ମୁଖ୍ୟ ଖବର ଦୁର୍ଘଟଣାରେ ଜଣେ ମୃତ – ଘଟଣା ସ୍ଥଳରେ ଉତ୍ତେଜନା Angul OnlineSeptember 25, 2021September 25, 2021 ଅନୁଗୁଳ – ଅନୁଗୁଳ ଛେଳିଆପଡା ଠାରେ ଏକ ସଡକ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖା ଦେଇଛି । ମୃତକା ଜଣଙ୍କ କାଙ୍ଗୁଲା ଗ୍ରାମର ରଞ୍ଜିତ ଘଡେଇ ବୋଲି ଜଣା ପଡିଛି । ସୂଚନା ଅନୁସାରେ ରଞ୍ଜିତ ରାତି ପ୍ରାୟ ୯ ଟା ବେଳେ ରାସ୍ତାରେ ଯାଉଥିବା ବେଳେ ଅନୁଗୁଳ ପଟରୁ ମହୀଧରପୁର ଆଡକୁ ଦ୍ରୁତ ଗତିରେ ଯାଉଥିବା ଏକ ଟ୍ରିପର ତାଙ୍କୁ ଧକ୍କା ଦେଇ ପଳାଇ ଯାଇଥିଲା । ଦୁର୍ଘଟଣାରେ ରଞ୍ଜିତଙ୍କ ମୁଣ୍ଡ ଉପରେ ଗାଡି ଚଢି ଯାଇଥିବା ବେଳେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଦୁର୍ଘଟଣାକୁ ନେଇ ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖା ଦେଇଥିଲା । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଛି ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତା ପଡିଥିଲା । ସେପଟେ ଦୁର୍ଘଟଣା ଘଟାଇ ପଳାଇ ଯାଉଥିବା ଗାଡିଟି ମହୀଧରପୁର ଠାରେ ଧରା ପଡିଥିବା ସୂଚନା ମିଳିଛି । Advertisement
ବିପୁଳ ପରିମାଣର ନକଲି ବିଦେଶୀ ମଦ ଠିପି ଓ ଲେବଲ ଜବତ ଅନୁଗୁଳ – ଅନୁଗୁଳ ସହର ଉପକଣ୍ଠ ରାଣୀଗୁଡା ରେ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ବାର୍ଡର ମିଳିତ ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ…
ଦୁର୍ଗା ପୂଜାରେ ୧୧ ଓ ଲକ୍ଷ୍ମୀ ପୂଜାରେ ହେବ ୨୯ ମେଢ଼ ଅନୁଗୁଳ – ଅନୁଗୁଳ ସେଣ୍ଟ୍ରାଲ ପୂଜା କମିଟିର ଏକ ବୈଠକ ଅନୁଗୁଳ ଟାଉନ ହଲଠାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ସର୍ବ ସମ୍ମତି କ୍ରମେ ଅକ୍ଷୟ କୁମାର…
ବ୍ରାଉନ୍ସୁଗାର ବ୍ୟବସାୟୀ ଗିରଫ ନାଲକୋ ନଗର – ଅନୁଗୁଳ ଜିଲ୍ଲା ନାଲକୋ ଆଦର୍ଶ ଥାନା ଅଞ୍ଚଳର ଜଣେ ଯୁବକ ଧଳା ଜହର ବ୍ୟବସାୟ କରୁଥିବା ଅଭିଯୋଗରେ ନାଲକୋ ପୁଲିସ ଗିରଫ କରିଛି…