ମୁଖ୍ୟ ଖବର ମଝି ନଦୀରେ ଫସି ରହିଲେ ମହିଳା – ସାହସ ଦେଖାଇଲେ ସ୍ଥାନୀୟ ଯୁବକ Angul OnlineSeptember 14, 2021September 14, 2021 ଅନୁଗୁଳ – ଲଗାଣ ବର୍ଷା ପରେ ବଢି ପାଣି ମଝିରେ ଫସି ରହିଲେ ମହିଳା । ନାଳ ମଝି ପଥର ଉପରେ ଛିଡା ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ଉଦ୍ଧାର କରିବାକୁ ଯାଇ ସେ ମଧ୍ୟ ଅଟକି ରହିଲେ । ପ୍ରାୟ ୨ ଘଣ୍ଟା ପରିଶ୍ରମ ପରେ ମହିଳା ଓ ଯୁବକଙ୍କୁ ଦମକଳ ବାହିନୀ ଉଦ୍ଧାର କରିଥିଲା । ଅନୁଗୁଳ ସଦର ହୁଳୁରୁସିଂହା ଦେଇ ବହି ଯାଇଥିବା ଲିଙ୍ଗରା ନାଳକୁ ଗାଁର ବ୍ରାହ୍ମଣୀ ବେହେରା ନାମକ ଜଣେ ମହିଳା ଗାଢେଇବାକୁ ଯାଇଥିଲେ । ତେବେ ସେତିକିବେଳେ ଉପର ମୁଣ୍ଡରେ ଥିବା ଡେରେଜାଙ୍ଗ ପ୍ରୋଜେକ୍ଟର ଗେଟ ଖୋଲି ଦେବାରୁ ନାଳରେ ପାଣି ବଢି ଆସିଥିଲା । ଫଳରେ ମଝି ନାଳରେ ଥିବା ଏକ ବଡ ପଥର ଉପରେ ମହିଳା ଜଣଙ୍କ ଚଢି ଯାଇଥିଲେ । ଜୀବନ ବିକଳରେ ବଞ୍ଚାଇବାକୁ ସାହାଯ୍ୟ ଖୋଜୁଥିବା ବେଳେ ସେହି ଗାଁର ପିଣ୍ଟୁ ମୁଖ୍ୟ ନାମକ ଜଣେ ଯୁବକ ସାହସ ବାନ୍ଧି ପହଁରି ପହଁରି ତାଙ୍କ ପାଖରେ ପହଞ୍ଚିଥିଲେ । ଆଉ ମହିଳା ଜଣଙ୍କୁ ସାହସ ଦେବା ସହ ପଥର ଉପରେ ଧରି ରଖିଥିଲେ । ହେଲେ ସେତେବେଳକୁ ନଦୀର ଶ୍ରୋତ ଏତେ ଜୋର ଥିଲା ଯେ ପିଣ୍ଟୁ ମଧ୍ୟ ଆସି ନପାରି ସେଠାରେ ରହି ଯାଇଥିଲେ । ଖବର ପାଇ ଅଗ୍ନିଶମ ବିଭଗ ଘଟଣା ସ୍ଥଳରେ ପହଞ୍ଚିଥିଲା । ପ୍ରଥମେ ଡେରେଜାଙ୍ଗ ପ୍ରୋଜେକ୍ଟର ଗେଟ ବନ୍ଦ କରାଯିବା ପରେ ପାଣିର ସ୍ରୋତ ସାମାନ୍ୟ କମିଥିଲା । ଏହାପରେ ଉଦ୍ଧାରକାରୀ ଡଙ୍ଗା ସାହାଯ୍ୟରେ ଅଗ୍ନିଶମ ବିଭାଗ ପଥର ନିକଟରେ ପହଞ୍ଚି ମହିଳା ଓ ଯୁବକଙ୍କୁ ଉଦ୍ଧାର କରିଥିଲେ । ଆଜିର ଏହି ଘଟଣା ସବୁଥି ଚର୍ଚ୍ଚା ହେଉଥିବା ବେଳେ ପିଣ୍ଟୁଙ୍କ ସାହସିକତାକୁ ସମସ୍ତେ ପ୍ରଶଂସା କରୁଛନ୍ତି । Advertisement
ବନ୍ଧୁକ ମୁନରେ ଠିକା ସଂସ୍ଥା କର୍ମଚାରୀଙ୍କୁ ଅପହରଣ ଘଟଣା- ଝାଡ଼ଖଣ୍ଡରୁ ଉଦ୍ଧାର ହେଲେ ଦୁଇ ସୁପରଭାଇଜର ପାଲଲହଡା – ଗତ ସୋମବାର ବିଳମ୍ବିତ ରାତି ରେ ଅନୁଗୁଳ ଜିଲ୍ଲା ପାଲଲହଡା ବ୍ଲକ ଶିଗଡ ପଞ୍ଚାୟତ କମ୍ପରକେଳା ଠାରେ ଥିବା ଏକ ଠିକା ସଂସ୍ଥାର କ୍ୟାମ୍ପରୁ…
ଜେଏସପିଏଲ ପକ୍ଷରୁ ୨୭୦ ଶଯ୍ୟା ବିଶିଷ୍ଟ କୋଭିଡ ସେଣ୍ଟର ଉଦଘାଟିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଗସ୍ତରେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସିଥିବା ବେଳେ ଜେଏସପିଏଲ ଠାରେ ନିର୍ମିତ କୋଭିଡ କେୟାର ସେଣ୍ଟରକୁ ଲୋକାର୍ପଣ କରିଛନ୍ତି ।…
ପଦ ହରାଇଲେ ବାଲିପଟା ସରପଞ୍ଚ – ଅନାସ୍ଥା ସପକ୍ଷରେ ଦେଲେ ୧୨ଜଣ ୱାର୍ଡ ସଭ୍ୟସଭ୍ୟା ଛେଣ୍ଡିପଦା – ଅନୁଗୁଳ ଜିଲା ଛେଣ୍ଡିପଦା ବ୍ଳକ ବାଲିପଟ୍ଟା ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ବିରୋଧରେ ମଙ୍ଗଳବାର ହୋଇଥିବା ଅନାସ୍ଥା ଭୋଟରେ ପଦ ହରାଇବା ସହିତ ନାଏବ ସରପଞ୍ଚଙ୍କୁ ମିଳିଛି…