ଅନୁଗୁଳ ବିଇଡ଼ି କଲେଜ ଜାତୀୟ ସ୍ତରର ହେବ – କେନ୍ଦ୍ରମନ୍ତ୍ରୀ

ଅନୁଗୁଳ ବିଇଡ଼ି କଲେଜ ଜାତୀୟ ସ୍ତରର ହେବ – କେନ୍ଦ୍ରମନ୍ତ୍ରୀ

ଅନୁଗୁଳ – କେନ୍ଦ୍ର ଶିକ୍ଷା ,ଦକ୍ଷତା ବିକାଶ ଓ ଉଦ୍ୟମତା ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଥର ପାଇଁ ଆଜି (ଶନିବାର) ଅନୁଗୁଳ ଗସ୍ତରେ ଆସିଥିଲେ  । ଅନୁଗୁଳ କିଶୋରନଗର ବ୍ଲକ ଜଏରାଟ୍ ଗ୍ରାମରେ ‘ଜଏରାଟ୍ ତନ୍ତବାୟ ସମିତି’ ହସ୍ତଶିଳ୍ପୀର ବୁଣାକାରଙ୍କୁ ଭେଟି ସେମାନଙ୍କ ସହ କଥା ହୋଇ ତାଙ୍କ ଦ୍ୱାରା ପ୍ରସ୍ତୁତ ଉତ୍କୃଷ୍ଟ ମାନର ହସ୍ତତନ୍ତ ସାମଗ୍ରୀ ଓ କଳାତ୍ମକ ଉତ୍ପାଦ କେନ୍ଦ୍ର ମନ୍ତ୍ରୀ କିଣିଥିଲେ । ଏହି ସମୟରେ ସେ ସମଗ୍ର ଭାରତବର୍ଷକୁ ସ୍ୱାବଲମ୍ବୀ ତଥା ଗ୍ରାମ୍ୟ ଅର୍ଥନୀତିକୁ ଗତି ଦେବା ପାଇଁ ଲୋକପ୍ରିୟ ପ୍ରଧାନମନ୍ତ୍ରୀ ଭୋକାଲ ଫର୍ ଲୋକାଲ୍ ପାଇଁ ଆହ୍ୱାନ କରିଛନ୍ତି । ଜଏରାଟ୍ ଭଳି ଆମ ରାଜ୍ୟ ଓଡ଼ିଶାର ପ୍ରତ୍ୟେକଟି ଗାଁରେ କିଛି ନା କିଛି କଳାତ୍ମକ ହସ୍ତଶିଳ୍ପ ରହିଛି ଯାହା ଓଡ଼ିଆ ଜାତିକୁ ଅନନ୍ୟ ପରିଚୟ ଦେଇଛି । ପରେ କେନ୍ଦ୍ରମନ୍ତ୍ରୀ କିଶୋରନଗରରେ ଗାନ୍ଧୀ ଜୟନ୍ତୀ ଅବସରରେ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ପଦଯାତ୍ରାରେ ସାମିଲ ହୋଇଥିଲେ । ସେଠାରୁ ବାହାରି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଅନୁଗୁଳର ଗାନ୍ଧିମାର୍ଗ ଠାରେ ଥିବା ସରସ୍ୱତୀ ଶିଶୁ ମନ୍ଦିରରେ ପ୍ରତ୍ୟକ୍ଷ ଭାବେ ବହୁମୁଖୀ ସମ୍ମିଳନୀ କକ୍ଷ ଓ ସଭାଗୃହର ଉଦଘାଟନ କରିଥିଲେ । ଅନୁଗୁଳ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରୁ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଭରଚୁଆଲ ମାଧ୍ୟମରେ ବୌଦ୍ଧ , ଜୟପୁର , ସମ୍ବଲପୁରର ଧନୁପାଲି , ଫୁଲବାଣୀ ସରସ୍ୱତୀ ଶିଶୁ ବିଦ୍ୟମନ୍ଦିରର ଶ୍ରେଣୀ ଗୃହ ଓ ସମ୍ମିଳନୀ କକ୍ଷ ଉପକ୍ରମକୁ ମଧ୍ୟ ଉଦଘାଟନ କରିଥିଲେ । ରାଷ୍ଟ୍ରୀୟ ଶିକ୍ଷା ନୀତିର ବିକାଶ ହେଉଛି ଶିକ୍ଷାର ଏକ ଅଙ୍ଗ  ବୋଲି କହିବା ସହ ଦେଶରେ ୩୪ ବର୍ଷ ପରେ ନୂଆ ଶିକ୍ଷା ନୀତି ଆସିଛି । ରାଷ୍ଟ୍ରୀୟ ଶିକ୍ଷା ନୀତି କୁ ଶିଶୁ ବାଟୀକା ଅନୁସରଣ କରିଥିବାରୁ କେନ୍ଦ୍ର ମନ୍ତ୍ରୀ ସମର୍ପଣ କରିଥିଲେ । ଅନୁଗୁଳ ସହର ବିଦ୍ୟାଞ୍ଜଳି କାର୍ଯ୍ୟକ୍ରମରେ ଆଗକୁ ଯାଉ ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ । ଅନୁଗୁଳ BED କଲେଜର ସମାଧାନ ରାସ୍ତା ବାହାର କରିବା ପରେ କେନ୍ଦ୍ର ଶିକ୍ଷା ନୀତି ଆଧାରରେ ଅନୁଗୁଳ BED କଲେଜକୁ ଜାତୀୟ ସ୍ତରରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲଦେ ପରେ ସେ ଅନୁଗୁଳ ରାଣୀଗୁଡାଠାରେ ଥିବା ପାର୍ଟି କାର୍ଯ୍ୟାଳୟରେ ଦଳୀୟ କର୍ମୀ ମାନଙ୍କ ସହ ଆଲୋଚନା କରିଥିଲେ

What’s your Reaction?
+1
1
+1
0
+1
1
+1
0
+1
3
+1
0
+1
0

Leave a Reply