ଅପରାଧ ବାଲ୍ୟବିବାହ ରୋକିଲା ପ୍ରଶାସନ – ବର ଓ କନ୍ୟା ସହ ପରିବାର ଥାନାରେ ଅଟକ Angul OnlineSeptember 20, 2021September 20, 2021 ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଜରପଡା ଥାନା ନିକଟସ୍ଥ ଜରପଡା ଧବଳେଶ୍ବର ଶୈବ ପିଠରେ ଜୈନେକ ନାବାଳିକା ବିବାହ ଚଲିଥିବା ବେଳେ ଚାଇଡ୍ ହେଲପ୍ ଲାଇନ୍ , ଛେଣ୍ତିପଦା ସମନ୍ବିତ ଶିଶୁ ବିକାଶ ଓ ଜରପଡା ପୋଲିସ ଚଢାଉ କରି ନାବାଳିକା ବିବାହକୁ ବନ୍ଦ କରିବା ସହିତ ବର ଓ କନ୍ୟା ପରିବାରକୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରୀ ରହିଛି । ସୂଚନା ଅନୁସାରେ ଜରପଡା ଧବଳେଶ୍ବର ଶିବ ମନ୍ଦିରରେ ବନ୍ତଳା ଥାନା ଅଞ୍ଚଳର ଜଣେ ନାବାଳିକାଙ୍କର ବିବାହ ଚାଲିଥିବା ଖବର ପାଇ ଅନୁଗୁଳ ଚାଇଲଡ ଲାଇନ ସଦସ୍ୟ , ଛେଣ୍ଡିପଦା ସମ୍ବନୀତ ଶିଶୁ ବିକାଶ ଅଧିକାରୀଣି ସେବାଷ୍ଟିନା କୁଜୁର ଓ ସୁପର ଭାଇଜର ସ୍ନେହାପ୍ରଭା ମହାନ୍ତି ମନ୍ଦିରରେ ପହଞ୍ଚି ଥିଲେ । ନାବାଳିକା ବିବାହ ହେଉଥିବା ଯୋଗୁଁ ବିବାହକୁ ବନ୍ଦକରିବା ସହିତ ଜରପଡା ଥାନାକୁ ଖବର ଦେଇଥିଲେ । ଦୁର୍ଗାପୁର ଗ୍ରାମର ଜଣେ ଯୁବକ ବନ୍ତଳା ଅଞ୍ଚଳର ଜଣେ ୧୫ ବର୍ଷ ୧ମାସର ନାବାଳିକାଙ୍କୁ ମନ୍ଦିରରେ ବାହାଘର ହେଉଥିବା ବେଳେ ଖବର ପାଇ ପୁଲିସ ମନ୍ଦିରରେ ପହଞ୍ଚି ବର ଓ କନ୍ୟା ସହ ପରିବାର ଲୋକଙ୍କୁ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି । Advertisement
କୁକୁରକୁ ହତ୍ୟା ଅଭିଯୋଗ ଅନୁଗୁଳ – ପୋଷା କୁକୁରକୁ ପୁଅ ପରି ପାଳିଥିଲେ । ଛୋଟ ବେଳରୁ ସ୍ନେହ ଅଜାଡି ବଡ କରିଥିଲେ । ଚାରି ବର୍ଷରେ ଘରର ସହସ୍ୟ ପାଳଟି…
ଯୌତୁକ ଦାବିରେ ନବବଧୁକୁ ହତ୍ଯା ଅଭିଯୋଗ ତାଳଚେର – ଯୌତୁକ ଜୁଇରେ ନବବଧୁ । ସାମାନ୍ୟ ଗୋଟିଏ ଏସି ଓ କିଛି ଟଙ୍କା ପାଇଁ ନବ ବିବାହିତା ଝିଅକୁ ମାରିଦେଲେ ଶାଶୁ ଘର ଲୋକ…
ଗଞ୍ଜେଇ ଚାଷ ନଷ୍ଟ କଲା ଅବକାରୀ ବିଭାଗ ଅନୁଗୁଳ – ଅନୁଗୁଳ ଜିଲ୍ଲା ଜରାପଡା ଥାନା ଅଞ୍ଚଳରେ ଏବେ ମଧ୍ୟ ବେଆଇନ ଗଞ୍ଜେଇ ଚାଷ ହେଉଥିବା ଜଣା ପଡିଛି । ଆଜି କୌଣସି ସୂତ୍ରରୁ ଖବର…