ଅପରାଧ ଘରେ ପଶି ଚୋରୀ କରୁଥିବା ବେଳେ ଧରା ପଡିଲା ଚୋର – ନିର୍ଧୂମ ଛେଚି ପୁଲିସର ଜିମା ଦେଲେ ଲୋକ Angul OnlineSeptember 13, 2021September 13, 2021 ଅନୁଗୁଳ – ଘରେ ପଶି ଚୋରି କରୁଥିବା ବେଳେ ଧରା ପଡିଗଲା ଚୋର । ଆଉ ନିର୍ଧୁମ ମାଡ଼ ଖାଇବା ପରେ ପୁଲିସ ବାନ୍ଧି ନେଲା ଚୋରକୁ । ଏଭଳି ଘଟଣା ଅନୁଗୁଳ ଜିଲ୍ଲା ଜରପଡା ଥାନା କୋରଡ଼ା, ଆମ୍ବୁରି ସାହିରେ ଘଟିଛି । ସୂଚନା ଅନୁସାରେ, କୋରଡା ଗାଁର ଚକ୍ରଧର ସାହୁ ଘର ବାହାରେ ଶୋଇଥିବା ଅନ୍ୟମାନେ ଘର ଭିତରେ ଶୋଇଥିଲେ । ରାତିରେ ଚୋର ଆସି ପ୍ରଥମେ ଚକ୍ରଙ୍କ ମୁଣ୍ଡ ପାଖରୁ ମୋବାଇଲ ନେବା ପରେ ଘର ଭିତରେ ପଶି ଶେଯ ତଳୁ ଚାବି ଖୋଜିଥିଲା । ସେହି ସମୟରେ ସେଜ ତଳୁ ୭୭୦ ଟଙ୍କା ପାଇ ପକେଟରେ ଭର୍ତି କରିଥିଲା । ତାପରେ ଚାବି ନେଇ ଆଲମୀରା ଖୋଲି ଥିଲା । ଆଲମୀରା ଲକର ଖୋଲି ସୁନା ନେବା ପାଇଁ ଚେଷ୍ଟା କରୁଥିବା ବେଳେ କିଛି ଜିନିଷ ହାତରୁ ଖସି ପଡିଥିଲା । ଶବ୍ଦ ଶୁଣି ଘର ଭିତରେ ଶୋଇ ଥିବା ଚକ୍ରଧରଙ୍କ ପୁଅ ଦିପେନଙ୍କ ନିଦ ଭାଙ୍ଗିଯିବା ସହ ଚୋର ପଶିଥିବା ଜାଣିବାକୁ ପାଇଥିଲେ । ସେ ସାହାସ ଦେଖାଇ ଚୋର ବେକକୁ ଜାବୁଡି ଧରି ପାଟି କରିଥିଲେ । ସେହି ସମୟରେ ଚୋରି କରିବାକୁ ଆସିଥିବା ଆଉ ଦୁଇ ଜଣ ଫେରାର ହୋଇ ଯାଇଥିଲେ । ପୁଅ ପାଟି ଶୁଣି ଅନ୍ୟମାନେ ଉଠି ଆସିବା ସହ ସମସ୍ତେ ମିଶି ଚୋରକୁ କାବୁ କରି ନେଇ ଥିଲେ । ତାକୁ ବାନ୍ଧି ନିସ୍ତୁକ ମାଡ ମଧ୍ୟ ଦେଇଥିଲେ । ପରେ ଜରପଡା ପୁଲିସକୁ ସୂଚନା ଦେବା ପରେ ପୁଲିସ ତାକୁ ଥାନାକୁ ନେଇ ଅଟକ ରଖିଛି । Advertisement
ସରକାରୀ ଜମିକୁ ନିଜ ଜମି କହି ବିକ୍ରି – ଠକେଇ ଅଭିଯୋଗରେ ଜଣେ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଅଞ୍ଚଳରେ ଏକ ସରକାରୀ ଜମିକୁ ନିଜର କହି ବିକ୍ରି କରାଯାଇଥିବା ଅଭିଯୋଗରେ ପୁଲିସ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ…
ବନ୍ଧୁକ ଦେଖାଇ ଲୁଟିନେଲେ ଟଙ୍କା ଛେଣ୍ଡିପଦା-ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଦେଇ ଯାଇଥିବା ଅନୁଗୁଳ-ଛେଣ୍ଡିପଦା ୬୩ନଂ ରାଜ୍ୟ ରାଜପଥର କୋଶଳା ସହିଦ ଅରୁଣଙ୍କ ପ୍ରତିମୂର୍ତ୍ତି ନିକଟରୁ ବନ୍ଧୁକ ଦେଖାଇ ୩୫ ହଜାର ଟଙ୍କା…
ଗୁଳିମାଡରେ ଯୁବକ ଆହତ ଅନୁଗୁଳ – ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ବଡକନ୍ତକୁଳ ଗାଁରେ ଆଜି ରାତି ପ୍ରାୟ ୧୦ ତା ପରେ ଏକ ଗୁଳିକାଣ୍ଡ ଘଟିଥିବା ବେଳେ ଗୁଳି ମାଡରେ…