ପୁଲିସ ସ୍ତରରେ ଅଦଳବଦଳ

ପୁଲିସ ସ୍ତରରେ ଅଦଳବଦଳ

ଅନୁଗୁଳ – ଅନୁଗୁଳ ଜିଲ୍ଲା ପୁଲିସର ଏସଆଇ ଓ ଏଏସଆଇ ସ୍ତରରେ ଅଦଳବଳ କରାଯାଇଛି ଏହା ସହ ନୂଆଁ କରି ଜିଲ୍ଲାକୁ ଆସି ହେଡ ଜ୍ଵାଟରରେ ଥିବା ୩୯ ଜଣ ଏଏସଆଇଙ୍କୁ ବିଭିନ୍ନ ଥାନାରେ ଯୋଗ ଦେବାକୁ ନିର୍ଦେଶ ଦିଆ ଯାଇଛି ଅନୁଗୁଳ ଜିଲ୍ଲା ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଠାକୁରଗଡ ଥାନାରେ କାର୍ଯ୍ୟରତ ଏସଆଇ ସୁରେଶ ବେହେରାଙ୍କୁ ଟାପଢୋଲ ଫାଣ୍ଡିକୁ ବଦଳି କରା ଯାଇଥିବା ବେଳେ କଣିହାଁ ଥାନାରୁ ତ୍ରିଲୋଚନ ଖଟୁଆଙ୍କୁ ଡେରେଙ୍ଗ ଫାଣ୍ଡିକୁ ବଦଳି କରା ଯାଇଛି ସେହିଭଳି ବଅଁରପାଳ ଥାନାରୁ ରିତାରାଣୀ ପ୍ରଧାନଙ୍କୁ ତାଳଚେର ଥାନା , ନାଲକୋ ଥାନାର ଏସଆଇ ଅମୁନସେନ କିରୋଙ୍କୁ ତାଳଚେର ଥାନା , ତାଳଚେର ଥାନାର ଏସଆଇ ଅର୍ଚ୍ଚନା ନାୟକଙ୍କୁ କଣିହାଁ ଥାନା , କୋଳିୟାରି ଥାନାର ଏସଆଇ ଗୋବିନ୍ଦ ଚନ୍ଦ୍ର ସାହୁଙ୍କୁ ପାଲଲହଡା ଥାନା , କଣିହାଁ ଥାନାର ଏସଆଇ ସ୍ମିତାଞ୍ଜଳି ପ୍ରଧାନଙ୍କୁ ବଅଁରପାଳ ଥାନା , ତାଳଚେର ଥାନାର ଏସଆଇ ମନସା କୁମାର ମହାକୁଳଙ୍କୁ ନାଲକୋ ଥାନାକୁ ବଦଳି ହୋଇଛି ଏହା ସହ ଠାକୁରଗଡ ଥାନାର ଏଏସଆଇ ସରୋଜିନୀ ବାଘଙ୍କୁ ନିଶା ଶିଳ୍ପାଞ୍ଚଳ ଥାନା , ଅନୁଗୁଳ ଥାନାର ଏଏସଆଇ ଜିତେନ୍ଦ୍ରନାଥ ସିଂହଙ୍କୁ ସମଲ ଥାନା , କିଆକଟା ଥାନାର ଏଏସଆଇ ସଞ୍ଜୟ ବେହେରାଙ୍କୁ ପାଲଲହଡା ଥାନା , ପାଲଲହଡା ଥାନାର ଏଏସଆଇ ପ୍ରଦୀପ ପଟନାୟକଙ୍କୁ ଅନୁଗୁଳ ଥାନା , ଡେରେଙ୍ଗ ଫାଣ୍ଡିର ଏଏସଆଇ ମୀନକେତନ ପ୍ରଧାନଙ୍କୁ କୋଲିୟାରି ଥାନା , ଅନୁଗୁଳ ମେଡିକାଲ ଫାଣ୍ଡିର ଏଏସଆଇ ଜୟ ଚନ୍ଦ୍ର ସାହୁଙ୍କୁ ଅନୁଗୁଳ ସଦର ଥାନା ଓ ଅନୁଗୁଳ ଥାନାର ଏଏସଆଇ ଗୋବିନ୍ଦ ରାଉଳଙ୍କୁ ଅନୁଗୁଳ ମେଡିକାଲ ଫାଣ୍ଡିକୁ ବଦଳି କରା ଯାଇଛି

What’s your Reaction?
+1
4
+1
0
+1
0
+1
0
+1
21
+1
0
+1
3

Leave a Reply