ଅନୁଗୁଳ – ଅନୁଗୁଳ ଜିଲ୍ଲା ତାଳଚେର ରୋଡ ଷ୍ଟେସନ ନିକଟ ଭୋଗବେରେଣୀ ଠାରେ ଗତ ମଙ୍ଗଳବାର-ବୁଧବାର ରାତିରେ ଏକ ମାଲବାହୀ ଟ୍ରେନ ଦୁଘଟଣାଗ୍ରସ୍ତ ହୋଇଥିଲା । ଟ୍ରେନର ଇଞ୍ଜିନ ସମେତ ପ୍ରାୟ ୧୦ ଟି ବଗି ନଷ୍ଟ ହେବା ସହ ରେଳ ଧାରଣାଟି ସମ୍ପୁର୍ଣ୍ଣ ନଷ୍ଟ ହୋଇ ଯାଇଥିଲା । ଫଳରେ ଏହି ରାସ୍ତା ଦେଇ ଯାଉଥିବା ପ୍ରାୟ ୮ ଟି ଟ୍ରେନକୁ ବାତିଲ କରାଯିବା ସହ ଆଉ କିଛି ଟ୍ରେନର ଗତିପଥ ବଦଳା ଯାଇଥିଲା । ତେବେ ଦୁର୍ଘଟଣା ପରେ ରେଳ ବିଭାଗ ପକ୍ଷରୁ ମରାମତି ପାଇଁ କାମ ଆରମ୍ଭ କରା ଯାଇଥିଲା । ପ୍ରଥମେ ଦୁର୍ଘଟଣାଗ୍ରସ୍ତ ରେଳ ଡବା ଓ ସେଥିରେ ବୋଝେଇ ହୋଇଥିବା ଗହମ ଗୁଡିକୁ ହଟାଇବା ପରେ ପୋଲ ମଝିରେ ଲଟକି ଥିବା ଇଞ୍ଜିଙ୍କୁ ହଟା ଯାଇଛି । ଏହା ପରେ ମାଟି ଧସି ଯାଇଥିବା ସ୍ଥାନକୁ ପଥର , ପାଉଁଶ ଗୁଣ୍ଡ ଆଦି ଦେଇ ପୂରଣ କରାଯିବା ପରେ ରେଳ ଧାରଣାକୁ ଯୁଦ୍ଧକାଳୀନ ଭିତିରେ ମରାମତି କରା ଯାଉଛି । ଏଥିପାଇଁ ଆଜି ରାତି ସୁଧା ମରାମତି କାମ ସଂପୂର୍ଣ୍ଣ ହେବା ସହ ରେଳ ଚଳାଚଳ ସ୍ଵଭାବିକ ହୋଇପାରେ ବୋଲି ଅନୁମାନ କରା ଯାଉଛି । ତେବେ ଏ ନେଇ ବିଭାଗ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
What’s your Reaction?
+1
2
+1
+1
+1
1
+1
6
+1
3
+1
1