ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି

ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କ ବଦଳି

ଅନୁଗୁଳ – ଅନୁଗୁଳ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବୈତୁରା ଦୀପଙ୍କ ବଦଳି ହୋଇଛି । ଅନୁଗୁଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି କଲେକ୍ଟରଭାବେ କାର୍ଯ୍ୟ କରୁଥିବା ଦୀପଙ୍କୁ ଅନୁଗୁଳର ଅତିରିକ୍ତ ଉପ-ଜିଲ୍ଲାପାଳ ଭାବେ ବୈତୁରା ଦୀପଙ୍କୁ ବଦଳି କରାଯାଇଥିବା ବେଳେ ଛେଣ୍ଡିପଦାଠାରେ ତାଙ୍କ ମୁଖ୍ୟାଳୟ ରହିବ ବୋଲି ଜଣା ପଡିଛି । ତାଙ୍କର ଏହି ବଦଳି ପରେ ପ୍ରଥମ ଥର ପାଇଁ ଛେଣ୍ଡିପଦାରେ ଅତିରିକ୍ତ ଉପ-ଜିଲ୍ଲାପାଳ ପଦବୀ ସୃଷ୍ଟି ହୋଇଛି । ଏହି ଅଞ୍ଚଳରେ ଆଗକୁ ଅନେକ କୋଇଲା ଖଣି ଆରମ୍ଭ ହେବାକୁ ଯାଉଥିବାରୁ ଏହି ପଦବୀ ସୃଷ୍ଟି କରାଯାଇଥିବା ଅନୁମାନ କରାଯାଉଛି । ଅପର‌ପକ୍ଷେ ଆଠମଲ୍ଲିକ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଆସିଷ୍ଟାଣ୍ଡ କଲେକ୍ଟର ଭାବେ କାର୍ଯ୍ୟ କରୁଥିବା ଲମ୍ବୋଦର ମାରାଣ୍ଡିଙ୍କୁ ପାଲଲହଡ଼ା ତହସିଲଦାର ଭାବେ ବଦଳି କରାଯାଇ ଥିବା ଆଜି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

What’s your Reaction?
+1
0
+1
3
+1
0
+1
0
+1
13
+1
1
+1
1

Leave a Reply