ଆଞ୍ଚଳିକ ଜିଲ୍ଲାପାଳଙ୍କ ସହ ଉନ୍ନୟନ କାର୍ଯ୍ୟର ଆଲୋଚନା କଲେ ପୂର୍ବତନ ଟାମଡା ଅଧ୍ୟକ୍ଷ ଶକ୍ତି ପଟ୍ଟନାୟକ Angul OnlineSeptember 29, 2021September 29, 2021 ଅନୁଗୁଳ – ଅନୁଗୁଳ ପୌରାଞ୍ଚଳର ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ପୂର୍ବତନ ଟାମଡା ଅଧ୍ୟକ୍ଷ ତଥା ଓଡ଼ିଶା ମୋ ପରିବାର ଜିଲା ସଂଯୋଜକ ଶକ୍ତି ପ୍ରସାଦ ପଟ୍ଟନାୟକ ଆଜି ଅନୁଗୁଳ ଜିଲ୍ଲାପାଳଙ୍କୁ ଭେଟି ଆଲୋଚନା କରିଛନ୍ତି । ଜିଲ୍ଲାପାଳଙ୍କୁ ଭେଟି ଯୋଗମଣ୍ଡପ ସ୍ଥାପନ ଓ ଅନଗୁଳ ସହରରେ ଥିବା ପୁଷ୍କରିଣୀ ଗୁଡିକର ପୁନରୁଦ୍ଧାର ଓ ଅନଗୁଳ ସହରର ସରକାରୀ ଜାଗା ଗୁଡିକର ପୁନରୁଦ୍ଧାର ପାଇଁ ସେ ଅନୁରୋଧ କରିଥିଲେ । ଜିଲ୍ଲାପାଳଙ୍କୁ ସାକ୍ଷାତ ବେଳେ ଜିଲ୍ଲାର ବିଭିନ୍ନ ଦିଗ ଉପରେ ଉନ୍ନତି ହେବ ସେଥି ପାଇଁ ଜିଲ୍ଲାପାଳଙ୍କୁ ଶ୍ରୀ ପଟ୍ଟନାୟକ ଅନୁରୋଧ କରିବା ସହ ସହରର ପ୍ରମୁଖ ରାସ୍ତାରେ ଗାଡ଼ି ପାର୍କିଂର ସୁବିଧା , ଭେଣ୍ଡିଂ ଜୋନ ଓ ଅନଗୁଳ ସହରର ସୌନ୍ଦର୍ଯ୍ୟକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ଅବଗତ କରାଇଥିଲେ । ଆଉ ଜିଲ୍ଲାପାଳ ଯଥା ସମ୍ଭବ ଏହି ସବୁ କାର୍ଯ୍ୟ କରିବା ନିମନ୍ତେ ପ୍ରତିଶ୍ରୁତି ଦେଇଥିବା ଜଣା ପଡିଛି । ଆଯର ଏହି ସାକ୍ଷାତ ବେଳେ ଅନ୍ୟ ମାନଙ୍କ ମଧ୍ୟରେ ଆଇନଜୀବୀ ପ୍ରଦୀପ ଦେବତା, କମଲକାନ୍ତ ସାହୁ, ଶୁଭେନ୍ଦୁ ପ୍ରଧାନ, ଚନ୍ଦନ କୁମାର ସାହୁ , ବୁବୁନୁ ପ୍ରଧାନ ଉପସ୍ଥିତ ଥିଲେ । Advertisement
ବିଦ୍ୟୁତ ଖୁଣ୍ଟ ପୋତିବା ବେଳେ ଅଘଟଣ – ବିଦ୍ୟୁତ ଆଘାତରେ ୪ ଗୁରୁତର ଅନୁଗୁଳ – ଅନୁଗୁଳ ସହର ମାଟିଆସାହି ଠାରେ ଏଲଟି ଲାଇନ କାମ ଚାଲିଥିବା ବେଳେ ଅଘଟଣ ଘଟିଛି । ବିଦ୍ୟୁତ ଝଟକାରେ ୪ ଜଣ ଶ୍ରମିକ ଗୁରୁତର…
କାଲି ଅନୁଗୁଳ ଆଜି ତାଳଚେର ବନ୍ଦ – ଅତ୍ୟନ୍ତ ହାସ୍ୟାସ୍ପଦ କହିଲା ବିଜେପି ତାଳଚେର – ଅନୁଗୁଳ ଜିଲ୍ଲା ତାଳଚେର ଥର୍ମାଲ ପାୱାର ଷ୍ଟେସନ (ଟିଟିପିଏସ) ବନ୍ଦ ପ୍ରତିବାଦରେ ଆଜି ତାଳଚେର କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସାଂସଦ ମହେଶ ସାହୁଙ୍କ ନେତୃତ୍ବରେ…
ଭାରତ ସ୍କାଉଟ ଏବଂ ଗାଇଡର ରାଜ୍ୟ ମହୋତ୍ସବରେ ଅଭିପସାଙ୍କ ସଫଳତା ଅନୁଗୁଳ – ଓଡିଶା ରାଜ୍ୟ ଭାରତ ସ୍କାଉଟ ଏବଂ ଗାଇଡର ୧୮ତମ ରାଜ୍ୟ ଜାମ୍ବୋରେଟ ଓ ଜାତୀୟ ଏକୀକରଣ ଶିବିର ଅନୁଷ୍ଠିତ ହୋଇ ଯାଇଛି । ମାର୍ଚ୍ଚ…