ଅନୁଗୁଳ – ଭିଜିଲାନ୍ସ ଜାଲରେ ଅମୀନ। ଅନୁଗୋଳ ଜିଲ୍ଲା କଣିହାଁ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟରେ ଆଜି ଭିଜିଲାନ୍ସର ଏକ ଟିମ ଚଢାଉ ଲାଞ୍ଚ ନେଉଥିବା ବେଳେ ଜଣେ ଅମୀନଙ୍କୁ ଧରିବାରେ ସଫଳ ହୋଇଛି । ଧାରା ପଡିଥିବା ଅମୀନ ଜଣଙ୍କ ହେଲେ କଣିହାଁ ରାଜସ୍ୱ ନିରୀକ୍ଷାକଙ୍କ କାର୍ଯ୍ୟାଳୟର ଅମୀନ ସୌମ୍ୟରଞ୍ଜନ ଦାସ । ସେ ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ କାବୁ କରିଥିଲା । ସୂଚନା ଅନୁସାରେ ତେଲିସିଂଗା ଗ୍ରାମର ଶୁଭେନ୍ଦୁ କୁମାର ଦାସ ନାମକ ଜଣେ ବ୍ୟକ୍ତି ନିଜର ଜମି ଚିହ୍ନଟ କରିବା ପାଇଁ ଆରଆଇ ଅଫିସରେ ଆବେଦନ କରିଥିବା ବେଳେ ବାରମ୍ବାର ଦୌଡିଥିଲେ ମଧ୍ୟ ତାଙ୍କର କାର୍ଯ୍ୟ ହୋଇନଥିଲା । ସେଠାରେ ଥିବା ଅମିନ ସୌମ୍ୟରଞ୍ଜନ ତାଙ୍କୁ ଲାଞ୍ଚ ମାଗୁଥିବା ବେଳେ ସେ ଭିଜିଲାନ୍ସାର ଦ୍ୱାରସ୍ଥ ହୋଇଥିଲେ । ଫଳରେ ଆଜି ଶୁଭେନ୍ଦୁଙ୍କ ସହ ଭିଜିଲାନ୍ସର ଏକ ଟିମ ଆସି ୨ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ସଂପୂ୍କ୍ତ ଅମୀନ ଙ୍କୁ କାବୁ କରିଥିଲେ ।
What’s your Reaction?
+1
4
+1
+1
1
+1
+1
13
+1
+1