ଅନୁଗୁଳ – ଅନୁଗୁଳ ବଅଁରପାଳ ଥାନା କଇଁଛବାହାଳ ଗାଁରେ ଅଭାବନୀୟ ଘଟଣା ଘଟି ଯାଇଛି । ଗାଧେଇବାକୁ ଯାଇ ପାଣିରେ ବୁଡି ୪ ବର୍ଷର ପୁଅ ସମେତ ବାପାର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ ଗାଁର କ୍ଷୀରୋଦ ଜେନା ନାମକ ଜଣେ ବ୍ୟକ୍ତି ତାଙ୍କ ୪ ବର୍ଷର ପୁଅ ଚନ୍ଦନ ସହ ଆଜି ଦିନ ପ୍ରାୟ ଗୋଟାଏ ବେଳେ ଗାଧେଇବାକୁ ଯାଇଥିଲେ । ତେବେ ପୋଖରୀରେ ଗାଧେଇବା ବେଳେ ଅସାବଧାନତା ବଶତଃ ପୁଅର ଗୋଡ଼ ଖସି ଯାଇଥିଲା । ପୁଅକୁ ଉଦ୍ଧାର କରିବାକୁ ଯାଇ ବାପ ମଧ୍ୟ ଗଭୀର ପାଣି ଭିତରକୁ ଚାଲିଯିବା ସହ ଆଉ ଉପରକୁ ଉଠି ପାରି ନଥିଲେ । ଫଳରେ ପାଣିରେ ବୁଡି ଉଭୟଙ୍କ ମୃତ୍ୟୁ ହୋଇଥିଲା । ତେବେ ବାପା ପୁଅ ପୋଖରୀରେ ଭାସୁଥିବା ଦେଖି ଗାଁ ଲୋକ ଉଭୟଙ୍କୁ ପାଣିରୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଡାକ୍ତର ଏଠାରେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣା ପରେ କଇଁଛବାହାଳ ଗାଁରେ ଶୋକର ଛାୟା ଖେଳି ଯାଇଛି ।
What’s your Reaction?
+1
2
+1
2
+1
3
+1
2
+1
6
+1
1
+1
26