ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ

ବଢି ପାଣି ଭିତରୁ ଉଦ୍ଧାର ହେଲା ହାତୀ ଛୁଆ

ଅନୁଗୁଳ – ପାଣି ଭିତରୁ ହାତୀ ଛୁଆ ଉଦ୍ଧାର । ହାତୀ ପଲରୁ ଖସି ଆସିଥିବା ଏକ ହାତୀ ଛୁଆ ଡ୍ୟାମ ପାଣି ଭିତରେ ପଶି ଯାଇ ଫସିଯିବା ପରେ ଉଦ୍ଧାର କରିଛି ବନ ବିଭାଗ । ଅନୁଗୁଳ ଜିଲ୍ଲା  ଆଠମଲ୍ଲିକ ଉପଖଣ୍ଡ ମାନଜୋର ଡ୍ୟାମ ପରିସରରେ ପନ୍ଦର ଟିକିଆ ହାତୀ ପଲ ପାର ହୋଇ ଜଙ୍ଗଲ କୁ ଯାଉଥିବା ସମୟରେ ଏକ ଛୁଆ ହାତୀ ପାଣି ମଧ୍ୟରେ ଫସି ଯାଇଥିଲା ।  ହାତୀ ଛୁଆ ଫସି ଯାଇଥିବା ଦେଖି ମସ୍ୟଜୀବୀ ଓ ବନବିଭାଗ କର୍ମଚାରୀ ମାନଙ୍କ  ପ୍ରାୟ ଚାରି ଘଣ୍ଟାର ପରିଶ୍ରମ ପରେ ହାତୀ ଛୁଆକୁ ଉଦ୍ଧାର କରାଅ ଯାଇଥିଲା । ମାଧପୁର ବନାଞ୍ଚଳ ଅଧିକାରୀ ଙ୍କ ଉପସ୍ଥିତି ରେ ଛୁଆ ହାତୀକୁ ନେଇ ମା ହାତୀ ପାଖରେ ବନ ବିଭାଗ ଛାଡିଥିଲା । ଛୁଆ ହାତୀଟି ବର୍ତମାନ ସଂପୂଣ୍ଣ ସୁସ୍ଥ ଥିବା ବନ ବିଭାଗ କହିଥିବା ବେଳେ ଏବେ ବି ତା ଉପରେ ନଜର ରଖାଯାଇଛି ।.

What’s your Reaction?
+1
2
+1
0
+1
1
+1
0
+1
6
+1
0
+1
1

Leave a Reply