ଅପରାଧ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ – ଯୁବକ ଗିରଫ Angul OnlineSeptember 24, 2021September 24, 2021 ଛେଣ୍ଡିପଦା – ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗରେ ପୁଲିସ ଘଟଣାର ତଦନ୍ତକରି ଜଣେ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଅନୁସାରେ ଛେଣ୍ଡିପଦା ଥାନା ଆଞ୍ଚଲର ଜଣେ ମହିଳା ଘରେ ରାତିରେ ଏକୁଟିଆ ଶୋଇଥିବା ବେଳେ ଛେଣ୍ଡିପଦାର ନିକୁଞ୍ଜ ପ୍ରଧାନ ନାମକ ଜଣେ ଯୁବକ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲେ । ତେବେ ମହିଳା ଜଣକ ଚିତ୍କାର କରିବାରୁ ତାଙ୍କ ଚିତ୍କାର ଶୁଣି ପରିବାର ଲୋକ ଉଠିପଡିଥିଲେ । ଏହା ଦେଖି ନିକୁଞ୍ଜ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏ ନେଇ ମହିଳା ଜଣକ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ତା ୯।୯।୨୦୨୧ରେ ଛେଣ୍ଡିପଦା ଥାନା କେସ ନଂ ୪୨୪ରେ ମାମଲା ରୁଜୁ କରା ଯାଇଥିଲା । ଆଉ ଘଟଣାର ତଦନ୍ତ କରିବା ସହିତ ନିକୁଞ୍ଜକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଥିଲା ପୁଲିସ । ଆଉ ଆଜି (ଶୁକ୍ରବାର) ନିକୁଞ୍ଜକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଛି । Advertisement
ବଜାର ଭିତରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା ଅନୁଗୋଳ – ଅନୁଗୋଳ ସହର ଶାନ୍ତି ବଜାର ନିକଟରେ ଜଣେ ବେପାରୀ ଠାରୁ ୨ ଦୁର୍ବୃତ୍ତ ଲକ୍ଷାଧୂକ ଟଙ୍କା ଲୁଟି ନେଇଥିବା ଜଣା ପଡ଼ିଛି । ଶୁକ୍ରବାର…
ଶ୍ରମ ବିଭାଗର ଚଢ଼ାଉ – ୪ ଶିଶୁ ଶ୍ରମିକ ଉଦ୍ଧାର ଅନୁଗୁଳ – ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପଛପାଖ ଗେଟରେ ଥିବା ବିଭିନ୍ନ ଚାହା ଦୋକାନରେ ଶ୍ରମ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି । ଶିଶୁ ଶ୍ରମିକ…
ବେକରେ ଫାଶୀ ଲଗାଇ ଯୁବକଙ୍କ ଆତ୍ମହତ୍ୟା ଅନୁଗୋଳ – ଅନୁଗୋଳ ସଦର ଥାନା ଅନ୍ତର୍ଗତ ଅଙ୍ଗାରବନ୍ଧ ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଜଣେ ଯୁବକ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସୂଚନା ଅନୁସାରେ,…