ବଦଳିଲେ ଥାନା ଅଧିକାରୀ

ବଦଳିଲେ ଥାନା ଅଧିକାରୀ

ଅନୁଗୁଳ – ଅନୁଗୁଳ ଜିଲ୍ଲା ଥାନା ଅଧିକାରୀଙ୍କ ସ୍ତରରେ ଅଦଳବଦଳ ହୋଇଛି । ଅନୁଗୁଳ ଏସପି ଜଗମୋହନ ମୀନାଙ୍କ ନିର୍ଦେଶ କ୍ରମେ ଜିଲ୍ଲାର ୪ ଜଣ ଇନ୍ସିପେକ୍ଟରଙ୍କୁ ଅନ୍ୟ ଥାନାକୁ ବଦଳି ହୋଇଥିବା ବେଳେ ହେଡକ୍ଵାଟରରେ ଥିବା ଜଣେ ଇନସପେକ୍ଟରକୁ ଥାନା ଦାୟିତ୍ଵ ଦିଆ ଯାଇଥିବା ଜଣା ପଡିଛି ସୂଚନା ଅନୁସାରେ ବହୁଦିନ ଧରି ଅନୁଗୁଳ ଥାନା ଦାୟିତ୍ବରେ ଥିବା ଥାନା ଅଧିକାରୀ ରମେଶ ଚନ୍ଦ୍ର ବିଶୋଇଙ୍କର ବଦଳି ହୋଇଥିବା ବେଳେ ତାଙ୍କୁ ତାଳଚେର ଥାନାକୁ ବଦଳି କରା ଯାଇଛି ସେହିଭଳି ତାଳଚେର ଥାନା ଅଧିକାରୀ ସତ୍ୟବ୍ରତ ରାଉତଙ୍କୁ ଅନୁଗୁଳ ଥାନାକୁ ବଦଳି କରା ଯାଇଛି କଣିହାଁ ଥାନା ଅଧିକାରୀ ରାଜେନ୍ଦ୍ର ନାରାୟଣ ପଟନାୟକଙ୍କୁ କୋଲିୟାରୀ ଥାନାକୁ ବଦଳି ହୋଇଥିବା ବେଳେ ପାଲଲହଡା ଥାନା ଅଧିକାରୀ କିଶୋର କୁମାର ସାମଲଙ୍କୁ କଣିହାଁ ଥାନା , ଓ ଅନୁଗୁଳ ହେଡକ୍ଵାଟରରେ ଥିବା ପରାଓ ଟୁଡୁଙ୍କୁ ପାଲଲହଡା ଥାନାକୁ ବଦଳି କରାଯାଇଥିବା ଜଣା ପଡିଛି

What’s your Reaction?
+1
5
+1
2
+1
1
+1
1
+1
40
+1
0
+1
2

Leave a Reply