ଆଞ୍ଚଳିକ ଦୁର୍ଗା ପୂଜା ସମିତି ଅମଲାପଡାର ନୂତନ କର୍ମକର୍ତ୍ତା ଚୟନ Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଦୁର୍ଗା ପୂଜା ସମିତି ଅମଲାପଡାର ଚଳିତ ବର୍ଷ ମା ଦୁର୍ଗାଙ୍କ ଶାରଦୀୟ ପୂଜା ନିମନ୍ତେ ନୂତନ କର୍ମକର୍ତ୍ତା ଚୟନ ଅମଲାପଡାସ୍ଥିତ ଦୁର୍ଗା ମଣ୍ଡପ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଶ୍ରୀ ଭକ୍ତି ପ୍ରସାଦ ଦାସ ସଭାପତି , ତପନ ଦାସ କାର୍ଯ୍ୟକାରୀ ସଭାପତି , ନରୋତମ ମହାନ୍ତି , ଅଜୟ ପଟ୍ଟନାୟକ ଉପସଭାପତି , ଦୀପକ କୁମାର ସାମାନ୍ତ ସାଧାରଣ ସମ୍ପାଦକ , ତୋଫାନ ତ୍ରିପାଠୀ ଓ ସୁକାନ୍ତ ସାହୁ ସହ ସମ୍ପାଦକ , ଜ୍ୟୋତିରଞ୍ଜନ ପଟ୍ଟନାୟକ କୋଷାଧକ୍ଷ ଓ ଜ୍ୟୋତି ପ୍ରକାଶ ତ୍ରିପାଠୀଙ୍କୁ ସହ କୋଷାଧ୍ୟକ୍ଷ ଭାବେ ସର୍ବସମତି କ୍ରମେ ୨୦୨୧ ମସିହା ଦୁର୍ଗା ପୂଜାର ସୁପରିଚାଳନା ପାଇଁ ମନୋନୀତ କରାଯାଇଛି । ନୂତନ କମିଟିର କାର୍ଯ୍ୟକାଳ ୧ ବର୍ଷ ପାଇଁ ରହିଥିବା ବେଳେ , ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନର କୋଭିଡ ଗାଇଡ଼ ଲାଇନ ମୁତାବକ ପୂଜା ବିଧି ଅନୁଷ୍ଠିତ ହେବ ବୋଲି ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ନିଆଯାଇଛି । ବୈଠକ ପୂର୍ବରୁ ପ୍ରାକ୍ତନ ସାଧାରଣ ସମ୍ପାଦକ ଅକ୍ଷୟ କୁମାର ସାମନ୍ତ ପୂର୍ବ ବର୍ଷ ଦୁର୍ଗା ପୂଜା ର ଆୟ ଓ ବ୍ୟୟ ସଂକ୍ରାନ୍ତିୟ ତଥ୍ୟ ଉପସ୍ଥାପନ କରିଥିଲେ । Advertisement
ପ୍ରତିଭା ସମ୍ମାନ ଉତ୍ସବ – ସମ୍ମାନୀତ ହେଲେ ୧୦୦ରୁ ଉର୍ଦ୍ଧ୍ବ ପ୍ରତିଭା ଅନୁଗୁଳ – ଅନୁଗୁଳ ଜିଲ୍ଲାର ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଏହି ଅବସରରେ ଅନୁଷ୍ଠାନ ତରଫରୁ ପ୍ରଥମେ ଓଡ଼ିଶାର ମୁଖ୍ୟମନ୍ତ୍ରୀ…
କାର ଧକ୍କାରେ ଜଣେ ମୃତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ ୫୫ ରେ ଦୁର୍ଘଟଣା ଘଟି ପୁଣି ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ହେଲେ…
ରେକର୍ଡ ସଂଖ୍ୟକ ରକ୍ତ ସଂଗ୍ରହ ଅନୁଗୁଳ -ଅନୁଗୁଳ ଜିଲ୍ଲା ଶିଳ୍ପ ଓ ବାଣିଜ୍ୟ ପ୍ରତିଷ୍ଠାନ ପକ୍ଷରୁ ଏକ ବିଶାଳ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ଏହି ମେଗା ଶିବିରକୁ ଅନୁଗୁଳ ବିଧାୟକ…