧାନରେ ପୁଣି ଏଟିଏମ ଲୁଟେରାଙ୍କ ଏଭଳି ଉଦ୍ୟମ ପୁଲିସର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ସୂଚନା ଅନୁସାରେ ଅନୁଗୁଳ ସହରର ଅମଲାପଡ଼ା ସ୍ଥିତ ଇଣ୍ଡିଆନ ଓଭରସିସ ବ୍ୟାଙ୍କ ଓ କାନାଡ଼ା ବ୍ୟାଙ୍କ୍ ର ଏଟିଏମ୍ ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ତାଡି ଲୁଟ କରିବାକୁ ଉଦ୍ୟମ କରିଥିଲେ । ତେବେ କ୍ୟାସ୍ ଟ୍ରେ ନ କାଟି ପାରି ଟଙ୍କା ଲୁଟିବାରେ ବିଫଳ ହୋଇଥିଲେ । ବିଳମ୍ବିତ ରାତିରେ ଏହି ଲୁଟ ହୋଇଥିବା ଜଣା ପଡିଥିବା ବେଳେ ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ହୋଇଛି । ପୁଲିସ ସିସି ଟିଭି ଆଧାରରେ ତଦନ୍ତ କରୁଛି । Advertisement
ପତ୍ନୀହନ୍ତାକୁ ଆଜୀବନ ଅନୁଗୁଳ – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳିଛି । ସୂଚନା ଅନୁସାରେ ୨୦୦୩ ମସିହାରେ ପାତ୍ରପଡା ଗାଁର…
ପୂଜା ପୁର୍ବରୁ ପୁଲିସକୁ ବଡ ସଫଳତା – ଆଠ ଜଣିଆ ଲୁଟେରା ଗ୍ଯାଙ୍ଗ ଗିରଫ ଅନୁଗୁଳ – (ଅନୁଗୁଳ ଅନଲାଇନ) – ୧୯/୦୯ – ପାର୍ବଣ ଋତୁ ପୂର୍ବରୁ ଅନୁଗୁଳ ପୁଲିସକୁ ବଡ ସଫଳତା ମିଳିଛି । ମାସେ ଭିତରେ ୧୦ ରୁ…
ଟ୍ରକରେ ଗୋରୁ ଚାଲାଣ ବେଳେ ଖରାପ ହେଇଗଲା ଗାଡି – କାବୁ କରିନେଲେ ଲୋକେ ଅନୁଗୁଳ – ଅନୁଗୁଳ ଜିଲ୍ଲା ମହୀଧରପୁର ଫାଣ୍ଡି ଅନ୍ତର୍ଗତ ମହୀଧରପୁର ଛକ ନିକଟରେ ଗୋରୁ ବୋଝେଇ ଗାଡି ଧରିଲେ ସ୍ଥାନୀୟ ଲୋକେ। ସୂଚନା ଅନୁସାରେ , ଆଜି…