ଅନୁଗୁଳ – ଭାରତୀୟ ଷ୍ଟେଟବ୍ୟାଙ୍କ ସାମ୍ନାରୁ ଲୁଟ । ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଡିକି ଭାଙ୍ଗି ତାଙ୍କଠାରୁ ୧ ଲକ୍ଷ ଟଙ୍କା ଲୁଟିନେଲେ ଦୁର୍ବୁତ୍ତ। ସୂଚନା ଅନୁସାରେ ଆଜି(ବୁଧବାର) ଅପରାହ୍ନ ପ୍ରାୟ ସାଢ଼େ ୩ଟା ବେଳେ ସାନକଞ୍ଜିନି ଗ୍ରାମର ନିତ୍ୟାନନ୍ଦ ପ୍ରଧାନ ନାମକ ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀ ବନ୍ତଳା ଷ୍ଟେଟବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଯାଇଥିଲେ। କୌଣସି କାମ ପାଇଁ ନଗଦ ୧ଲକ୍ଷ ଟଙ୍କା ଏକାଉଣ୍ଟରୁ ଉଠାଇ ମୋଟର ସାଇକେଲ ଡିକିରେ ରଖିଥିଲେ । ପରେ ବ୍ୟାଙ୍କ ଠାରୁ ୧୦୦ମିଟର ଦୂରରେ ମୋଟରସାଇକେଲ ଛିଡା କରି ରାସ୍ତା ଅପରପାର୍ଶ୍ୱ ଏକ ଦୋକାନକୁ ଯାଇଥିଲେ । ଦୋକାନରେ ମାତ୍ର ୧୦ମିନିଟ ସମୟ ବିତାଇ ଗାଡି ପାଖକୁ ଆସିବାବେଳକୁ ଡିକି ଭଙ୍ଗା ଯାଇଥିବା ଦେଖିଥିଲେ । ଦୁର୍ବୃତ୍ତମାନେ ସେଥିରେ ଥିବା ୧ଲକ୍ଷ ଟଙ୍କା ନେଇ ପଳାଇ ଯାଇଥିଲେ । ଏନେଇ ନିତ୍ୟାନନ୍ଦ ବନ୍ତଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୁଲିସ ଏକ ମାମଲା ରୁଜୁ କରି ଛାନଭିନ ଆରମ୍ଭ କରିଛି ।
What’s your Reaction?
+1
+1
2
+1
1
+1
1
+1
2
+1
1
+1
3