ଆଞ୍ଚଳିକ ପାଣିରେ ବୁଡି ବୃଦ୍ଧା ମୃତ Angul OnlineSeptember 3, 2021September 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପିପଳବାହାଳ ଗାଁରେ ପାଣିରେ ବୁଡି ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି । ଘଟଣାରୁ ପ୍ରକାଶ ପିପଳବାହାଳ ଗ୍ରାମର ଜେମା ପ୍ରଧାନ ଗୁରୁବାର ସକାଳେ ବିରି ତୋଳିବାକୁ ଘର ଠାରୁ ୨କିମି ଦୂରରେ ଥିବା ବଗିଚାକୁ ଯାଇଥିଲେ । କିନ୍ତୁ ସଂଧ୍ୟା ପର୍ଯ୍ୟନ୍ତ ଘରକୁ ନଫେରିବାରୁ ପରିବାର ଲୋକ ଓ ଗ୍ରାମବାସୀ ବହୁ ଖୋଜାଖୋଜି କରିବା ପରେ ଗାଁ ନିକଟସ୍ଥ ବାବାଜି ଦରହ ପାଣିରେ ପଡିଥିବା ଦେଖିବାକୁ ପାଇଥିଲେ । ପରିବାର ଲୋକମାନେ ତାଙ୍କୁ ତୁରନ୍ତ ଛେଣ୍ଡିପଦା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । ହେଲେ ସେତେବେଳକୁ ଜେମାଙ୍କର ମୃତ୍ୟୁ ହୋଇ ସାରିଥିଲା । ଖବର ପାଇ ପୁଲିସ ଶବକୁ ଜବତ କରିବା ସହିତ ଏକ ଅପମୃତ୍ୟୁ ମାମଲା ରୁଜୁକରି ଘଟଣାର ତଦନ୍ତ କରୁଛି । Advertisement
ବର୍ଷାରେ ବେହାଲ ଅନୁଗୋଳ ଅନୁଗୋଳ – ଜାତୀୟ ରାଜପଥ ରେ ଲହଡି ମାରୁଛି ପାଣି , ଘର ଭିତରେ ଆଣ୍ଠୁଏ ପାଣି , ଗାଡି ପାଣିରେ ଭାସୁଛି । ଦୁଇଦିନ ଲଗାଣ…
ଜଳିଗଲା ନନା ଜଳଖିଆ ଦୋକାନ ଅନୁଗୁଳ – ଅନୁଗୁଳ ବସଷ୍ଟାଣ୍ଡ ନିକଟରେ ଆଜି ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟି ବହୁ ପୁରୁଣା ଓ ପ୍ରସିଦ୍ଧ ଜଳଖିଆ ଦୋକାନ ପୋଡି ନଷ୍ଟ ହୋଇ ଯାଇଛି ।…
ଗଛ ଡାଳ ଭାଙ୍ଗିବାରୁ ରେଳ ଚଳାଚଳ ବାଧାପ୍ରାପ୍ତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆଜି କାଳ ବୈଶାଖୀ ପ୍ରଭାବରେ ବର୍ଷା ସାଙ୍ଗକୁ ଜୋର ପବନ ହୋଇଥିଲା । ଫଳରେ ବିଭିନ୍ନ ସ୍ଥାନରେ ଗଛ…