ଗାନ୍ଧୀଭବନ ପାଇଁ ସତ୍ୟାଗ୍ରହରେ କ୍ରୀଷ୍ଣା ମହାନ୍ତି – ପ୍ରଶାସନ ଦେଲା ସ୍ପଷ୍ଟିକରଣ

ଗାନ୍ଧୀଭବନ ପାଇଁ ସତ୍ୟାଗ୍ରହରେ କ୍ରୀଷ୍ଣା ମହାନ୍ତି – ପ୍ରଶାସନ ଦେଲା ସ୍ପଷ୍ଟିକରଣ

ଅନୁଗୁଳ – ମହାତ୍ମା ଗାନ୍ଧୀ ୧୯୩୪ ମସିହା ମଇ ୬ ଓ ୭ ତାରିଖରେ ଦୁଇ ଦିନ ପାଇଁ ଅନୁଗୁଳରେ ରହିଥିଲେ । ବିହାରର ରାଜଧାନୀ ପାଟନାରୁ ବାହାରି ସେ  ବିହାର ଓ ଓଡିଶାର ବିଭିନ୍ନ ସ୍ଥାନରେ ଅସ୍ପୃଶ୍ୟତା ନିବାରଣର ବାର୍ତ୍ତା ପ୍ରଚାର କରି ଏଠାରେ ପହଞ୍ଚିଥିଲେ । ଗାନ୍ଧୀଜୀ ସମୁଦାୟ ଆଠ ଥରରେ ୭୯ ଦିନ ରହଣୀରେ ଓଡିଶାର ବିଭିନ୍ନ ସ୍ଥାନ ବୁଲି ସ୍ଵରାଜ୍ୟର ବାର୍ତ୍ତା ପ୍ରଚାର କରିଥିଲେ । ଯେଉଁଠି ମହାତ୍ମାଙ୍କ ପଦ ଚିହ୍ନ ପଡିଥିଲା ସେହିସବୁ ସ୍ଥାନରେ ତାଙ୍କର ସ୍ମୃତିରକ୍ଷା ପାଇଁ ବ୍ୟବସ୍ଥା ହୋଇଥିଲେ ବି ଅନୁଗୁଳରେ ସେମିତି କିଛି ନଥିବାରୁ ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନ ଓ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ତତ୍କାଳୀନ ନଗରପାଳ ଅକ୍ଷୟ  ସାମନ୍ତଙ୍କୁ ଭେଟି ଗାନ୍ଧୀଜୀଙ୍କ ସ୍ମୃତିରକ୍ଷା ପାଇଁ ପଦକ୍ଷେପ ନେବାକୁ ନିବେଦନ କରିଥିଲେ । ନଗରପାଳିକା ପକ୍ଷରୁ ଗାନ୍ଧୀ ମାର୍ଗ ସ୍ଥିତ ଏକ ସ୍ଥାନ ଚିହ୍ନଟ କରି ସେହି ସ୍ଥାନରେ ଗାନ୍ଧୀ ଭବନ ନିର୍ମାଣ ପାଇଁ ଫଳକ ଲଗାହୋଇଥିଲା ।  ଶ୍ରୀମତୀ ମହାନ୍ତି ଉତ୍କଳ ଗାନ୍ଧୀ ସ୍ମାରକ ନିଧିର ସଭାନେତ୍ରୀ ଦାୟିତ୍ଵ ନେବାପରେ ସ୍ଥାନୀୟ ଜିଲ୍ଲାପାଳଙ୍କୁ ଭେଟି ଗାନ୍ଧୀ ଭବନ କାମ ତ୍ଵରାନିତ୍ଵ  କରିବାକୁ ନିବେଦନ କରନ୍ତେ ଉପରୋକ୍ତ ସ୍ଥାନରେ ଆଗାମୀ ଛଅ ମାସ ଭିତରେ ଏହି ଗାନ୍ଧୀ ଭବନ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ହଠାତ ଏହି ସ୍ଥାନରେ ଅନ୍ୟ ନିର୍ମାଣ ହେଉଥିବାରୁ କ୍ରୀଷ୍ଣା ମହାନ୍ତି ପ୍ରଶାସନକୁ ଜଣାଇଥିଲେ ହେଲେ ଫଳ ମିଳି ନଥିଲା ଏଥିପାଇଁ ଗାନ୍ଧୀ ଜୟନ୍ତୀ ଅବସରରେ ସମାଜସେବୀ ତଥା  ସର୍ବୋଦୟ ନେତ୍ରୀ କ୍ରିଷ୍ଣା ମହାନ୍ତି ସତ୍ୟାଗ୍ରହରେ ବସିଛନ୍ତି । ଅନୁଗୁଳ ଗାନ୍ଧିମାର୍ଗର ଅମଲାପଡ଼ା ମସଜିଦ ଛକ ନିକଟରେ ଶ୍ରୀମତୀ ମହାନ୍ତି ଅନ୍ୟ ସମାଜସେବୀଙ୍କ ସହ ଏହି ସତ୍ୟାଗ୍ରହ ରେ ବସିଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ, ଅମଳପଡାର ପ୍ରସ୍ତାବିତ ସ୍ଥାନରେ ଏକ ଗାନ୍ଧୀ ସ୍ମାରକୀସ୍ଥଳ ନିର୍ମାଣ ପାଇଁ ସେ ଜିଲ୍ଲା ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ପ୍ରଶାସନର ଅନୁମତି ଅନୁସାରେ ଉକ୍ତ ସ୍ଥାନରେ ଗାନ୍ଧୀ ଭବନର ଫଳକ ଲଗାଯାଇଥିଲା। କିନ୍ତୁ ହଠାତ ଅନୁଗୁଳ ପୌର ପ୍ରଶାସନ ପକ୍ଷରୁ ସେଠାରେ ଅନ୍ୟ କିଛି ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯାଇଛି। ଗାନ୍ଧୀ ସ୍ମାରକୀ ସ୍ଥଳରେ ଗାନ୍ଧୀ ଭବନ ବଦଳରେ ଅନ୍ୟ କିଛି ନିର୍ମାଣ କାର୍ଯ୍ୟକୁ ବିରୋଧକରି ଏହି ଧାରଣା ଦେଇଛନ୍ତି । ଏହି ଧାରଣାରେ ସହରର ବହୁ ସମାଜସେବୀ ସାମିଲ ହୋଇଛନ୍ତି । ଆଉ ପ୍ରଶାସନ ଗାନ୍ଧୀ ଭବନ ନିର୍ମାଣ ପାଇଁ ସ୍ଥାନ ନିରୂପଣ ସହ ଗାନ୍ଧୀ ଭବନ ତିଆରି କରିବାର ପ୍ରତିଶ୍ରୁତି ନ ଦେବା ପର୍ଯ୍ୟନ୍ତ ଏହି ସତ୍ୟାଗ୍ରହ ଚାଲୁ ରହିବ ବୋଲି ସମାଜସେବୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଝିଅ କ୍ରିଷ୍ନା ମହାନ୍ତି କହିଛନ୍ତି ତେବେ ଏହି ଘଟଣାରେ ପ୍ରଶାସନ ପକ୍ଷରୁ ଗଣମାଧ୍ୟମ ଜରିଆରେ ଏକ ସ୍ପଷ୍ଟିକରଣ ଦିଆ ଯାଇଛି ଏହି ସ୍ପଷ୍ଟିକରଣରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବରୁ କୌଣସି ପ୍ରତିଶ୍ରୁତି ଦିଆ ଯାଇ ନଥିବା କୁହା ଯାଇଥିବା ବେଳେ କୌଣସି ସଂସ୍ଥା ବିଧିବଦ୍ଧ ଭାବରେ ଅନୁଗୁଳ ତହସିଲଦାରଙ୍କ ନିକଟରେ ଲିଜ ପାଇଁ ଆବେଦନ କରି ନାହିଁ ବୋଲି କୁହା ଯାଇଛି ଏହା ସହ ସରକାରୀ ଜାଗା ଆବଣ୍ଟନ ବା ସଂରକ୍ଷଣ ପାଇଁ ପୌରପାଳିକାର କ୍ଷମତା ନାହିଁ ଆଉ ଏବେ ପୌରପାଳିକା ସରକାରୀ ଆଇନ ଅନୁଯାୟୀ ଅଙ୍ଗନୱାଡି କେନ୍ଦ୍ର ନିର୍ମାଣ ହେଉଛି

What’s your Reaction?
+1
2
+1
0
+1
0
+1
2
+1
0
+1
0
+1
0

Leave a Reply