ଆଞ୍ଚଳିକ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ – ବିଭିନ୍ନ କ୍ଷେତ୍ରର ବ୍ୟକ୍ତିତ୍ୱ ହେବେ ସମ୍ବର୍ଦ୍ଧିତ Angul OnlineSeptember 17, 2021September 17, 2021 ତାଳଚେର – ଚଳିତ ବର୍ଷ ଜାତୀୟ ପ୍ରେସ ଦିବସ ପାଳନ ପାଇଁ ତାଳଚେର ୱାର୍କିଙ୍ଗ ଜର୍ଣାଲିଷ୍ଟସ୍ ଆସୋସିଏସନ୍ ତରଫରୁ ଶୁକ୍ରବାର ଦେଉଳବେଡାସ୍ଥିତ ମଙ୍ଗଳମ ଅଫିସର୍ସ କ୍ଳବରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ଯୋଗ୍ୟ ଯେ ଦୀର୍ଘ ୧୦ ବର୍ଷ ଧରି ବୈଦ୍ୟୁତିକ ଓ ଛାପା ଗଣମାଧ୍ୟମରେ କାର୍ଯ୍ୟରତ ଥିବା ବିଭିନ୍ନ ମିଡ଼ିଆ ହିରୋ ମାନଙ୍କୁ ଓ ଅନ୍ୟାନ୍ୟ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ଜାତୀୟ ପ୍ରେସ ଦିବସ ଅବସରରେ ଆସୋସିଏସନ୍ ତରଫରୁ ସମ୍ମାନିତ କରାଯାଇଥାଏ । ଏହି ବୈଠକରେ ସଂଘର ସଭାପତି ଆର୍ତ୍ତତ୍ରାଣ ପାଣି ଅଧ୍ୟକ୍ଷତା କରିଥିବା ବେଳେ ସାଧାରଣ ସମ୍ପାଦକ ଦେବରଞ୍ଜନ ସାମଲ ଚଳିତ ବର୍ଷ କିଭଳି ସୂଚାର ରୂପେ ଫୋର୍ଥ ପିଲାର ଆୱାର୍ଡ଼ ସେରୀମୋନୀ ପାଳନ କରାଯାଇପାରିବ ସେ ନେଇ ସବିଶେଷ ତଥ୍ୟ ଉପସ୍ଥାପନା କରିଥିଲେ । ପ୍ରତି ବର୍ଷ ଭଳି ପ୍ରେସ ଦିବସ ପୂର୍ବଦିନ ଏକ ରକ୍ତଦାନ ଶିବିର ଆୟୋଜନ କରିବା ସହ ଯଥାଶୀଘ୍ର ଗରିବ ଛାତ୍ରଛାତ୍ରୀଙ୍କୁ ପାଠ୍ୟ ଉପକରଣ ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଥିଲା । ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱଙ୍କୁ ପ୍ରେସ ଦିବସ ଅବସରରେ ସମ୍ବର୍ଦ୍ଧିତ କରିବା ନେଇ ବିସ୍ତୃତ ଆଲୋଚନା କରାଯାଇଥିଲା । କୋଭିଡ କଟକଣାକୁ ଦୃଷ୍ଟିରେ ରଖି ଗତ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସରକାରଙ୍କ ଗାଇଡ଼ଲାଇନ ମାନି ନିରାଡମ୍ବର ଭାବେ ଏହି ଉତ୍ସବ ପାଳନ କରାଯିବ ବୋଲି ନିଷ୍ପତି ହୋଇଥିଲା । ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଉପ ସଭାପତି ମଦନ ମୋହନ ସାହୁ, ସହ ସମ୍ପାଦକ ଶିଶିର କୁମାର ସାମଲ ,କାର୍ଯ୍ୟକାରୀ ସଭାପତି ମନିଲ ମହାରଣା ଓ ରବୀନ୍ଦ୍ର କୁମାର ମହାରଣା, ସାଂଗଠାନିକ ସମ୍ପାଦକ ସାୟଦ୍ ଜୁଲ୍ ଫିକର ହୁସେନ, କୋଷାଧ୍ୟକ୍ଷ ଅଜୟ କୁମାର ନାୟକ, ସମୀକ୍ଷକ ବାପୁଜୀ ସାମଲ,ଲୋକ ସମ୍ପର୍କ ଅଧିକାରୀ ଭାବେ ବାସୁଦେବ ପ୍ରଧାନ,ଉପଦେଷ୍ଟା ମଣ୍ଡଳୀ ସୌଭାଗ୍ୟ ଚନ୍ଦ୍ର ନାୟକ, ସଞ୍ଜୟ କୁମାର ଦଳେଇ ,ମଣ୍ଟୁ ମହାନ୍ତି ଓ ନରୋତ୍ତମ ସାହୁ ଉପସ୍ଥିତ ଥିଲେ।ଶେଷରେ ନରୋତ୍ତମ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । Advertisement
ଗ୍ୟାସ ପାଇପ ଲାଇନ କାମକୁ ବିରୋଦ୍ଧ – କାମ ଛାଡି ପଳାଇଲେ କର୍ମଚାରୀ . ଛେଣ୍ଡିପଦା – ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଳକ ବାହାଳସାହି ଗ୍ରାମପଞ୍ଚାୟତର ମାଝୀ ଗୋହିରାପଶି ଗ୍ରାମ ଦେଇ ଯାଉଥିବା ଗ୍ୟସ ପାଇପଳାଇନର କାମକୁ ଗ୍ରାମବାସୀ ତିବ୍ର ବିରୋଧ…
ରାଷ୍ଟ୍ରୀୟ ନବବର୍ଷ ପାଳିତ ଅନୁଗୁଳ – ରାଷ୍ଟ୍ରୀୟ ନବବର୍ଷ ପାଳନ ସମିତି ଅଆନୁକୂଲ୍ୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ବେଦଭବନଠାରେ ରାଷ୍ଟ୍ରୀୟ ନବବର୍ଷ ପାଳିତ ହୋଇଯାଇଛି । ଗୋବର୍ଦ୍ଧନ ମଠ ପୂରୀ ସନାତନ…
ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ ପାଳିତ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜେଏସପିଏଲ ଫାଉଣ୍ଡେସନ ପକ୍ଷରୁ ଆନ୍ତର୍ଜାତୀୟ ଭିନ୍ନକ୍ଷମ ଦିବସ – ୨୦୨୧ ଜିନ୍ଦଲ ନଗର ପରିସରସ୍ଥିତ ଆଶା ଦି ହୋପ କେନ୍ଦ୍ର ଠାରେ…