ଅର୍ଥ ହେରେଫର ଅଭିଯୋଗ – ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ

ଅର୍ଥ ହେରେଫର ଅଭିଯୋଗ – ସିଡିପିଓ କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଗିରଫ

ବଅଁରପାଳ – ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ ଶିଶୁ ଓ ମହିଳା ବିକାଶ କାର୍ଯ୍ୟାଳୟରେ ଦୁର୍ନୀତି ଅଭିଯୋଗରେ ବରିଷ୍ଠ କିରାଣୀ କମ କ୍ୟାସିୟରଙ୍କୁ ବଅଁରପାଳ ପୁଲିସ ଗିରଫ କରିଛି । ସୂଚନା ଅନୁସାରେ ଗତ ଦୁଇ  ବର୍ଷ ହେବ ଶିଶୁ ମହିଳା ବିକାଶ କାର୍ଯ୍ୟାଳୟରେ କ୍ୟାସିୟର ଭାବେ ଯୁଗଳ ଅନୁରାଗ ନାୟକ ଯୋଗ ଦେବା ପର ଠାରୁ ବିଭିନ୍ନ ପ୍ରକାର ଦୁର୍ନତି ନେଇ ଅଧିକାରୀ ମାନେ ଅନୁମାନ କରିଥିଲେ ।  ଶିଶୁ ମହିଳା ବିକାଶ କାର୍ଯ୍ୟାଳୟରେ ଅଧିକାରୀ ଭାବେ ତା ୧୨/୦୧/୨୦୨୧ ରିଖ ରେ ଲିଲି ଦାସ ଯୋଗ ଦେଇଥିଲେ । ଏହା ପରେ ସିନିୟର ବରିଷ୍ଠ କିରାଣୀ କମ କ୍ୟାସିୟର ଯୁଗଳ ଅନୁରାଗ ନାୟକଙ୍କୁ ଖାତା ଅପଡେଟ କରିବା ପାଇଁ କହିବା  ପରେ ମଧ୍ୟ ବିଭିନ୍ନ ବାହାନା କରି ଅପଡେଟ୍ କରିନଥିଲେ । ଏହା ପରେ ସିଡିପିଓ ଦୁର୍ନୀତି ହୋଇଥିବା ସନ୍ଦେହ କରି ବ୍ୟାଙ୍କରେ ନିଜେ ଖାତା ଅପଡେଟ କରିବା ପରେ ପ୍ରାୟ ଛଅ ଲକ୍ଷ ଚବିଶ ହଜାର ଟଙ୍କା ହିସାବ ଠିକ ନଥିବା ଜାଣିବାକୁ ପାଇଥିଲେ ସମ୍ପୃକ୍ତ ଟଙ୍କା ଯୁଗଳ ହଡ଼ପ କରିଥିବା ଜାଣିବାକୁ ପାଇ ସିଡିପିଓ ଜିଲ୍ଲାପାଳଙ୍କୁ ଅବଗତ କରାଇବା ପରେ ଜିଲ୍ଲାପାଳଙ୍କର ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ କ୍ୟାସିୟର ଯୁଗଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବଅଁରପାଳ ଥାନାରେ ଏତଲା ଦେଇଥିଲେ । ପୁଲିସ ଅଭିଯୋଗ ପାଇବା ପରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଏହା ସହ ଦଫା ୪୦୯/୪୬୮/୪୨୦ରେ ବରିଷ୍ଠ କିରାଣୀ କମ କ୍ୟାସିୟର ଯୁଗଳ ଅନୁରାଗ ନାୟକଙ୍କୁ ବଅଁରପାଳ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।

What’s your Reaction?
+1
6
+1
1
+1
1
+1
3
+1
11
+1
0
+1
3

Leave a Reply