ଅପରାଧ ଚୋରା ତେଲ ସହ ୨ ପିକଅପ ଜବତ – ୩ ଗିରଫ Angul OnlineSeptember 3, 2021September 3, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ପୁଲିସ ଗୁରୁବାର ଚଢାଉ କରି ୧୧୯୦ ଲିଟର ଚୋରା ଡିଜେଲ ଓ ପେଟ୍ରୋଲ ଜବତ କରିବା ସହିତ ଦୁଇଟି ପିକଅପ ଭ୍ୟାନ ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ ମଧ୍ୟ ପୁଲିସ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ପୁଲିସ ଶୁକ୍ରବାର ଅପରାହ୍ନରେ କୋଶଳା ଅଞ୍ଚଳରେ ପେଟ୍ରୋଲିଂ କରୁଥିବା ବେଳେ ଏକ ଧଳା ବୋଲେରୋ ପିକଅପ ଭ୍ୟାନ(ଓଡି୧୯ଟି୩୯୩୧)ରେ ଚୋରା ଡିଜେଲ ଓ ପେଟ୍ରୋଲ ଅନୁଗୁଳରୁ ୬୩ ନଂ ରାଜ୍ୟ ରାଜପଥରେ ଛେଣ୍ଡିପଦା ଆଡେ ଆସୁଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇଥିଲେ । ଏ ନେଇ ପୁଲିସ ୬୩ ନଂ ରାଜ୍ୟ ରାଜପଥର କକୁରପେଟା ଡ୍ୟାମ ଠାରେ ସନ୍ଦିଗ୍ଧ ଗାଡିକୁ ଅଟକାଇ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଗାଡିରେ ୪୧୦ଲିଟର ଡିଜେଲ ଓ ୪୫୦ ଲିଟର ପେଟ୍ରୋଲ ଥିବା ଦେଖିବାକୁ ମିଳିଥିଲା । ଏ ନେଇ ଗାଡିର ଚାଳକ ବିକାଶ ଷଣ୍ଢ ଓ ଗାଡିରେ ବସିଥିବା ରଞ୍ଜନ ଦେହୁରୀଙ୍କୁ ଆବଶ୍ୟକିୟ କାଗଜ ପତ୍ର ମାଗିବା ସହିତ ଘଟଣାର ତଦନ୍ତ କରିଥିଲେ । ତଦନ୍ତ ବେଳେ ଉକ୍ତ ଚୋରା ଡିଜେଲ ଓ ପେଟ୍ରୋଲ ନିଶା ଥାନା ଭୁବନପୁର ଅଞ୍ଚଳରୁ ସମ୍ବଲପୁର ଜିଲ୍ଲା ନାକିଟିଦେଉଳ ଥାନା ନିଜଘର ବାଟଗାଁକୁ ନେଉଥିବା ପ୍ରକାଶ କରିଥିଲେ । ଏ ନେଇ ଛେଣ୍ଡିପଦା ପୁଲିସ ନିଶା ଶିଳ୍ପାଞ୍ଚଳ ପୁଲିସ ସହାୟତାରେ ଚୋରା ଚାଲାଣ ହେଉଥିବା ଭୁବନପୁର ଅଞ୍ଚଳରେ ଚଢାଉ କରି ଆଉ ଏକ ଗାଡିରେ (ଓଆର୦୪ଏନ୭୨୯୧) ୪ଟି ଜାରକିନରେ ଥିବା ୩୩୦ଲିଟର ଡିଜେଲ ଜବତ କରିବା ସହିତ ମୁଖ୍ୟ ଚାଲାଣକାରୀ ପ୍ରଶାନ୍ତ ନାଥକୁ ଗିରଫ କରିଥିଲେ । ଏନେଇ ଛେଣ୍ଡିପଦା ଥାନା କେସ ନଂ୪୧୪/୨୧ରେ ଏକ ମାମଲା ରୁଜୁ କରାଯିବା ସହିତ ବେଆଇନ ପରିବହନ କରୁଥିବା ଦୁଇଟି ପିକଅପ ,୧୧୯୦ଲିଟର ବେଆଇନ ଚୋରା ଡିଜେଲ ଓ ପେଟ୍ରୋଲ ଜବତ କରିବା ସହିତ ବାଟଗାଁ ଅଞ୍ଚଳର ବିକାଶ ଷଣ୍ଢ ଓ ରଞ୍ଜନ ଦେହୁରୀ ଏବଂ ଭୁବନପୁରର ପ୍ରଶାନ୍ତ ନାଥଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । Advertisement
ଯୁବକଙ୍କୁ ଗଳା କାଟି ହତ୍ୟା ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅଞ୍ଚଳରେ ଜଣେ ଯୁବକଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି । ମୃତ ଯୁବକଙ୍କ ବେକରେ କୌଣସି ଧାରୁଆ ଅସ୍ତ୍ରରେ…
ବିଦ୍ୟାଳୟରୁ ତାଲା ଭାଙ୍ଗି ଚୋରି ବନ୍ତଳା – ଅନୁଗୁକ୍ଳ ଜିଲ୍ଲା ପୁରୁଣାଗଡ଼ ମାଟିଆ ସାହି ପ୍ରାଥମିକ ବିଦ୍ୟାଳୟରୁ ଚୋରି ହୋଇଥିବା ବନ୍ତଳା ଥାନାରେ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସ୍କୁଲର ଶିକ୍ଷକ…
ଟଙ୍କା ଓ ପରେ ପ୍ରେମିକା ଉପରେ ନଜର ପକେଇବା ଯୋଗୁଁ ହତ୍ଯାକାଣ୍ଡ – ଦୁଇ ମହିଳା ସମେତ ଚାରି ଗିରଫ ଅନୁଗୋଳ – ବ୍ୟବସାୟରେ କରିଥିବା ଲାଭ ଟଙ୍କା ଦେଉ ନଥିଲା , ତାପରେ ପ୍ରେମିକା ଉପରେ ନଜର ପକାଇଲା । ସେଇଥିପାଇଁ ଯୋଜନା କଲା ଏବଂ ଯୋଜନା…