ଅପରାଧ ଗ୍ରାହକଙ୍କୁ ହୋଟେଲ କର୍ମଚାରୀଙ୍କ ନିସ୍ତୁକ ମାଡ – ଥାନାରେ ଅଭିଯୋଗ Angul OnlineSeptember 18, 2021September 18, 2021 ଅନୁଗୁଳ – ଅନୁଗୁଳ ସହରର ଏକ ପ୍ରତିଷ୍ଠିତ ହୋଟେଲରେ ଖାଇବାକୁ ଯାଇଥିବା ଗ୍ରାହକଙ୍କୁ ନିସ୍ତୁକ ମାଡ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଅନୁଗୁଳ ଥାନାରେ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସୂଚନା ଅନୁସାରେ ଅନୁଗୁଳ ଗାନ୍ଧୀ ମାର୍ଗ ଅଞ୍ଚଳରେ ରହୁଥିବା ଅନିଲ ସରଳିଆ ନାମକ ଜଣେ ବ୍ୟକ୍ତି ଗତକାଲି (ଶୁକ୍ରବାର ) ରାତିରେ ପରିବାର ସହ କମଲେସ ହୋଟେଲକୁ ଖାଇବାକୁ ଯାଇଥିଲେ । ତେବେ ସେଠାରେ ଖାଇବା ବ୍ୟବସ୍ଥାରେ ଅସୁବିଧା ହେବାରୁ ଅନିଲଙ୍କ ଭାଇ ରାହୁଲ ଏ ନେଇ ହୋଟେଲ କର୍ମଚାରୀଙ୍କୁ କହିଥିଲେ । ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା । ଏହି ବଚସା ବେଳେ ହଠାତ ହୋଟେଲର ୧୫-୨୦ ଜଣ କର୍ମଚାରୀ ହଠାତ ରାହୁଲଙ୍କ ଉପରେ ଆକ୍ରମଣ କରିଥିଲେ । ଏପରିକି ହୋଟେଲର ଲାଇଟ ବନ୍ଦ କରିବା ସହ ଅସଭ୍ୟ ଭାଷାରେ ଗାଳି ଗୁଲଜ କରି ଲୁହା ରଡରେ ଆକ୍ରମଣ କରା ଯାଇଥିବା ଅନିଲ ଥାନାରେ ଅଭିଯୋଗ କରିଛନ୍ତି । ରାହୁଲଙ୍କ ଡାହାଣ କାନ୍ଧ , ପେଟ , ପିଠି ଓ ଅଣ୍ଟାରେ ଆଘାତ ଲାଗିଥିବା ଜଣା ପଡିଛି । ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ପରେ ପୁଲିସ ଘଟଣାର ତଦନ୍ତ କରୁଛି । ସେପଟେ ହୋଟେଲ କର୍ତ୍ତୁପକ୍ଷଙ୍କ ପ୍ରତିକ୍ରିୟା ମିଳି ପାରି ନାହିଁ । Advertisement
ଯୌତୁକ ପାଇଁ ପତ୍ନୀ ହତ୍ଯାକରୀକୁ ଦଶ ବର୍ଷ କାରାଦଣ୍ଡାଦେଶ ଅନୁଗୁଳ – ଯୌତୁକ ଦାବି କରିବା ଏବଂ ଏହି ଯୌତୁକ ପାଇଁ ପତ୍ନୀକୁ ହତ୍ଯା କରିବା ଅଭିଯୋଗରେ ଶନିବାର ଅନୁଗୁଳ ଜିଲ୍ଲା ଓ ଦୌରାଜଜ୍ କୋର୍ଟରେ ପ୍ରଣବ…
ଦାଦାବଟି ମାଗି ୩ ଗିରଫ ତାଳଚେର – ଅନୁଗୁଳ ଜିଲ୍ଲା ସମଲ ପୁଲିସ ଦାଦାବଟି ମାଗିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ମାନେ ହେଲେ କୁଲେଇ ଗାଁର…
କାରରୁ ଗଞ୍ଜେଇ ଜବତ – ୨ ଗିରଫ ପାଲଲହଡା – ଅନୁଗୁଳ ଜିଲ୍ଲା ପାଲଲହଡା ଉପଖଣ୍ଡ ଉଦିତନଗର ଛକ ୪୯ ନମ୍ବର ଜାତୀୟ ରାଜପଥରେ ଗଞ୍ଜେଇ ଚୋରାଚାଲଣ ହେଉଥିବା ଖବର ପାଇ ପାଲଲହଡା ପୁଲିସ ଏକ…