ଅପରାଧ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଚୋରୀ Angul OnlineSeptember 11, 2021September 11, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ତହସିଲ ଅନ୍ତର୍ଗତ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରୁ ଶୁକ୍ରବାର ବିଳମ୍ବିତ ରାତିରେ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଜରପଡାର ରାଜସ୍ବନିରୀକ୍ଷକ ଗତ ୯ ତାରିଖ ଗୁରୁବାର ସନ୍ଧ୍ୟାରେ କାର୍ଯ୍ୟାଳୟ ବନ୍ଦ କରି ଘରକୁ ଯାଇଥିଲେ । ଗତକାଲି ଛୁଟି ଥିବା ବେଳେ ଏହାର ସୁଯୋଗ ନେଇ ଦୁର୍ବୃତ୍ତ ମାନେ ଜରପଡା ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟର ତାଲାଭାଙ୍ଗି ଭିତରେ ଥିବା ୪୨୦୦ଟଙ୍କା ,ଏକ ଲାପଟପ ଓ କିଛି ଆସବାବପତ୍ର ଚୋରୀ କରି ନେଇ ପଳାଇଯାଇଛନ୍ତି । ଏ ନେଇ ଜରପଡା ଭାରପ୍ରାପ୍ତ ରାଜସ୍ବ ନିରୀକ୍ଷକ ସୁନିଲ କୁମାର ସ୍ବାଇଁ ଜରପଡା ଥାନାରେ ଶନିବାର ଲିଖିତ ଅଭିଯୋଗ କରିଛନ୍ତି । ଖବର ପାଇ ଜରପଡା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି । Advertisement
ତୀର ମାଡରେ ଯୁବକ ଗୁରୁତର ଅନୁଗୁଳ – ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା କଙ୍କରେଇ ଗାଁରେ ଜଣେ ଯୁବକଙ୍କୁ ତୀର ମାଡ ହୋଇଥିବା ବେଳେ ତୀର ଲାଗିଥିବା ଅବସ୍ଥାରେ ସେ ଆସି…
୭ ଲକ୍ଷ ୪୦ ହଜାର ଟଙ୍କା ମୂଲ୍ଯର ବ୍ରାଉନସୁଗାର ଜବତ , ୪ ଗିରଫ ଅନୁଗୁଳ – ଅନୁଗୁଳ ଅବକାରୀ ବିଭାଗ ଶନିବାର ୭୪ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ…
ଦାମୀ କାରରୁ ୪୦୦ ଲିଟର ଦେଶୀ ମଦ ଜବତ – ୨ ଗିରଫ ଅନୁଗୋଳ – ଅନୁଗୋଳ ଅବକାରୀ ମୋବାଇଲ ସ୍କ୍ବାର୍ଡ ଦ୍ବାରା ଗୁରୁବାର ସକାଳେ ୪୦୦ ଲିଟର ଦେଶୀ ମଦ ସହ ୨ ଯୁବକ ଗିରଫ ଓ କାର ଜବତ…