ଅପରାଧ କୂଅ ଭିତରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର Angul OnlineSeptember 13, 2021September 13, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରପଡା ଥାନା ଅମାନ୍ତପୁର ଗାଁର ଏକ କୂଅ ଭିତରୁ ଯୁବକର ମୃତଦେହ ଉଦ୍ଧାର । ମୃତ ଯୁବକଙ୍କ ପରିଚୟ ମିଳିପାରି ନଥିବା ବେଳେ ଘଟଣା ସ୍ଥଳରେ ଜରପଡା ପୁଲିସ ପହଁଚି ତଦନ୍ତ କରୁଛି । ସୂଚନା ଅନୁସାରେ କୂଅ ଭିତରେ ଯୁବକଙ୍କ ମୃତଦେହ ଭାସୁଥିବା ଦେଖି ଗାଁ ଲୋକ ଅନୁଗୁଳ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଖବର ପାଇ ଅନୁଗୁଳ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କୂଅ ଭିତରୁ ଯୁବକଙ୍କ ମୃତଦେହ ଉଦ୍ଧାର କରି ପୁଲିସକୁ ସୂଚନା ଦେଇଥିଲେ । ପୁଲିସ ମୃତଦେହ ଜବତ କରି ତଦନ୍ତ କରୁଛି । Advertisement
ପୁର୍ବ ଶତୃତାରୁ ଗୁଳି ମାଡ – ଯୁବକ ମୃତ ଅନୁଗୋଳ – ଅନୁଗୋଳ ଜିଲ୍ଲାର ଠାକୁରଗଡ଼ ଥାନା କେଞ୍ଚୁଆନାଳୀ ଗ୍ରାମରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୁଳି ମାଡ଼ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ…
ଛିନତାଇ ଅଭିଯୋଗରେ ୨ ନାବାଳକ ସମେତ ୪ ଗିରଫ ଅନୁଗୁଳ – ଅନୁଗୁଳ ସଦରଥାନା ଅନ୍ତର୍ଗତ ଅନୁଗୁଳ ବନ୍ତଳା ରାସ୍ତାରେ ଶୁକ୍ରବାର ବିଳମ୍ବିତ ରାତିରେ ଦୁଇଟି ଲୁଟପାଟ ହୋଇଥିବା ବେଳେ ଏହି ଘଟଣାରେ ୨ ନାବାଳକଙ୍କ ସମେତ…
୬ ଜଣ ଜୁଆଡ଼ି ଗିରଫ – କାର, ମୋଟରସାଇକେଲ , ଟଙ୍କା ଜବତ ଅନୁଗୁଳ – ଅନୁଗୁଳ ସଦର ପୁଲିସ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ମାନେ ହେଲେ ହେମୁସୁରପଡ଼ାର…