ମୁଖ୍ୟ ଖବର ରେଙ୍ଗାଳି ଖୋଲିଲା ଦୁଇଟି ଗେଟ Angul OnlineSeptember 16, 2021September 16, 2021 ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ଥିବା ଓଡିଶାର ଦ୍ବିତୀୟ ବୃହତ୍ତମ ଜଳଭଣ୍ଡାର ରେଙ୍ଗାଳି ଜଳଭଣ୍ଡାରର ଉପର ମୁଣ୍ଡରେ ବର୍ଷା ଯୋଗୁଁ ଜଳସ୍ତର ବୃଦ୍ଧି ପାଇଛି । ଏଥିପାଇଁ ଆଜି ଚଳିତବର୍ଷର ଦ୍ୱିତୀୟ ଥର ପାଇଁ ରେଙ୍ଗାଳି ଜଳଭଣ୍ଡାରର ଦୁଇଟି ଗେଟ ଖୋଲା ଯାଇଛି । ରେଙ୍ଗାଳି ଜଳଭଣ୍ଡାର ନିର୍ବାହୀ ଯନ୍ତ୍ରୀ ଅଜିତ ଜେନାଙ୍କ ସୂଚନା ଅନୁସାରେ ରେଙ୍ଗାଳି ଜଳଭଣ୍ଡାର ସର୍ବୋଚ୍ଚ ଜଳଧାରଣ କ୍ଷମତା ୧୨୩.୫୦ ମିଟର ଥିବାବେଳେ, ଆଜି ୧୧ ସୁଦ୍ଧା ଜଳଭଣ୍ଡାରରେ ଜଳସ୍ତର ୧୨୩.୨୯ ମିଟରରେ ପହଞ୍ଚିଥିଲା । ଏଥିପାଇଁ ପ୍ରଥମେ ରେଙ୍ଗାଳିର ୭ ନମ୍ବର ଗେଟ ଖୋଲା ଯାଇଥିଲା । ପରେ ବ୍ରାହ୍ମଣୀ ନଦୀର ଜଳସ୍ତର ଆହୁରି ବୃଦ୍ଧି ପାଇଥିଲା । ରେଙ୍ଗାଳି ଜଳ ଭଣ୍ଡାରକୁ ପ୍ରତି ସେକେଣ୍ଡରେ ୭୯୧୪.୫୪ ଘନ ମିଟର ଜଳ ପ୍ରବେଶ କରିବା ସହ ଜଳସ୍ତର ୧୨୩.୬୯ ରହିଥିଲା । ଏଥିପାଇଁ ସନ୍ଧ୍ୟାରେ ଜାଲଭଣ୍ଡାରର ଆଉ ଏକ ଗେଟ ଖୋଲା ଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଜଳ ଭଣ୍ଡାରରୂ ଏହି ଦୁଇ ଗେଟ ଦେଇ ୩୯୧୪.୨୨ ଘନମିଟର ଜଳ ବ୍ରାହ୍ମଣୀ ନଦୀରେ ନିଷ୍କାସନ ହେଉଛି । Advertisement
୧୫ରୁ ୧୮ ବୟସ୍କଙ୍କୁ ହେବ ଟିକାକରଣ -୨୪ଟି କେନ୍ଦ୍ରରେ ୩୪ଶହଙ୍କୁ ମିଳିବ ଟିକା ଅନୁଗୁଳ – ଅନୁଗୁଳ ଜିଲ୍ଲାରେ ସୋମବାରଠାରୁ ୧୫ରୁ ୧୮ ବୟସ୍କଙ୍କୁ କୋଭିଡ ଟିକା ପ୍ରଦାନ କରାଯିବ । ଜିଲ୍ଲାର ୨୪ଟି କେନ୍ଦ୍ରରେ ୩ ହଜାର ୪ଶହ ଜଣଙ୍କୁ…
ନିଜ ଘର ପୋଡି ଗିରଫ ହେଲେ ଗୃହ କର୍ତ୍ତା ଅନୁଗୁଳ – ମଦ ନିଶାରେ ଆସିଲେ , ଟାଙ୍ଗିଆ ଧରି ସ୍ତ୍ରୀ ଛୁଆଙ୍କୁ ଗୋଡ଼ାଇଲେ । ଆଉ ପରେ ନିଜ ଘରେ ନିଆଁ ଲଗାଇ ଦେଲେ ।…
ଘରୁ ଘୋଷାଡ଼ି ଆଣିଲା ହାତୀ – ସ୍ତ୍ରୀ ମୃତ ସ୍ଵାମୀ ଗୁରୁତର ତାଳଚେର – ଘରେ ଶୋଇଥିବା ବେଳେ ଘର ଭାଙ୍ଗିବା ସହ ଦମ୍ପତ୍ତିଙ୍କୁ ହାତୀ ଘୋଷାଡ଼ି ଆଣିଲା । ଆଉ ଏହି ହାତୀ ଆକ୍ରମଣ ଫଳରେ ଘଟଣା ସ୍ଥଳରେ…