ସମସ୍ୟା ପ୍ରଶାସନ କଲା ଅଣଦେଖା – ନିଜେ ଅଣ୍ଟା ଭିଡିଲେ ଗ୍ରାମବାସୀ Angul OnlineSeptember 23, 2021September 23, 2021 ଆଠମଲ୍ଲିକ – ଗତ ଲଘୁଚାପ ବର୍ଷା ଯୋଗୁଁ ପ୍ରବଳ ପାଣି ସୁଅରେ ପୋଲ କ୍ଷତିଗ୍ରସ୍ତ ହୋଇଥିଲା । ଫଳରେ ସେହି ରାସ୍ତା ଉପରେ ନିର୍ଭର କରୁଥିବା ଲୋକ ଯିବା ଆସିବା କରିବାରେ ହଇରାଣ ହେଲେ । ଏଥିପାଇଁ ଅଞ୍ଚଳବାସୀ ପ୍ରଶାସନକୁ ଅବଗତ କରାଇ ବିପଦସଙ୍କୁଳ ଅବସ୍ଥାରେ ଥିବା ପୋଲର ତୁରନ୍ତ ମରାମତି ପାଇଁ ଦାବି କରିଥିଲେ । ହେଲେ ପ୍ରଶାସନ ସେ ଦିଗରେ ପଦକ୍ଷେପ ନେଇ ନଥିଲା । ଫଳରେ ବାଧ୍ୟହୋଇ ସ୍ଥାନୀୟ ଲୋକେ ନିଜେ ଏକାଠି ହୋଇ ପୋଲ ମରାମତି କରିଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ଆଠମଲ୍ଲିକ ବ୍ଲକ ମଇମୁରା ପଞ୍ଚାୟତ ପିତାଳିବାହାଳ ବିପ୍ରଡିହ ରାସ୍ତାରେ । ଏହି ରାସ୍ତାରେ ଥିବା ବଡତଇଲା ପୋଲ ଜଙ୍ଗଲ ବିଭାଗ ଅଧୀନରେ ରହିଥିବା ବେଳେ ଏହି ରାସ୍ତା ଉପରେ ପିତାଳିବାହାଳ, ବିପ୍ରଡିହ, ତରଣ୍ଡା ଆଦି ଗ୍ରାମବାସୀ ଯାତାୟତ ପାଇଁ ନିର୍ଭରଶୀଳ । ତେବେ ବର୍ଷା ଯୋଗୁଁ ବଡତଇଲା ନାଳ ଉପରେ ଥିବା ପୋଲର କିଛି ଅଂଶ ଧୋଇ ଯାଇଥିଲା । ପ୍ରଶାସନ ଏହାର ମରାମତି କରୁ ନ ଥିବାରୁ ଲୋକେ ଯାତାୟାତରେ ଅସୁବିଧାର ସମ୍ମୁଖୀନ ହେଉଥିଲେ । ତେଣୁ ମଙ୍ଗଳବାର ତରଣ୍ଡା ଓ ବିପ୍ରଡିହ ଗ୍ରାମବାସୀ ଏକଜୁଟ ହୋଇ ପୋଲ ମରାମତି କରିଛନ୍ତି । ଏହି ରାସ୍ତାକୁ ପୂର୍ତ୍ତ ବିଭାଗରେ ଅନ୍ତର୍ଭୁକ୍ତ କରି ପିଚୁ କରିବାକୁ ଗ୍ରାମବାସୀ ବହୁବାର ଜିଲ୍ଲା ପ୍ରଶାସନ ଠାରେ ଅଭିଯୋଗ କରିଥିଲେ ମଧ୍ୟ ଏଥପ୍ରତି ଦୃଷ୍ଟି ଦିଆଯାଉ ନାହିଁ । ତୁରନ୍ତ ଏଥି ପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । Advertisement
୧୪ ଦିନରେ ଗଣଧାରଣା – ପଦଯାତ୍ରା ମାଧ୍ଯମରେ ଲୋକଙ୍କୁ କଲେ ଜାଗରଣ ଅନୁଗୁଳ – ଜାତୀୟ ରାଜପଥ ୫୫ ର ଅବସ୍ଥା ଶୋଚନୀୟ । ମୁଖ୍ୟତଃ ବଡକେରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଅନୁଗୁଳ ସହର ଭିତର ଦେଇ ଯାଇଥିବା ଏହି…
ଏମ.ସି.ଏଲ.ର ଦାଦାଗିରି – ରାତି ଅଧରେ ବୁଲଡୋଜର ଲଗାଇ ଭାଙ୍ଗିଲା ଘର ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେରରେ ଏମସିଏଲର ଦାଦାଗିରି ଅଭିଯୋଗ । କ୍ଷତିପୂରଣ ଓ ଥଇଥାନ ନକରି ରାତି ଅଧରେ ବୁଲଡୋଜର ଲଗାଇ ଏମ ସି ଏଲ…
ବିଟ ହାଉସକୁ ଭରସା ଦଦରା ଜିପ ଛେଣ୍ଡିପଦା – ଅନୁଗୁଳ ଜିଲ୍ଲା ଛେଣ୍ତିପଦା ଥାନା ଅନ୍ତର୍ଗତ ବାଗଡ଼ିଆର ଥିବା ବିଟ ହାଉସରେ ଭଲ ଗାଡି ଖଣ୍ଡିଏ ନାହିଁ । ଏକ ବହୁ ପୁରୁଣା ଭଙ୍ଗରା…