ଆଞ୍ଚଳିକ ସ୍ଲିପ୍ ଫର୍ ପିସ୍ କାର୍ଯ୍ୟକ୍ରମ ପାଳିତ Angul OnlineSeptember 21, 2021September 21, 2021 ଅନୁଗୁଳ – ୟୁଥ୍ ହଷ୍ଟେଲ ଆସୋସିଏସନ ଅଫ ଇଣ୍ଡିଆ ତାର ସାର ବିଶ୍ବରେ ରହିଥିବା ୪୦୦୦ ହଜାରରୁ ଅଧିକ ଶାଖା ତରଫରୁ “ସ୍ଲିପ୍ ଫର୍ ପିସ୍” କାର୍ଯ୍ୟକ୍ରମ ପାଲନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଅସହାୟ ବ୍ୟକ୍ତି , ହଷ୍ଟେଲ ତଥା ଅନାଥ ଆଶ୍ରମ ଗୁଡିକରେ ରହୁଥିବା ଛାତ୍ରଛାତ୍ରୀ ମାନଙ୍କୁ ଶୁଖିଲା ଓ ରନ୍ଧା ଖାଦ୍ୟ ଭୋଜନର ବ୍ୟବସ୍ଥା କରି ସେମାନଙ୍କ ଗହଣରେ ପାଳନ କରିବା ନିମନ୍ତେ ନିଷ୍ପତ୍ତି କ୍ରମେ ଆଜି ଅନୁଗୁଳ ୟୁଥ୍ ହଷ୍ଟେଲ ଆସୋସିଏସନ ନାଲକୋ ୟୁନିଟ ତରଫରୁ ଏହି କାର୍ଯ୍ୟକ୍ରମକୁ ବାଜିରାଉତ ଛାତ୍ରାବାସରେ ପାଳନ କରିଯାଇଛି । କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମସ୍ତେ ଶାନ୍ତିରେ ବସବାସ କରିବା ସହିତ ସାମାଜିକ ବା ସାମୁହିକ ବିକାଶରେ ସହଭାଗିତା ଭୂମିକା ଗ୍ରହଣ କରିବା ବୋଲି ରାଜ୍ୟ ୟୁଥ୍ ହଷ୍ଟେଲ ଆସୋସିଏସନର ସମ୍ପାଦକ ପ୍ରହଲ୍ଲାଦ ପଟ୍ଟନାୟକ ଏହି ଅବସରରେ କହିଥିଲେ । ପୂର୍ବାହ୍ନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଆସୋସିଏସନର ଜିଲ୍ଲା ସମ୍ପାଦକ ଦିଲ୍ଲୀପ ଦାସ ଅଧ୍ୟକ୍ଷତା କରିଥିବା ବେଳେ ସଦସ୍ୟ ସନ୍ତୋଷ ତ୍ରିପାଠୀ ,ମନୋରଞ୍ଜନ ପ୍ରଧାନ , ଶତ୍ରୁଘନ ସାହୁ , ପର୍ଶୁରାମ ଦାଶ , ମନୋଜ କୁମାର ପଣ୍ଡା , ଲିଟୁ ପଟ୍ଟନାୟକ , ସୂର୍ଯ୍ୟ ନାରାୟଣ ନାଥ ଓ ବାଜିରାଉତ ଛାତ୍ରାବାସ ସମ୍ପାଦକ ଭାବଗ୍ରାହୀ ନାଏକ ଉପସ୍ଥିତ ଥିଲେ । Advertisement
ମେଧାବୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଅନୁଗୁଳ – ଅନୁଗୁଳ ଠାରେ “ଆମ ପ୍ରତିଭା ଆମ ସ୍ବାଭିମାନ” ସଙ୍ଗଠନ ଦ୍ବାରା ” ମେଧାବୀ ସମ୍ବର୍ଦ୍ଧନା ଉତ୍ସବ – ୨୦୨୨ ” କାର୍ଯ୍ୟକ୍ରମ ପାଳନ ହୋଇ…
ଲୋକ ପ୍ରତିନିଧିମାନେ ଉଠିଯିବା ସତ୍ବେ ଆର ପି ଡି ଏସି ବୈଠକ ଅନୁଷ୍ଠିତ ଅନୁଗୁଳ – ଅନୁଗୁଳ ଜିଲ୍ଲା କଣିହାଁ ଏନ୍ ଟି ପି ସି ଓ ତାଳଚେର ଟି ଟି ପି ଏସର ୯ମ ଆର ପି ଡି ଏସି…
କେନାଲରୁ ନାବାଳକର ମୃତଦେହ ଉଦ୍ଧାର ଅନୁଗୁଳ – ଅନୁଗୁଳ ସହର ଅମଲାପଡା ଦେଇ ଯାଇଥିବା କେନାଲରୁ ଆଜି ଜଣେ ନାବାଳକଙ୍କ ମୃତଦେହ ଉଦ୍ଧାର କରା ଯାଇଛି । ମୃତ ନାବାଳକ ଜଣଙ୍କ ପଶ୍ଚିମବଙ୍ଗ…