ନଦୀରେ ବୁଡି ଜଣେ ମୃତ

ନଦୀରେ ବୁଡି ଜଣେ ମୃତ

ତାଳଚେର – ନଦୀକୁ ଗାଧୋଇବାକୁ ଯାଇ ନଦୀରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତ ବ୍ୟକ୍ତି ଜଣକ ହେଲେ ତାଳଚେର କଙ୍କିଳି ଗ୍ରାମର ତ୍ରିପୁର ବିଶ୍ୱାଳ । ସୂଚନାଅନୁଯାୟୀ ତ୍ରିପୁର ଗାଁ ପାଖ ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ପାଣିରେ ତାଙ୍କ ଗୋଡ଼ଟି ଖସି ଯାଇଥିଲା ଫଳରେ ନଦୀର ସ୍ରୋତରେ ସେ କିଛି ଦୂର ଭାସି ଯାଇଥିଲେ । ଗ୍ରାମବାସୀ ତାଙ୍କୁ ବହୁ ଖୋଜା ଖୋଜି କରିବା ପରେ ନଦୀର କିଛି ଦୂରରୁ ତାଙ୍କୁ ଉଦ୍ଧାର କରି ସ୍ଥାନିୟ ମଣ୍ଡାପାଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ କିନ୍ତୁ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ ।

What’s your Reaction?
+1
1
+1
0
+1
2
+1
1
+1
1
+1
0
+1
8

Leave a Reply